Kohli-Anushka2

ବିବାହ ବନ୍ଧନରେ ବିରାଟ-ଅନୁଷ୍କା

48

ନୂଆଦିଲ୍ଲୀ, ୧୧ା୧୨ (ଏଜେନ୍ସି): ବେଶ୍ କିଛିମାସ ହେଲା ଚାଲିଥିବା କଳ୍ପନାଜଳ୍ପନାରେ ଆପାତତଃ ଅନ୍ତ ଘଟିଛି । ଭାରତୀୟ କ୍ରିକେଟ୍ ଦଳର ମୋଷ୍ଟ ଏଲିଜିବୁଲ୍ ବ୍ୟାଚେଲର୍ ଅଧିନାୟକ ବିରାଟ କୋହଲି ସୋମବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଇଟାଲୀର ଏକ ପ୍ରାଚୀନ ଗ୍ରାମରେ ବିରାଟ ଓ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବାହାଘର ସମ୍ପନ୍ନ ହୋଇଛି । ଅନୁଷ୍କା ନିଜ ଟ୍ୱିଟର୍ ଆକାଉଣ୍ଟରେ ବିବାହ ସମ୍ପର୍କିତ ଫଟୋ ପୋଷ୍ଟ କରିଛନ୍ତି । ଇଟାଲୀର ତସ୍କେନିସ୍ଥିତ ପ୍ରାୟ ୮୦୦ବର୍ଷ ପ୍ରାଚୀନ ଏକ ଗ୍ରାମରେ ଏହି ବାହାଘର ସମ୍ପନ୍ନ ହୋଇଥିଲା । ଏହି ଗ୍ରାମକୁ ଏହି ରିସୋର୍ଟରେ ପରିଣତ କରାଯାଇଛି । ଚଳିତବର୍ଷ ପ୍ରାରମ୍ଭରେ ବାରାକ ଓବାମା ସପରିବାର ଏହି ଗ୍ରାମକୁ ଛୁଟି କଟାଇବାକୁ ଆସିଥିଲେ । ପ୍ରଥମ ସୂଚନା ମିଳିଥିଲା ଯେ ଉଭୟ ମିଲାନ୍ ସହରରେ ବିବାହ କରିଛନ୍ତି । ଆସନ୍ତା ୨୧ରେ ଦିଲ୍ଲୀରେ ରିସେପ୍ସନ୍ ହେବ । ଏହାପରେ ୨୬ରେ କ୍ରିକେଟର୍ ଓ ଚଳଚ୍ଚିତ୍ର ତାରକାଙ୍କ ପାଇଁ ଏକ ଭୋଜିର ଆୟୋଜନ କରାଯାଇଛି । ବିବାହୋତ୍ସବରେ ଉଭୟଙ୍କ ନିକଟ ସମ୍ପର୍କୀୟ ଓ ବନ୍ଧୁମାନେ ଯୋଗ ଦେଇଥିଲେ । ରେକର୍ଡ ବାଦ୍ଶାହ ସଚିନ୍ ତେନ୍ଦୁଲକର ଓ ବଲିଉଡ୍ ତାରକା ଶାହରୁଖ ଖାନ୍ ଏଥିରେ ସାମିଲ୍ ହୋଇଥିବା ସୂଚନା ମିଳିଛି । କୋହଲି ଶ୍ରୀଲଙ୍କା ବିପକ୍ଷ ସିରିଜ୍ ପରେ କହିଥିଲେ ଯେ ସେ ପ୍ରାୟ ଦୁଇବର୍ଷ ହେଲା ଲଗାତାର ଖେଳିଆସୁଛନ୍ତି । ଏଥିପାଇଁ ସେ ଖୁବ୍ କ୍ଲାନ୍ତ ହୋଇପଡ଼ିଛନ୍ତି । କୋହଲି ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ରେ ନ ଖେଳିବାକୁ ନିଷ୍ପତ୍ତି ନେଇଥିଲେ । ସେବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଥିଲା ଯେ କୋହଲି ଏହି ଖାଲି ସମୟରେ ବିବାହ କରିପାରନ୍ତି । ଯେତେବେଳେ ଏହି ଖବର ସାମ୍ନାକୁ ଆସିଥିଲା, ଅନୁଷ୍କାଙ୍କ ପ୍ରବକ୍ତା ଏହାକୁ ଖଣ୍ଡନ କରିଥିଲେ । କୋହଲି ଓ ଅନୁଷ୍କା ଅନେକ ଦିନ ହେଲା ସମ୍ପର୍କରେ ଅଛନ୍ତି । ଉଭୟ ଏହି ସମ୍ପର୍କରେ ନେଇ ଖୋଲାଖୋଲି ବିବୃତି ମଧ୍ୟ ରଖୁଥିଲେ । ୨୦୧୩ରେ ଏକ ସାମ୍ପୁ ବିଜ୍ଞାପନ ସମୟରେ କୋହଲି ଓ ଅନୁଷ୍କାଙ୍କ ସାକ୍ଷାତକାର ହୋଇଥିଲା । ପ୍ରଥମଥର ଉଭୟଙ୍କୁ ୨୦୧୪ରେ ଏକ ଫୁଟ୍ବଲ୍ ମ୍ୟାଚ୍ ସମୟରେ ଏକାଠି ଦେଖିବାକୁ ମିଳିଥିଲା ।

ସେଆର କରନ୍ତୁ:



Powered by odothemes.com