ସମସ୍ୟାରେ ଜମରା ଉଚ୍ଚ ବିଦ୍ୟାଳୟ, ସମାଧାନ ନହେଲେ ଆନେ୍ଦାଳନ

nischintakoili-jamara-ucha-bidyalay

ନିଶ୍ଚିନ୍ତକୋଇଲି(ଆପ୍ର): ନିଶ୍ଚିନ୍ତକୋଇଲି ବ୍ଲକ ଜମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ତଥା ନାନା ସମସ୍ୟା ଯୋଗୁ ଶିକ୍ଷାଦାନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିôବା ଅଭିଯୋଗ ହୋଇଛି । ଶିକ୍ଷା ବିଭାଗ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିôବାରୁ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମହଲରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି ।
ଏହି ସ୍କୁଲ ୧୯୭୦ରେ ପ୍ରତିଷ୍ଠା କରାଯାଇଥିଲା ଏବଂ ଏଠାରେ ଦଶ ଶ୍ରେଣୀରେ ଶହେ ଛବିଶି ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ନବମ ଓ ଦଶମ ଶ୍ରେଣୀରେ ଶିକ୍ଷାଦାନ ନିମନ୍ତେ ଆଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆବଶ୍ୟକତା ରହିଛି । କିନ୍ତୁ ଏଠାରେ ଅତିଥି ଶିକ୍ଷକ ରୂପେ ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାଳ ରହିଛନ୍ତି । ଦୁଇଜଣ ଶିିକ୍ଷକ ଡେପୁଟେସନରେ ସପ୍ତାହକୁ ଛଅ ଦିନ ଓ ତିନି ଦିନ ଆସୁଛନ୍ତି । ହିନ୍ଦୀ ଶିକ୍ଷକ, କ୍ରୀଡା ଶିକ୍ଷକ ନଥିଲା ବେଳେ କିରାଣୀ କିମ୍ବା ପିଅନ ନାହାଁନ୍ତି । ଶିକ୍ଷକ ଅଭାବରୁ ପାଠପଢ଼ା ବ୍ୟାହତ ହେଉଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାତ୍ର ଚାରି ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି । ସେଥି ମଧ୍ୟରୁ ଦୁଇ ଜଣ ନିୟମିତ ଓ ଅନ୍ୟ ଦୁଇଜଣ ଶିକ୍ଷା ସହାୟକ । ଜଣେ ଶିକ୍ଷା ସହାୟକ ପ୍ରସୂତୀ କାଳୀନ ଛୁଟିରେ ରହିବାରୁ ତିନି ଜଣ ଶିକ୍ଷାଦାନ କରୁଛନ୍ତି । ଆଠଟି ଶ୍ରେଣୀକୁ ତିନି ଶିକ୍ଷକ କିପରି ପଢ଼ାଉଥିବେ ତାହା ସହଜରେ ଅନୁମେୟ । ସେହିପରି ଦଶ ଶ୍ରେଣୀ ନିମନ୍ତେ ମାତ୍ର ଦୁଇଟି ପକ୍କାଗୃହ ରହିଛି । ଏହି ପକ୍କା ଗୃହରେ ନବମ ଓ ଦଶମ ଶ୍ରେଣୀ ଚାଲିଛି । ପ୍ରଥମରୁ ଅଷ୍ଟମ ଛାତ୍ର ଛାତ୍ରୀଙ୍କୁ ବିପଦସଙ୍କୁଳ ଆଜବେଷ୍ଟସ୍ ଗୃହରେ ପଢ଼ା ଯାଉଛି । ଆଜବେଷ୍ଟସ୍ ଭାଙ୍ଗିରୁଜି ଯାଇଥିଲା ବେଳେ କାନ୍ଥ ମଧ୍ୟ ଫାଟି ଆଁ କରିଛି । କବାଟ-ଝରକା କଥା ନକହିବା ଭଲ । ଅସରାଏ ବର୍ଷାରେ ପାଣି ଲହଡି ଖେଳୁଛି । ପିଲାମାନେ ବର୍ଷା ଦିନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ।
ବିପଦ ସଂଙ୍କୁଳ ଗୃହ ପାଇଁ କେତେ ବେଳେ ଅଘଟଣ ଘଟିବ ତାହା କହିହେଉନି । ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ପାଞ୍ଚଟି ଶ୍ରେଣୀର ପିଲାଙ୍କୁ ମାତ୍ର ଗୋଟିଏ କୋଠରୀରେ ଶିକ୍ଷା ପ୍ରଦାନ କରାଯାଉଛି । ଶିକ୍ଷକ ଶିକ୍ଷୟିତ୍ରୀ କିମ୍ବା ଛାତ୍ରଛାତ୍ରୀଙ୍କ ନିମନ୍ତେ ପରିଶ୍ରାଗାର ନାହିଁ । ସେମାନେ ବାହ୍ୟକର୍ମ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପାଚେରୀ ନଥିôବାରୁ ବହୁ ସମୟରେ ବୁଲା ଗାଈ ଗୋରୁ , ଛେଳି ମେଣ୍ଡା, ଷଣ୍ଡ ଓ କୁକୁର ଅବାଧରେ ପ୍ରବେଶ କରି ନାନା ସମସ୍ୟା ସୃଷ୍ଟି କରୁଛନ୍ତି । ବିଦୁ୍ୟତ ସଂଯୋଗ ନଥିବାରୁ ପିଲାମାନେ ଗରମରେ ଅସ୍ତବ୍ୟସ୍ତ ହୋଇ ପଡ଼ନ୍ତି । ବିଦ୍ୟାଳୟର ସମ୍ମୁଖ ପଡିଆ ଖାଲଖମାରେ ଭରି ରହିଛି । ଟିକିଏ ବର୍ଷା ହେଲେ ଏହି ପଡିଆରେ ପାଣି ଜମି ରହି ବିଦ୍ୟାଳୟରେ ପ୍ରବେଶ କରିବାରେ ସମସ୍ୟା ସୃଷ୍ଟି କରେ । ଏପରି ବହୁ ସମସ୍ୟା ଘେରରେ ଥିଲେ ମଧ୍ୟ ସମାଧାନ ନିମନ୍ତେ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ସେହିପରି ଶିକ୍ଷକ ଅଭାବ ଯୋଗୁ ଶିକ୍ଷାଦାନ ବିପର୍ଯ୍ୟସ୍ତ ହୋଇ ପଡିଥିବାରୁ ଅଭିଭାବକମାନେ ପିଲାଙ୍କ ନାମ ଲେଖାଇବା ପାଇଁ ମଙ୍ଗୁ ନାହାଁନ୍ତି । ଫଳରେ ଦିନକୁ ଦିନ ଛାତ୍ରଛାତ୍ରୀ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ସମସ୍ୟା ସମାଧାନ ନିମନ୍ତେ ପ୍ରଧାନ ଶିକ୍ଷକ ରଜନୀ କାନ୍ତ ନନ୍ଦ ବହୁ ବାର ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଆକାରରେ ଜଣାଇଥିଲେ ବି ପ୍ରତିକାର କରାଯାଉନି । ପ୍ରଶାସନ ତୁରନ୍ତ ସମସ୍ୟା ସମାଧାନ କରିବାକୁ ଦାବି ହୋଇଛି । ଅନ୍ୟଥା ଛାତ୍ରଛାତ୍ରୀ ଓ ଅଭିଭାବକ ଆନେ୍ଦାଳନାତ୍ମକ ପନ୍ଥା ଆପଣାଇବେ ବୋଲି ଚେତାବନି ଦେଇଛନ୍ତି ।