୪ ବର୍ଷର କନ୍ୟାକୁ ନିସ୍ତୁକ ମାଡ଼

26

ପିଉସୀମା’ର ଅମାନବୀୟ ଅତ୍ୟାଚାର
କଟକ, ୧୨ା୧୨(ବୁ୍ୟରୋ): ପିଉସୀ ଘରେ ୪ ବର୍ଷର ଶିଶୁ କନ୍ୟା ଉପରେ ହୋଇଥିବା ଅକଥନୀୟ ଅତ୍ୟାଚାରକୁ ଦେଖିଲେ ମାନବିକତା କିଭଳି ସୀମା ଲଂଘୁଛି, ତାହା ଅନୁଭବ କରିହେବ । ଲୁଗାପଟା ସଫା କରିବାକୁ ଅମଙ୍ଗ ହେବାରୁ ପିଉସୀ ମା’ ଡାହାଣୀ ପାଲଟି ଯାଇଥିଲା । ୪ ବର୍ଷର ଶିଶୁ କନ୍ୟାକୁ ଝାଡୁରେ ପିଟି ପିଟି ଦରମରା କରିଛି । ଏହି ଘଟଣାଟି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଘଟଣାରେ ଜିଲ୍ଲା ଶିଶୁ କଲ୍ୟାଣ କମିଟି (ସିଡବ୍ଲୁ୍ୟସି) ହସ୍ତକ୍ଷେପ କରି ଏହି ୪ ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କରିଛନ୍ତି । ତା’ର ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଥିବା ଲକ୍ଷ୍ୟ କରାଯାଇଛି । ସିଡବ୍ଲୁ୍ୟସି ପକ୍ଷରୁ ତାକୁ ଚିକିତ୍ସା କରାଇବା ଲାଗି ଶିଶୁଭବନରେ ଭର୍ତ୍ତି କରାଇଛନ୍ତି । ସିଡବ୍ଲୁ୍ୟସି ପକ୍ଷରୁ ଶିଶୁ ଉପରେ ଅତ୍ୟାଚାର କରୁଥିବା ମହିଳାଙ୍କୁ ଅନୁସନ୍ଧାନ ପାଇଁ ଆସନ୍ତାକାଲି ହାଜର ହେବାକୁ ନୋଟିସ୍ ଜାରି କରାଯାଇଛି । ଅପରପକ୍ଷରେ ଫେଜ୍-୨ ଥାନା ପକ୍ଷରୁ ସମ୍ପୃକ୍ତ ମହିଳାଙ୍କୁ ଅଟକ ରଖାଯାଇଛି ।ଘଟଣାଟି କଟକ ସିଡିଏ ଅନ୍ତର୍ଗତ ସେକ୍ଟର ୧୧ (ମର୍କତନଗର) ୨ଡି/୨୨୧/୩୪ ନମ୍ବର ଘରେ ଘଟିଛି । ଶିଶୁଟିର ବାପ-ମା’ ଦିଲ୍ଲୀରେ ରହୁଥିବାବେଳେ ସେମାନେ ମର୍କତନଗରରେ ରହୁଥିବା ପିଉସୀ ପାଖରେ ତାଙ୍କ ଝିଅକୁ ଛାଡିଦେଇଥିଲେ । ଶିଶୁ କନ୍ୟାଟି ନିଜେ ପିନ୍ଧିଥିବା ପ୍ୟାଣ୍ଟ୍ରେ ଝାଡା ବସିଥିବାରୁ ତାକୁ ପିଉସୀ ଶିଶୁଟିକୁ ତାହା ସଫା କରିବାକୁ ବାଧ୍ୟ କରିଥିଲା । ହେଲେ ସେ ରାଜି ନହେବାରୁ ତାକୁ ଝାଡୁରେ ପିଟିଥିଲା । ଶିଶୁଟିର କହିବା ଅନୁଯାୟୀ, ମାଡ ମାରୁଥିବା ମହିଳା ଜଣଙ୍କ ତା’ର ପିଉସୀ । ଖାଇବାକୁ ଠିକ୍ରେ ଦିଅନ୍ତି ନାହିଁ । ସିଡବ୍ଲୁ୍ୟସି ଅଧିକାରୀଙ୍କ କହିବା ଅନୁଯାୟୀ ୯ ମାସ ହେଲାଣି ଏହି ଝିଅଟି ପିଉସୀ ଘରେ ରହିଆସୁଥିଲା । ତା ଉପରେ ଏଭଳି ଅତ୍ୟାଚାର ହେବା ଘଟଣାକୁ ପଡୋଶୀଙ୍କ ପକ୍ଷରୁ ରେକଡିଂ କରାଯାଇ ଏହାକୁ ଭାଇରାଲ୍ କରାଯାଇଛି । ଏହି ଭାଇରାଲ୍ ଭିଡିଓ ସମ୍ପର୍କରେ ଜଣେ ସମାଜସେବୀ ତୁରନ୍ତ ଅଭିଯୋଗ କଲାପରେ ସିଡବ୍ଲୁ୍ୟସି ଅଧିକାରୀ ପହଞ୍ଚô ତାକୁ ଉଦ୍ଧାର କରିଥିଲେ । ସିଡବ୍ଲୁ୍ୟସି ଅଧ୍ୟକ୍ଷ ବିକାଶ ମହାପାତ୍ର କହିଛନ୍ତି ଯେ ଏଭଳି ଅମାନବୀୟ ଆଚରଣ ଆମ ସମାଜରେ ଗ୍ରହଣୀୟ ନୁହେଁ । ଏହି ଘଟଣାର ସଠିକ୍ ଅନୁସନ୍ଧାନ ଆମେ କରିବୁ । ତେବେ ସମ୍ପୃକ୍ତ ମହିଳା ଜଣଙ୍କ କହିଛନ୍ତି ଯେ ଉକ୍ତ ଶିଶୁକୁ ସେ ଶୃଙ୍ଖଳା ଶିଖାଇବା ଲାଗି ସେ ମାଡ ମାରୁଥିଲେ । ଯେତେବେଳେ ସେ ଭୁଲ୍ କରେ ତାକୁ ମୁଁ ମାଡ ମାରିଥାଏ । ବାପ-ମା’ ମଧ୍ୟ ଶିଶୁକୁ ମାଡ ମାରି ଶୃଙ୍ଖଳା ଶିଖାଇଥାନ୍ତି ବୋଲି ସେ କହିଛନ୍ତି । ସମ୍ପୃକ୍ତ ଘଟଣାରେ ସିଡବ୍ଲୁ୍ୟସି ପକ୍ଷରୁ ଫେଜ୍-୨ ଥାନାରେ ଏତଲା ଦିଆଯାଇଛି । ପୁଲିସ୍ ସମ୍ପୃକ୍ତ ମହିଳାଙ୍କୁ ଅଟକ ରଖିଛି ।




Powered by odothemes.com