ଦେଢ଼ମାସ ପରେ ଫେରିବ ଜଗା

jaga-walking-with-his-mother-1-768x516

ଭୁବନେଶ୍ୱର, ୬ା୧୨(ବୁ୍ୟରୋ): କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁଙ୍କର ସଫଳ ଅସ୍ତ୍ରୋପଚାର ପରେ ଜଗା ସୁସ୍ଥ ହେବାରେ ଲାଗିଛି । ପ୍ରାୟ ମାସେ କିମ୍ବା ଦେଢ଼ମାସ ମଧ୍ୟରେ ଏମ୍ସରୁ ଜଗାକୁ ଛଡ଼ାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଆଜି ସୂଚନା ଦେଇଛନ୍ତି । ଜଗାର ସ୍ୱାସ୍ଥ୍ୟ ଦ୍ରୁତଗତିରେ ଉନ୍ନତି ହେଉଛି । ଜଗା ଏବେ ଏମ୍ସରେ ଚାଲବୁଲ କରୁଛି, ଖେଳୁଛି ବି । ତେବେ ସେହି ତୁଳନାରେ କାଳିଆର ସ୍ୱାସ୍ଥ୍ୟରେ ଏତେ ଉନ୍ନତି ପରିଲକ୍ଷିତ ହୋଇନାହିଁ । ତେବେ କାଳିଆକୁ ଆଉ କିଛିଦିନ ଏମ୍ସରେ ରହିବାକୁ ପଡ଼ିବ । ଉଭୟେ ସୁସ୍ଥ ହେଲାପରେ ଓଡ଼ିଶା ଫେରିବେ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।