ସଜାଗ ରୁହ, ଫସଲ ସୁରକ୍ଷା ବ୍ୟବସ୍ଥା କର

5-12-2017=4

ସମ୍ଭାବ୍ୟ ବର୍ଷା ମୁକାବିଲା ପାଇଁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ
ଭୁବନେଶ୍ୱର,୫ା୧୨(ବୁ୍ୟରୋ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଦେଖାଯାଇଥିବା ବର୍ଷା ଆଶଙ୍କାର ମୁକାବିଲା କରିବା ଲାଗି ସଜାଗ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦକ୍ଷିଣାଞ୍ଚଳ, ଉତ୍ତରାଞ୍ଚଳ ଓ କେନ୍ଦ୍ରାଞ୍ଚଳ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଚାଷୀଙ୍କ ଫସଲ ସୁରକ୍ଷା ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଏହାଛଡା ବ୍ୟାପକ ସଚେତନତା ସୃଷ୍ଟି କରିବା ସହ ମାଇକ୍ ଯୋଗେ ପ୍ରଚାର କରିବା ଲାଗି ନିଦେ୍ର୍ଦଶ ଦିଆଯାଇଛି । ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳମାନଙ୍କ ସହ ଭିଡିଓ କନ୍ଫରେନ୍ସିଂ କରିଥିଲେ । ଆଲୋଚନାରୁ ଜଣାପଡିଛି ଯେ ଡିସେମ୍ବର ୭ତାରିଖରୁ ୧୦ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବିଶେଷ କରି ଉପକୂଳ, ଦକ୍ଷିଣାଞ୍ଚଳ ଓ କେନ୍ଦ୍ରାଞ୍ଚଳ ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଅମଳ ହୋଇଥିବା ଫସଲ ତଥା ବିଲରେ ରହିଥିବା ଫସଲର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଜରିଆରେ ଚାଷୀମାନଙ୍କୁ ସେମାନଙ୍କ ଫସଲର ସୁରକ୍ଷା ପାଇଁ ଆବଶ୍ୟକ ପରାମର୍ଶ ପ୍ରଦାନ କରିବାକୁ ସେ ନିଦେ୍ର୍ଦଶ ଦେଇଥିଲେ । ଏହା ସହିତ ନିୟନ୍ତ୍ରିତ ବଜାରଗୁଡ଼ିକ ସେମାନଙ୍କ ପାଖରେ ଥିବା ପାଣ୍ଠିର ବିନିଯୋଗ କରି ମଣ୍ଡିରେ ରହିଥିବା ଧାନର ସୁରକ୍ଷା ପାଇଁ ମଧ୍ୟ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି । ଏହାଛଡା ମରୁଡି, ରୋଗପୋକ ଓ ଅଦିନିଆ ବର୍ଷା ପାଇଁ କୃଷିକ୍ଷେତ୍ରରେ ଇନ୍ପୁଟ୍ ସବ୍ସିଡି ଆକାରରେ ୨୯ଟି ଜିଲ୍ଲା ପାଇଁ ୭୧୮କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଏହି ସହାୟତା ଚାଷୀମାନଙ୍କୁ ଶୀଘ୍ର ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ । ମରୁଡି, ଚକଡା ପୋକ ଓ ଅଦିନିଆ ବର୍ଷା ପାଇଁ ୮.୫ ଲକ୍ଷ ହେକ୍ଟରରେ ଫସଲହାନୀ ହୋଇଛି । ୧୫ ଜିଲ୍ଲା ମରୁଡି ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବାବେଳେ ୨୪ ଜିଲ୍ଲା ଚକଡା ପୋକ ଓ ୧୯ ଜିଲ୍ଲା ଅଦିନିଆ ବର୍ଷା ପାଇଁ କ୍ଷତିଗ୍ରସ୍ତ ହୋଇଛି । ସେହିଭଳି ମରୁଡି ଯୋଗୁଁ ୫୯୫୮ ଗ୍ରାମ, ପୋକ ଯୋଗୁଁ ୮୦୯୨ ଗ୍ରାମ ଓ ୧୪୭୨୦ ଗ୍ରାମ ଅଦିନିଆ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି । ବିଶେଷକରି ବୌଦ୍ଧ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା, ନୟାଗଡ ଉପରୋକ୍ତ ୩ଟି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି । ୧୭ ଜିଲ୍ଲା ୨ଟି ପ୍ରାକୃତିକ ବିପର୍ଯ୍ୟୟ ଓ ଅନ୍ୟ ୬ଟି ଜିଲ୍ଲା ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି । ମାଲକାନାଗିରି ଜିଲ୍ଲାରେ କୌଣସି କ୍ଷତି ହୋଇନାହିଁ । ଏହି ବୈଠକରେ ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।