ପ୍ରଦୂଷଣରେ ଶିଳ୍ପନଗରୀ ବାସିନ୍ଦା ଅଣନିଃଶ୍ୱାସୀ

talcher

ତାଳଚେର(ଆପ୍ର): ଦିଲ୍ଳୀରେ ବାୟୁ ପ୍ରଦୂଷଣ ସୀମା ଟପିଥିବାରୁ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି । ଏବେ ଅନୁରୂପ ପରିସ୍ଥିତି ଅନୁଗୁଳ ଜିଲ୍ଲା ତାଳଚେରରେ ନାହିଁନଥିବା ସମସ୍ୟା ସୃଷ୍ଟି ହୋଇଛି । କୋଇଲା ଜନିତ ପ୍ରଦୂଷଣରେ ପୁରା ଉପଖଣ୍ଡର ଜନସାଧାରଣ ବେହାଲ୍ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସର୍ବାଧିକ ରାଜସ୍ୱ ଦେଇ ଭାରତବର୍ଷରେ ତାଳଚେର ସୁନାମ ଅର୍ଜିଥିବା ବେଳେ ପ୍ରଦୂଷଣରେ ମଧ୍ୟ କିଛି କମ୍ରେ ନାହିଁ । ହେଲେ ପ୍ରଦୂଷଣରୁ ବର୍ତ୍ତିବା ପାଇଁ ବାଟ ଖୋଜୁଥିବା ଜନସାଧାରଣଙ୍କ ପାଇଁ ନେତା ଓ ପ୍ରଶାସନର ସମୟ ନାହିଁ । ରାଜ୍ୟ ଓ କେନ୍ଦ୍ର ପ୍ରଦୂଷଣ ବୋର୍ଡର ତଥ୍ୟାନୁଯାୟୀ, ପ୍ରଦୂଷଣ ତାଲିକାରେ ତାଳଚେର ଦେଶର ୭ ସ୍ଥାନରେ ରହିଛି । ବାୟୁମଣ୍ଡଳରେ କାର୍ବନ୍, ସଲଫର୍, ନାଇଟୋ୍ରଜେନ୍ ଡାୟିଅକ୍ସାଇଡ୍, ଫ୍ଲାଏଆସ୍, କଳକାରଖାନା ଧୂଅାଁ ଓ କୋଇଲା ଗୁଣ୍ଡ ଜନତାଙ୍କ ଲାଗି ବିପଦ ହୋଇଛି । ଏଥିପାଇଁ ସ୍ଥାନୀୟ ବାସିନ୍ଦା ଶ୍ୱାସ, ହୃଦ୍ଘାତ, ଚର୍ମରୋଗ, ଯକ୍ଷ୍ମା ଭଳି ଦୁରାରୋଗ୍ୟ ବ୍ୟାଧିର ଶିକାର ହେଉଛନ୍ତି । କଳକାରଖାନା ଉପରେ ସରକାରଙ୍କ ଅଙ୍କୁଶ ନାହିଁ । ଅନୁସନ୍ଧାନରୁ ଜଣାପଡ଼ିଛି, ଏମ୍ସିଏଲ୍ ଦୈନିକ ୨ଲକ୍ଷ ଟନ୍ କୋଇଲା ଉତ୍ପାଦନ କରିଥାଏ । ୨୭% ରତ୍ପାନୀ ପରେ ବଳକା କୋଇଲା ଗଦା ହୋଇ ରହିବା ଦ୍ୱାରା ଗରମ ହୋଇ ସ୍ୱତଃ ନିଅାଁ ଲାଗି ଧୂଆଁରେ ବାୟୁ ପ୍ରଦୂଷଣ ବଢ଼ିଥାଏ । ପ୍ରତ୍ୟେହ କୋଇଲା ଗୁଣ୍ଡ ଉଡ଼ି କୃତ୍ରିମ ଅନ୍ଧକାର ପ୍ରକାଶ ପାଇବାରୁ ରାସ୍ତା ଦୁର୍ଘଟଣା ଘଟି ବହୁ ମୃତାହତ ହୋଇଥାନ୍ତି । ବାଙ୍କଧରା ଛକ ଠାରୁ ବହ୍ଲର ଛକ ମଧ୍ୟରେ ଅଧିକ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ସର୍ବାଧିକ । ଅନ୍ୟପକ୍ଷରେ ପ୍ରଦୂଷଣର ବିେ ବଳୟରେ ଅଣନିଶ୍ୱାସୀ ଜନସାଧାରଣ ବାରମ୍ବାର ଆନେ୍ଦାଳନ ବିକ୍ଷୋଭ କରୁଥିଲେ ବି ପ୍ରତିକାର କରାଯାଉନି । ସହରରେ ଚର୍ଚ୍ଚାରେ ଥିବା ୩ ଦଲାଲ ଏସବୁ ସମସ୍ୟାର ମୁଖ୍ୟ କାରଣ କୁହାଯାଉଛି ।