ସଂସଦରେ ହଁ, ସୁପ୍ରିମ୍କୋର୍ଟରେ ନା

କେନ୍ଦ୍ର ସରକାରଙ୍କ ଦ୍ୱୈତ ଭୂମିକା
ଭୁବନେଶ୍ୱର, ୭ା୧୨(ବୁ୍ୟରୋ): ମହାନଦୀ ଜଳ ବିବାଦ ସମାଧାନ ନେଇ କେନ୍ଦ୍ର ସରକାରଙ୍କ ଭୂମିକା ସନେ୍ଦହ ଘେରରେ ଥିବା ସ୍ପଷ୍ଟ ହେବାରେ ଲାଗିଛି । ସଂସଦରେ ଗୋଟିଏ କଥା କହୁଥିଲାବେଳେ ସୁପ୍ରିମ୍କୋର୍ଟରେ ଅନ୍ୟ କଥା କହୁଛନ୍ତି । ମହାନଦୀ ଜଳ ବିବାଦ ସମାଧାନ ଲାଗି ଟ୍ରିବୁ୍ୟନାଲ୍ ଗଠନ ହେବ ଓ ଏଥିପାଇଁ ପକ୍ରିୟା ଜାରି ରହିଛି ବୋଲି କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ସଂଜୀବ ବାଲ୍ୟାନ ଲୋକସଭାରେ ବୟାନ ରଖିଥିଲେ । ସେହିଭଳି ରାଜ୍ୟସଭାରେ ମଧ୍ୟ ଅନୁରୂପ ମନ୍ତବ୍ୟ ରଖିଥିଲେ । ଏପରିକି ରାଜ୍ୟ ସରକାରଙ୍କର ଅଭିଯୋଗ ଅନୁଯାୟୀ କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା ୮ଟି ଟ୍ରିବୁ୍ୟନାଲ ଗଠନ କରିସାରିଛନ୍ତି ବୋଲି ବୟାନ ଦେଇଥିଲେ । ଓଡିଶା କ୍ଷେତ୍ରରେ କେନ୍ଦ୍ରର ଏଭଳି ଭୂମିକା ଉଦେ୍ଦଶ୍ୟମୂଳକ ବୋଲି ଜଣାପଡିଛି । ୨୦୧୭ ଅଗଷ୍ଟ ୧୦ ତାରିଖରେ ସାଂସଦ ନଗେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ସାଂସଦମାନଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ସଂଜୀବ ବାଲ୍ୟାନ କହିଥିଲେ ଯେ ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ-୧୯୫୬ ଅନୁଯାୟୀ ୮ଟି ଟ୍ରିବୁ୍ୟନାଲ୍ ଗଠନ ହୋଇସାରିଛି । ବିହାର ସରକାରଙ୍କ ଅନୁରୋଧରେ ୨୦୧୩ ନଭେମ୍ବର ୨୭ରେ ଉତ୍ତର ପ୍ରଦେଶ ସହ ଥିବା ଜଳବିବାଦ ନେଇ ଆବେଦନ କରିଥିଲେ । ଏଥିଲାଗି ଟ୍ରିବୁ୍ୟନାଲ୍ ଗଠନ ହୋଇଥିଲା । ଓଡିଶା ସରକାରଙ୍କ ଅଭିଯୋଗକୁ ଆଧାର କରି ୨୦୧୭ ନଭେମ୍ବର ୧୯ ମଧ୍ୟରେ ଟ୍ରିବୁ୍ୟନାଲ୍ ଗଠନ କରାଯିବ । କେନ୍ଦ୍ର ସରକାର ଏକ ବୁଝାମଣା କମିଟି ଗଠନ କରିଥିଲେ । ଏହି ବୁଝାମଣା କମିଟିର ୨୦୧୭ ଫେବ୍ରୁଆରୀ ୨୮ ଓ ମେ’ ୨୨ରେ ବୈଠକ ହୋଇଥିଲା । ବୁଝାମଣା ମାଧ୍ୟମରେ କୌଣସି ସମାଧାନ ବାହାରିନଥିଲା । ଟ୍ରିବୁ୍ୟନାଲ୍ ଗଠନ ପାଇଁ ନିଷ୍ପତ୍ତି ହୋଇଛି ଓ କ୍ୟାବିନେଟ୍ ଚିଠା ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି । ସେହିଭଳି ଜଳ ବିବାଦ ସମାଧାନ ପାଇଁ ପୂର୍ବତନ ଯୋଜନା କମିଶନ ସଭ୍ୟଙ୍କ ଅଧ୍ୟକ୍ଷତାରେ କୌଣସି ଉଚ୍ଚସ୍ତରୀୟ କମିଟି ଗଠନ ହୋଇନାହିଁ ବୋଲି ଶ୍ରୀ ବାଲ୍ୟାନ ସ୍ପଷ୍ଟ କରିଥିଲେ । ସେହିଭଳି ରାଜ୍ୟସଭା ସଦସ୍ୟ ଏଭି ସ୍ୱାମୀଙ୍କ ପ୍ରଶ୍ନର ଉତ୍ତରରେ ୨୦୧୭ ଜୁଲାଇ ୩୧ରେ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବାଲ୍ୟାନ କହିଥିଲେ ଯେ ୨୦୧୬ ନଭେମ୍ବର ୧୯ରେ ଓଡିଶା ସରକାରଙ୍କ ପକ୍ଷରୁ ମହାନଦୀ ଜଳ ବିବାଦ ସମାଧାନ ଲାଗି ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ ଅନୁଯାୟୀ ଟ୍ରିବୁ୍ୟନାଲ୍ ଗଠନ କରିବାକୁ ଆବେଦନ କରାଯାଇଛି । ଏହି ଆଇନର ଧାରା-୪ ଅନୁଯାୟୀ କେନ୍ଦ୍ର ସରକାର ବୁଝାମଣା କମିଟି ଗଠନ କରିଥିଲେ । ତେବେ ବୁଝାମଣା କମିଟି ବୈଠକ ବିଫଳ ହୋଇଥିଲା । ଫଳରେ ମନ୍ତ୍ରାଳୟ ଏହି ସିଦ୍ଧାନ୍ତରେ ପହଞ୍ଚôଥିଲା ଯେ ବୁଝାମଣା ଦ୍ୱାରା ସମାଧାନ ହୋଇପାରିବନାହିଁ । ସେଥିପାଇଁ ଟ୍ରିବୁ୍ୟନାଲ୍ ଗଠନ ଲାଗି ପଦକ୍ଷେପ ନିଆଯାଉଛି । ଏହାଛଡା ସୁପ୍ରିମ୍କୋର୍ଟରେ ଏ ବାବଦରେ ମାମଲା ଚାଲିଛି ବୋଲି ସେ ଉଲ୍ଲେଖ କରିଥିଲେ ।
ସୂଚନାଯୋଗ୍ୟ, ସଂସଦରେ କେନ୍ଦ୍ର ସରକାର ଗୋଟିଏ କଥା କହୁଥିଲାବେଳେ ଗତକାଲି ସୁପ୍ରିମ୍କୋର୍ଟରେ ଅନ୍ୟ ଏକ କଥା କହିଛନ୍ତି । ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାର ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ଯେ ବୁଝାମଣା ମାଧ୍ୟମରେ ସମାଧାନ କରାଯିବ । ଟ୍ରିବୁ୍ୟନାଲ୍ ଗଠନର ଆବଶ୍ୟକତା ନାହିଁ । ଓଡିଶା ସରକାର ଆବଶ୍ୟକ ତଥ୍ୟ ଦେଇନାହାନ୍ତି । ତେଣୁ ଟ୍ରିବୁ୍ୟନାଲ୍ ଗଠନ ସମ୍ଭବପର ନୁହେଁ । ଅପରନ୍ତୁ, କେନ୍ଦ୍ର ସରକାର ସଂସଦରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ସତ୍ୟପାଠ ତା’ର ବିରୁଦ୍ଧାଚରଣ କରୁଛି । ଏଥିରୁ ସ୍ପଷ୍ଟ ଯେ ରାଜନୈତିକ ଉଦେ୍ଦଶ୍ୟ ରଖି କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି । ଛତିଶଗଡକୁ ସହାୟତା କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ରାଜନୈତିକ ମହଲରେ ମତ ପ୍ରକାଶ ପାଉଛି ।