କିପରି ଚାଲିଛି ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ?

Photo-No

ଢେଙ୍କାନାଳ,୬ା୧୨(ଆପ୍ର): ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ବ୍ଲକରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ବଢିବାରେ ଲାଗିଛି । କେବଳ ଯେ ହୋଟେଲ୍ ଏବଂ ଢାବା ଛାଡି, ଇଟା ଭାଟି, କ୍ରସ୍ର, ବିଭିନ୍ନ ଘରୋଇ ବ୍ୟବସାୟ ପ୍ରତିଷ୍ଠାନରେ କାର୍ଯ୍ୟ କରୁଛନ୍ତି । ସରକାର ସେମାନଙ୍କୁ ସୁରକ୍ଷା ଦେବାପାଇଁ ଜିଲ୍ଲାରେ ଶିଶୁ ସୁରକ୍ଷା ବିଭାଗ ମଧ୍ୟ କାର୍ଯ୍ୟ କରୁଛି । ମାତ୍ର ତାହାର କୌଣସି ପାରଦର୍ଶିତା ଦେଖିବାକୁ ମିଳୁନାହିଁ । ସରକାରଙ୍କର ଆରମ୍ଭ ହୋଇଥିବା ମୁସ୍କାନରେ ଯେତେବେଳେ କାର୍ଯ୍ୟକ୍ରମ ନିଦେ୍ର୍ଦଶ ଆସେ ସେତେବେଳେ ଉଦ୍ଧାର କାର୍ଯ୍ୟ କରାଯାଏ । ଜିଲ୍ଲାରେ ବିଭାଗର କାର୍ଯ୍ୟାଳୟ ଅବସ୍ଥିତି ବହୁତ ଲୋକଙ୍କୁ ଅଜଣା । ଅଧିକାରୀଙ୍କ ସମେତ କର୍ମଚାରୀଙ୍କ କାର୍ଯ୍ୟ କେବଳ ଅଫିସ୍ରେ ବସି ବସି ବିତିଯାଏ । ଶିଶୁ ସୁରକ୍ଷା କାର୍ଯ୍ୟକ୍ରମକୁ ସଫଳ ଓ ପରିଭ୍ରମଣ କରିବା ପାଇଁ ବିଭାଗ ପକ୍ଷରୁ ଏକ ଗାଡି ମଧ୍ୟ ପ୍ରଦାନ କରାଯାଇଛି । କିନ୍ତୁ ତାହା କେଉଁ କାର୍ଯ୍ୟରେ ଲାଗୁଛି ସାଧାରଣରେ ସମସ୍ତଙ୍କୁ ଜଣା । ଗତବର୍ଷ ଗଁଦିଆ ଏବଂ କଙ୍କଡ଼ାହାଡ଼ରେ ଘଟିଥିବା ଘଟଣାରେ ଶିଶୁ ବିଭାଗର କାର୍ଯ୍ୟକ୍ରମ ଆବଶ୍ୟକ ଅଧିକା ଥିବାବେଳେ ପୁଲିସଠାରୁ ଖବରପାଇବା ପରେ ଦୀର୍ଘ ୨ଦିନ ପରେ ଘଟଣାସ୍ଥଳରେ ବିଭାଗ ପହଞ୍ଚିଥିଲା । ଏନେଇ କିଛି ସଂଗଠନ ମଧ୍ୟ ବିଭାଗ ଉପରକୁ ଆଙ୍ଗୁଳି ଉଠାଇଥିଲେ । ତେବେ ଜିଲ୍ଲାକୁ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ପାଇଁ ଆସୁଥିବା ଅନୁଦାନ କେତେ କାର୍ଯ୍ୟରେ ଲାଗୁଛି ତାହା ତଦନ୍ତ ହେଲେ ପଦାକୁ ଆସିବ ।