୧ଠ ଜୁଆଡ଼ି ଗିରଫ

31

୨୭ ହଜାର ଟଙ୍କା, ୪ ମୋବାଇଲ ଜବତ
ଭୁବନେଶ୍ୱର (ବୁ୍ୟରୋ): କ୍ୟାପିଟାଲ ଥାନା ପୁଲିସ୍୍‌ ମଙ୍ଗଳବାର ସନ୍ଧ୍ୟାରେ ଏକ ଜୁଆ ଆ‡ାରେ ଚଢ଼ାଉ କରି ୧୦ ଜଣ ଜୁଆଡିଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ପୁଲିସ୍ ନଗଦ ୨୭ ହଜାର ୫୬୦ ଟଙ୍କା, ୪ଟି ମୋବାଇଲ ଫୋନ୍‌, ତାସପାଲି ଓ ଗୋଟିକୁ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ପୁରୀ ଜିଲ୍ଲା ଗୋଡାବଜାରର ଶିବ ପ୍ରସାଦ ରାଓ(୩୪), ଖୋର୍ଦ୍ଧା ବାଲୁଗାଁର ନରେନ୍ଦ୍ର ସୁବୁଦ୍ଧି, ନୟାଗଡ ଗୋ÷ରୀ ପଲ୍ଲୀର କବିରାଜ ଜେନା, ବାଲିଅନ୍ତା ଥାନା ହୀରାପୁର ଗାଁର ଲିଙ୍ଗରାଜ ଦାସ, ପୁରୀ କୁମ୍ଭାରପଡାର ଯୁଧିଷ୍ଟିର ମହାନ୍ତି, ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଷ୍ଟେଜ୍-୫ର ଇଏ-୨୨ରେ ରହୁଥିବା ରଞ୍ଜନ କୁମାର ଧର, ପଶ୍ଚିମବଙ୍ଗର ସୁଗନ ସୁଗନ ରଜତ, ଜୟପୁରର ରାଧାଶ୍ୟାମ ଦାସ, ଜଗତସିଂହପୁର ରାହାମାର ସନ୍ତୋଷ କୁମାର ଚୋ÷ଧୁରୀ ଓ ବାଲିଅନ୍ତାର ଭିଙ୍ଗାରପୁରର ରାଜ କୁମାର ଦାସ । ସୂଚନାଯୋଗ୍ୟ, କ୍ୟାପିଟାଲ ଥାନା ୟୁନିଟ୍‌-୧ ଆଖଣ୍ଡଳମଣି ମନ୍ଦିର ପାଶ୍ୱର୍ରେ ଜୁଆ ଆ‡ା ଜମୁଥିଲା । ସ୍ଥାନୀୟ ଲୋକେ ଏହାକୁ ବିରୋଧ କରୁଥିଲେ । ହେଲେ ଜୁଆଡିମାନେ ସାଧାରଣ ଲୋକଙ୍କୁ ଧମକ ଚମକ ଦେଉଥିଲେ । ଏସଂକ୍ରାନ୍ତରେ ସ୍ଥାନୀୟ ଲୋକେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଭିତ୍ତି କରି କ୍ୟାପିଟାଲ ଥାନା ଅଧିକାରୀ ମାନସ ରଞ୍ଜନ ଗଡନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ମଙ୍ଗଳବାର ସେଠାରେ ଚଢ଼ାଉ କରିଥିଲା । ପୁଲିସକୁ ଦେଖି କେତେକ ଜୁଆଡି ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୦ଜଣଙ୍କୁ ଉକ୍ତ ଟିମ୍ କାବୁ କରିନେଇଥିଲା । ଘଟଣା ସ୍ଥଳରୁ ଅନ୍ୟ ୫ ଜଣ ଫେରାର ହୋଇଥିବା ଜଣାପଡିଛି । ଫେରାର ଜୁଆଡିମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ସେଆର କରନ୍ତୁ:



Powered by odothemes.com