ଗୋଟିଏ ଜୁଇରେ ଜଳିଲା ୩ ମୃତଦେହ

Untitled-1

ବିଷାକ୍ତ ଖାଦ୍ୟଖାଇ ଚିକିତ୍ସାଧୀନ ମା’ଙ୍କ ମୃତୁ୍ୟ
ରମ୍ଭା/ଛତ୍ରପୁର (ଆପ୍ର): ଖଲିକୋଟ ବ୍ଲକ୍ ରମ୍ଭା ପାନ୍ଥନିବାସ ନିକଟ ନାସି ସାହିରେ ବିଷାକ୍ତ ଖାଦ୍ୟ ଖାଇ ପୂର୍ବରୁ ଭାଇ ଓ ଭଉଣୀଙ୍କ ମୃତୁ୍ୟ ଘଟିଥିବାବେଳେ ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ମା’ଙ୍କ ମୃତୁ୍ୟ ଘଟିଛି । ଗୋଟିଏ ପରିବାରର ତିନିଜଣ ମା’, ପୁଅ ଓ ଝିଅ ଶବକୁ ଗୋଟିଏ ଜୁଇରେ ଶୋକାକୂଳ ପରିବେଶରେ ସକ୍ରାର କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ଦୁଇଦିନ ଧରି ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ ବିଏସ୍ଏନ୍ଏଲ୍ କର୍ମଚାରୀ ବାନାମ୍ବର ପ୍ରଧାନ, ପତ୍ନୀ କୁମାରୀ, ପୁତ୍ର ସୌମ୍ୟରଞ୍ଜନ, କନ୍ୟା କମଳିନୀ ରୁଟି ସହ ଫୁଲକୋବି ଭଜା ଖାଇଥିଲେ । କିଛି ସମୟ ପରେ ବାନାମ୍ବର, କୁମାରୀ, ସୌମ୍ୟରଞ୍ଜନ, କମଳିନୀ କ୍ରମାଗତ ବାନ୍ତି କରିଥିଲେ । ରମ୍ଭା ଅଞ୍ଚଳର ଦୁଇଜଣ କ୍ୱାକ୍ ସେମାନଙ୍କୁ ସାଲାଇନ୍ ଓ ଓøଷଧ ଦେବାରୁ ବାନ୍ତି ବନ୍ଦ ହୋଇଯାଇଥିଲା । ପରେ ପ୍ରାୟ ଅଧଘଣ୍ଟା ପରେ ପୁଣି ସୌମ୍ୟ ଓ କୁମାରୀ ବାନ୍ତି କରିଥିଲେ । ବାନ୍ତି ବନ୍ଦ ନ ହେବାରୁ ପରିବାରର ସମସ୍ତଙ୍କୁ ଛତ୍ରପୁର ମେଡ଼ିକାଲ୍କୁ ଚିକିସôା ନିମନ୍ତେ ଭର୍ତ୍ତି କରାଯାଇଥିବା ବେଳେ ରାତିରେ କମଳିନୀର ମୃତୁ୍ୟ ଘଟିଥିଲା । ପରେ ସୌମ୍ୟରଞ୍ଜନ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପ୍ରାଣ ହରାଇଥିଲା । ଭୁବନେଶ୍ୱରରେ କୁମାରୀଙ୍କ ମୃତୁ୍ୟ ଘଟିଥିବା ବାନାମ୍ବର ସୂଚନା ଦେଇଛନ୍ତି । ରମ୍ଭା ଥାନା ଅଧିକାରୀ ନମିତା ନାୟକ ଓ ଛତ୍ରପୁର ଏସ୍ଡିପିଓ ରମେଶ ଚନ୍ଦ୍ର ସେଠୀ ଖାଦ୍ୟ ଜବତ କରିବା ସହ ତଦନ୍ତ କରିଛନ୍ତି । ଏସ୍ଡିପିଓଙ୍କ ସୂଚନା ମୁତାବକ, ଜବତ ଖାଦ୍ୟ ପରୀକ୍ଷା ପାଇଁ ପଠାଯିବା ସହ ଚିକିସôା କରିଥିବା କ୍ୱାକ୍ଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି । ବାନାମ୍ବର ସୁସ୍ଥ ହେବା ପରେ ତାଙ୍କୁ ମଧ୍ୟ ଜେରା କରାଯିବ ବୋଲି ଜଣାପଡିଛି । ବ୍ୟବଚ୍ଛେଦ ରିପୋର୍ଟ, ଭାତ ଓ କୋବି ତରକାରୀ ପରୀକ୍ଷା ରିପୋର୍ଟ ଆସିଲେ ସମସ୍ତ ତଥ୍ୟ ଜଣାପଡ଼ିବ । ବାନାମ୍ବରଙ୍କ ନିଜ ଗ୍ରାମ ରେଡ୍ଡୀ ବାହାଡାପଲ୍ଲୀକୁ ଗୁରୁବାର ପୁଅ, ମାଆ ଓ ଝିଅର ଶବ ଅଣାଯାଇ ଗୋଟିଏ ଜୁଇରେ ଦାହ କରାଯାଇଛି । ଦାହ ସକ୍ରାର ବେଳେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।