ସି-ପ୍ଲେନ୍ରେ ମୋଦିଙ୍କ ପ୍ରଚାର

29

ଅହମ୍ମଦାବାଦ, ୧୨ା୧୨: ଗୁଜରାଟ ନିର୍ବାଚନର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଇଞ୍ଜିନ ବିଶିଷ୍ଟ ସି-ପ୍ଲେନ୍ ଧରୋଇ ଡ୍ୟାମ୍କୁ ଗସ୍ତକରି ପ୍ରସିଦ୍ଧ ଅମ୍ବାଜି ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଅହମ୍ମଦାବାଦରେ ରୋଡ଼୍ ଶୋ ପାଇଁ ମୋଦିଙ୍କୁ ଅନୁମତି ନମିଳିବାର କିଛି ଘଣ୍ଟା ପରେ ସେ ଅମ୍ବାଜି ମନ୍ଦିର ଯିବାକୁ ନେଇ ବିବାଦ ଦେଖାଦେଇଛି । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଭଳି ରାଷ୍ଟ୍ର ମୁଖ୍ୟ କଡା ସୁରକ୍ଷା ମଧ୍ୟରେ ରହିବା କଥା । ବିଶେଷକରି ଜେଡ୍ ପ୍ଲସ୍ ସିକୁ୍ୟରିଟି ଓ ସେନା ସୁରକ୍ଷା ମଧ୍ୟରେ ସେମାନେ ଯାତାୟତ କରିଥାନ୍ତି । କିନ୍ତୁ ମୋଦି ସୁରକ୍ଷା ବ୍ୟବସ୍ଥାକୁ ଆଦୌ ଗୁରୁତ୍ୱ ଦେଇନାହାନ୍ତି । ବିଶେଷକରି ବିଦେଶୀ ପାଇଲଟଙ୍କ ବିମାନ ଚାଳନା ମଧ୍ୟରେ ସେ ଗୁଜରାଟରେ ନିର୍ବାଚନ ପ୍ରଚାର କରିଥିବା ଦେଖିବାକୁ ମିଳିଛି । ତାଙ୍କ ପାଇଁ ସେନାପକ୍ଷରୁ ସ୍ୱତନ୍ତ୍ର ପାଇଲଟ୍ ବ୍ୟବସ୍ଥା ଥିଲେ ମଧ୍ୟ ସି-ପ୍ଲେନ୍ରେ ବିଦେଶୀ ପାଇଲଟ୍ ନିୟୋଜିତ ଥିଲେ ।ଏହା ସୁରକ୍ଷା ଆଇନ୍ର ଉଲ୍ଲଂଘନ୍ କଲାବୋଲି ଜମ୍ମୁକାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ପ୍ରଶ୍ନ ଉଠାଇଛନ୍ତି ।




Powered by odothemes.com