ଚାରିଆଡ଼େ କୁଢ଼କୁଢ଼ ଆବର୍ଜନା

DSC_0240

ଲୋୟର ପିଏମ୍ଜିରେ ନାହିଁ ଅସ୍ଥାୟୀ ଶୌଚାଳୟ
ଭୁବନେଶ୍ୱର,(ବୁ୍ୟରୋ) : ଲୋୟର ପିଏମ୍ଜିରେ ନାହିଁ ବିଏମ୍ସିର ପର୍ଯ୍ୟାପ୍ତ ଅସ୍ଥାୟୀ ଶୌ·ଳୟ । ଯଦି ଗୋଟିଏ ଆସ୍ଥାୟୀ ଶୌଚାଳୟ ରହିଛି, ସେଥିରେ ପଡ଼ିଛି ତାଲା । ଯାହାଫଳରେ ପ୍ରଦୂଷିତ ହେଉଛି ଧାରଣାସ୍ଥଳ । ବିଧାନସଭା ଅଧିବେଶନ ଆରମ୍ଭ ହେବାମାତ୍ରେ ବଭିନ୍ନ ସଂଗଠନ ସେମାନଙ୍କ ଦାବି ନେଇ ଧାରଣାରେ ବସିବାକୁ ଚାଲିଆସିଥାନ୍ତି । ଖରା ହେଉ କି ବର୍ଷା ଆଉ ପୁଣି ଶୀତ କିଛି ମାନନ୍ତି ନାହିଁ ସେମାନେ । କିଏ ଗୋଟିଏ ଦିନ ପାଇଁ ଆସନ୍ତି ତ ଆଉ କିଏ ଦାବି ପୂରଣ ହେବା ପର୍ଯ୍ୟନ୍ତ ଅହୋରାତ୍ର ଧାରଣାରେ ବସିଥାନ୍ତି । ଯେଉଁମାନେ ଦିନ ଦିନ ବସି ରୁହନ୍ତି ସେମାନେ ସରକାଙ୍କଠାରୁ କୌଣସି ନିର୍ଣ୍ଣାୟକ ପ୍ରତିଶ୍ରୁତି ପାଇଲେ ନିର୍ଦ୍ଧାରିତ ସମୟ ପୂର୍ବରୁ ଧାରଣାରୁ ଓହରି ଯାଆନ୍ତି । ଏଥିରେ ମହିଳା, ପୁରୁଷ ଏବଂ ସବୁ ବର୍ଗର ଲୋକ ସାମିଲ ହୋଇଥାନ୍ତି । କିନ୍ତୁ ବିଏମ୍ସି ପକ୍ଷରୁ ସେମାନଙ୍କ ପାଇଁ କୌଣସି ସୁବିଧା କରାଯାଇ ନାହିଁ । ଯେପରି ଅସ୍ଥାୟୀ ଶୌଚାଳୟ, ପାନୀୟ ଜଳ ଏଭଳି ଅନେକ ଅତ୍ୟାବଶ୍ୟକ ସୁବିଧାଟିଏ ମଧ୍ୟ ମିଳେନାହିଁ । ଫଳରେ ବିଧାନସଭା ସମ୍ମୁଖ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଏବଂ ରାସ୍ତା କଡ଼ରେ ଅଳିଆ ଆବର୍ଜନା ଗଦା ଗଦା ହୋଇ ପଡ଼ିଥାଏ । ସେଗୁଡ଼ିକ ଦୈନିକ ସଫା ମଧ୍ୟ କରେନି ବିଏମ୍ସି । କିନ୍ତିୁ ଧାରଣାକାରୀ ସଂଗଠନଠାରୁ ୫୦୦ ଟଙ୍କା ଟିକସ ବାବଦ ଆଦାୟ କରିଥାଏ । ତେବେ ଏହାର ବଦଳରେ ମୌଳିକ ସୁବିଧା ଦିଏ ନାହିଁ ବିଏମ୍ସି । ଲୋୟର ପିଏମ୍ଜିରେ ବିଭିନ୍ନ ସଂଗଠକମାନେ ସ୍ଲୋଗାନ ଦେଇ ସରଗରମ କରିଥାନ୍ତି ପରିବେଶକୁ । ଉଚ୍ଚ ଡାକବାଜୀ ଯନ୍ତ୍ରରେ ନାରାବାଜି ବିଧାନସଭା ଅଧିବେଶନ ଆରମ୍ଭରୁ ଶେଷ ହେବା ପର୍ଯ୍ୟନ୍ତ ଚାଲିଥାଏ । ଫଳରେ ଆଖପାଖ କ୍ୱାଟର୍ସରେ ରହୁଥିବା ଲୋକମାନେ ନା ଠିକ୍ରେ ଶୋଇପାରନ୍ତି ନା ସେମାନଙ୍କ ପିଲାମାନେ ପାଠ ପଢ଼ିପାରନ୍ତି । ଯଦି ତାଙ୍କ ପରିବାର ସଦସ୍ୟଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଯାଏ ତେବେ ଆମ୍ବୁଲାନ୍ସ ଘର ପାଖକୁ ଆସିବାକୁ ନାକେଦମ ହେବାକୁ ପଡ଼ିଥାଏ । କାରଣ ବିଧାନସଭା ସମ୍ମୁଖ ଏବଂ ଲୋୟର ପିଏମ୍ଜି ରାସ୍ତା କମିଶନରେଟ ପୋଲିସ ପକ୍ଷରୁ ସିଲ୍ କରାଯାଇଥିବାରୁ ଯାତାୟାତ ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ସ୍ଥାନୀୟ ଲୋକେ । ସକାଳ୯ଟା ପରେ ବାହାରୁ କେହି ଭିତରକୁ ଯାଇପାରନ୍ତି ନାହିଁ । ସେଥିଯୋଗୁ କ୍ୱାଟର ପାଇଥିବା କିଛି ଲୋକ ମଧ୍ୟ ତାହା ଛାଡ଼ିବାକୁ ବସିଲେଣି । ଏମିତି ବି ଗୋଟଏ ଦିନରେ ୨୫ହଜାରରୁ ଉଦ୍ଧ୍ୱର୍ ଲୋକ ବିଭିନ୍ନ ପ୍ରାନ୍ତରୁ ଆସି ଏକଜୁଟ ହୋଇଥାନ୍ତି । ସେମାନଙ୍କ ସୁବିଧା ନିମନ୍ତେ ଅସ୍ଥାୟୀ ଶେଚାଳୟ ଉପଲବ୍ଧ କରିବା ପାଇଁ ବିଏମ୍ସି ସବୁବେଳେ ଅସାମର୍ଥ୍ୟ ହେଉଛି । ମହିଳାମାନଙ୍କ କ୍ଷେତ୍ରରେ ଏ ଅସୁବିଧା କଥା ନକହିଲେ ଭଲ । ବାଧ୍ୟହୋଇ ସେମାନେ ଦୁଇ ପାଶ୍ୱର୍ରେ ଥିବା କ୍ୱାଟର୍ସରକୁ ଶୌଚ ହେବାପାଇଁ ଯାଇଥାନ୍ତି । ପୁରୁଷମାନେ ବାହାରେ ଶୌଚ କରୁଥିବାର ସ୍ଥାନୀୟ ଲୋକ ଅଭିଯୋଗ କରୁଛନ୍ତି । ସେହି ଅଞ୍ଚଳରେ ବିଏମ୍ସି ପକ୍ଷରୁ ମଶା ଧୂଆଁ ଗାଡ଼ି ବୁଲୁନି । ରାତିରେ ମଶାଙ୍କ ପ୍ରାଦୁର୍ଭାବ ଯୋଗୁ ଶୋଇପାରନ୍ତି ନାହିଁ ସେମାନେ । ତେବେ ବିଏମ୍ସି କର୍ତ୍ତୃପକ୍ଷଙ୍କୁ ପଚାରିବାରୁ କହିଥିଲେ ଯେ, ଅସ୍ଥାୟୀ ଶୌଚାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ହେଲେ ଏଯାବତ ଶୌଚାଳୟ ନିର୍ମାଣ ହୋଇପାରିଲାନି । ସାନିଟେସନ ଦାୟିତ୍ୱରେ ଥିବା ଡେପୁଟି କମିଶନର ଲଲାଟେନ୍ଦୁ ସାହୁଙ୍କୁ ପଚାରିବାରୁ ତାଙ୍କ ପାଖରେ ଶୌଚାଳୟ ଓ ପରିମଳ ବ୍ୟବସ୍ଥା ସମ୍ପର୍କରେ କିଛି ତଥ୍ୟ ନାହିଁ କହି ଏହି ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ ।