maheswar-mohanty

ଡିଏମ୍ଏଫ୍ରୁ ଖର୍ଚ୍ଚ ହେବ ୧ଠ% ଅର୍ଥ: ମନ୍ତ୍ରୀ

22

ଲଘୁ ଖଣିଜ ଚୋରାଚାଲାଣ ରୋକିବ ଏନ୍ଫୋର୍ସମେଣ୍ଟ ମେକାନିଜିମ୍
ଭୁବନେଶ୍ୱର: ରାଜ୍ୟରେ ଲଘୁ ଖଣିଜ ପଦାର୍ଥ ଉତ୍ତୋଳନ ନିମନ୍ତେ ମାଇନିଂ ପ୍ଲାନ୍ ଅନୁଯାୟୀ ଓ ପରିବେଶ ମଞ୍ଜୁରୀ ପାଇବା ପରେ ଦୀର୍ଘମିଆଦୀ ସୂତ୍ରରେ ଖଣିପଟ୍ଟା ପ୍ରଦାନ କରାଯାଉଛି ଏବଂ ସରକାରଙ୍କ ଧାର୍ଯ୍ୟ ମୂଲ୍ୟର ରୟାଲିଟି ଆଦାୟ କରାଯାଉଛି । ଲଘୁଖଣିଜ ପଦାର୍ଥର ବାର୍ଷିକ ଉତ୍ତୋଳନ ନିମନ୍ତେ ୩୦ ପଟ୍ଟାଦାରଙ୍କୁ ଖଣିପଟ୍ଟା ପ୍ରଦାନ କରାଯାଇଛି ବୋଲି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନର ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି ଗୃହରେ କହିଛନ୍ତି । ବିଧାନସଭାରେ ଲଘୁ ଖଣିଜ ପଦାର୍ଥ ଉତ୍ତୋଳନ ନିମନ୍ତେ ଖଣିପଟ୍ଟା ପ୍ରଦାନ ସମ୍ପର୍କୀତ ପ୍ରଶ୍ନର ଉତ୍ତରରେ ଶ୍ରୀ ମହାନ୍ତି କହିଛନ୍ତି ଲଘୁ ଖଣିଜ ପଦାର୍ଥ ଯଥା- ପଥର ଓ ବାଲିର ଆକଳନ ଜିପିଏସ୍ ସର୍ଭେ ପଦ୍ଧତି ମାଧ୍ୟମରେ କରିବା ପାଇଁ ନିଷ୍ପତ୍ତି ନିଆଯାଇ ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ୍ ଓ କଟକ ଜିଲ୍ଲାର କଟକ ସଦର ତହସିଲକୁ ପାଇଲଟ୍ ପ୍ରୋଜେକ୍ଟ ଭାବେ କାର୍ଯ୍ୟକାରୀ କରାଯାଉଛି । ଏହାର ସମ୍ପୂର୍ଣ୍ଣ ଦାୟିତ୍ୱ ଓର୍ସାକ୍କୁ ପ୍ରଦାନ କରାଯାଇଛି । ଉପରୋକ୍ତ ଦୁଇଟି ତହସିଲ୍ରେ ଜିଲ୍ଲା ପ୍ରଶାସନ ଦ୍ୱାରା ଜମି ଚିହ୍ନଟ, ପିଲାର୍ ପୋଷ୍ଟିଂ କାର୍ଯ୍ୟ ଓ ଓର୍ସାକ୍ ଦ୍ୱାରା ପ୍ରାଥମିକ ନକ୍ସା କାର୍ଯ୍ୟ ସରିଛି । ଏହି ତଥ୍ୟକୁ ଭେଟିଂ ପାଇଁ ସମ୍ପୃକ୍ତ ତହସିଲ୍ଙ୍କୁ ପ୍ରଦାନ କରାଯାଇଛି । ପରବର୍ତ୍ତୀ ସମୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ସବୁ ଲଘୁଖଣିଜ ଉତ୍ସର ଆକଳନ ଏହି ପଦ୍ଧତିରେ ନିରୂପଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଉକ୍ତ ପଦ୍ଧତିରେ ବ୍ୟୟ ନିମନ୍ତେ ଆବଶ୍ୟକ ଅର୍ଥର ବ୍ୟବସ୍ଥା ଇସ୍ପାତ ଓ ଖଣି ବିଭାଗ ବହନ କରିବ । ଓଡ଼ିଶା ଲଘୁ ଖଣିଜ ଦ୍ରବ୍ୟ ନିୟମ-୨୦୧୬ ଅନ୍ତର୍ଗତ ଧାରା ୫୧(୧)ର ବ୍ୟବସ୍ଥା ଅନୁଯାୟୀ ବେଆଇନ୍ ଚାଲାଣକାରୀଙ୍କ ଠାରୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରିବା ସଙ୍ଗେସଙ୍ଗେ ବେଆଇନ୍ ଚାଲାଣରେ ବ୍ୟବହୃତ ଉପକରଣ ଓ ଗାଡ଼ି ଜବତ କରାଯାଉଛି । ଉପରୋକ୍ତ ଆଇନ୍ରେ ଏହି ବେଆଇନ୍ ଚାଲାଣକାରୀଙ୍କୁ ଜରିମାନା କିମ୍ବା ୨ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ କିମ୍ବା ଉଭୟ ଜରିମାନା ଓ କାରାଦଣ୍ଡ ବ୍ୟବସ୍ଥା ରହିଛି । ତେବେ ଅଧିକାଂଶ ଜିଲ୍ଲା, ସବ୍ଡିଭିଜନ୍ ଓ ତହସିଲ୍ ସ୍ତରରେ ସ୍କାଡ୍ ବା ଟାକ୍ସଫୋର୍ସ ଗଠନ କରାଯାଇ ଚୋରାଚାଲାଣ ରୋକିବା ସମ୍ଭବ ହେଉନାହିଁ । ଠିକ୍ ସମୟରେ ପୁଲିସ୍ ଫୋର୍ସ ମିଳିବା ମଧ୍ୟ ସମ୍ଭବ ହେଉନି । ଫଳରେ ଅନେକ ସ୍ଥାନରେ ତହସିଲ୍ଦାର ଓ ଅନ୍ୟ କର୍ମଚାରୀମାନେ ଚୋରାଚାଲାଣକାରୀଙ୍କ ଆକ୍ରମଣର ଶିକାର ହେଉଥିବା ନଜିର୍ ରହିଛି । ଏଣୁ ଚୋରା ଚାଲାଣକୁ ରୋକିବା ପାଇଁ ଏନ୍ଫୋର୍ସମେଣ୍ଟ ମେସିନ୍କୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି । ଏଥିପାଇଁ ଡିଷ୍ଟି୍ରକ୍ଟ ମିନେରାଲ୍ ଫଣ୍ଡ୍ରୁ ୧୦% ଏନ୍ଫୋର୍ସ ମେକାନିଜିମ୍ ବାବଦରେ ଖର୍ଚ୍ଚ କରିବା ପାଇଁ ଇସ୍ପାତ ଓ ଖଣି ବିଭାଗକୁ ପ୍ରସ୍ତାବ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମହାନ୍ତି ଗୃହରେ ଉତ୍ତର ରଖିଛନ୍ତି ।




Powered by odothemes.com