IMA-HOUSE-RE-DOCTOR-S-EMERGENCE-PRESS-MEET-(1)

ଡାକ୍ତରଙ୍କ ନିଲମ୍ବନର ପ୍ରତିବାଦ କଲା ଓମ୍ସା

35

ଭୁବନେଶ୍ୱର, (ବୁ୍ୟରୋ): ତାଳଚେର ଓ ଜଗତସିଂହପୁର ଜିଲ୍ଲାର ୫ଜଣ ଡାକ୍ତରଙ୍କୁ ନିଳମ୍ବନ ପ୍ରତିବାଦରେ ଆନେ୍ଦାଳନକୁ ଓହ୍ଲାଇବେ ଓଡ଼ିଶା ମେଡିକାଲ ସର୍ଭିସ୍ ଆସୋସିଏସନ୍(ଓମ୍ସା) । ବିନା କାରଣ ଦର୍ଶାଅ ନୋଟିସ୍ ଓ ଘଟଣାର ତଦନ୍ତ ନକରି ଡାକ୍ତରଙ୍କ ନିଲମ୍ବନକୁ ସଂଘ ବିରୋଧ କରିଛି । ଏଥିସହ ସରକାର ସେମାନଙ୍କ ଉପରୁ ତୁରନ୍ତ ନିଲମ୍ବନ ପ୍ରତ୍ୟାହାର ପାଇଁ ସଂଘ ଦାବି କରିଛି । ଏହାରେ ପ୍ରତିବାଦରେ ପ୍ରଥମେ ୬ତାରିଖରେ ତାଳଚେର ଓ ଜଗତସିଂପୁରରେ ଡାକ୍ତରମାନେ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରିବେ । ପରଦିନ ଅର୍ଥାତ ଆସନ୍ତା ୭ରୁ ୧୩ ପର୍ଯ୍ୟନ୍ତ ସାରା ରାଜ୍ୟର ଡାକ୍ତରମାନେ କଳାବ୍ୟାଜ୍ ପରିଧାନ କରି କାର୍ଯ୍ୟ କରିବେ । ଯଦି ଏହାରି ଭିତରେ ସରକାର କୌଣସି ସମାଧାନ ନ କରନ୍ତି, ତେବେ ୧୩ରେ ସଂଘର ବୈଠକରେ ଏନେଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଓମ୍ସା ସଭାପତି ନିରାକାର ଭଟ୍ଟ ଚେତାବନୀ ଦେଇଛନ୍ତି । ନଭେମ୍ବର ୩୦ରେ ତାଳଚେର ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କ ସମେତ ଜଗତସିଂହପୁର ଜିଲ୍ଲାର ୪ଜଣ ଡାକ୍ତରଙ୍କୁ ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବନ କରିଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଗସ୍ତ ସମୟରେ ଏହି ୫ଜଣ ଡାକ୍ତର କାର୍ଯ୍ୟକରୁଥିବା ଚିକିତ୍ସାଳୟର ଅବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଏହାପରେ ଏମାନଙ୍କୁ ସିଧାସଳଖ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ନିଲମ୍ବନ ପୂର୍ବରୁ ଏମାନଙ୍କୁ ପୂର୍ବରୁ କୌଣସି ପ୍ରକାର କାରଣ ଦର୍ଶାଅ ନୋଟିସ୍ ଦିଆଯାଇନଥିଲା । ଏପରିକି ଘଟଣାର କୌଣସି ପ୍ରକାର କରାଯାଇନଥିଲା । ଯାହାକୁ ନେଇ ପ୍ରଶ୍ନ ଉଠାଇଛି ଓମ୍ସା । ବିନା କାରଣ ଦର୍ଶାଅ ନୋଟିସ୍ ଓ କୌଣସି ପ୍ରକାର ତଦନ୍ତ ନକରି କିପରି ଡାକ୍ତରଙ୍କୁ କାର୍ଯ୍ୟରୁ ବହିଷ୍କାର କରାଗଲା ବୋଲି ଓମ୍ସା ସଭାପତି ନିରାକାର ଭଟ୍ଟ ପ୍ରଶ୍ନ କରିଛନ୍ତି । ଡାକ୍ତରଙ୍କୁ ଦିଆଯାଇଥିବା ନିଲମ୍ବନ ପତ୍ରରେ ନିଲମ୍ବନର କାରଣ ମଧ୍ୟ ଦର୍ଶାଯାଇନଥିବା ସେ ଅଭିଯୋଗ କରିଛନ୍ତି । ଯଦି କୌଣସି ପ୍ରକାର ଭୁଲ ଥିଲା, ତେବେ ସେମାନଙ୍କୁ ବଦଳି କରାଯାଇପାରିଥାନ୍ତା କିମ୍ବା କାରଣ ଦର୍ଶାଓ ନୋଟିସ୍ ମଧ୍ୟ ଦିଆଯାଇପାରିଥାନ୍ତା । କିନ୍ତୁ ସରକାର ଏହା ନକରି ସିଧାସଳଖ ବହିଷ୍କାର କରିବା ଅନ୍ୟାୟ ବୋଲି ଶ୍ରୀ ଭଟ୍ଟ କହିଛନ୍ତି । ରାଜ୍ୟରେ ୭ହଜାର ଡାକ୍ତରଙ୍କ ସ୍ଥାନରେ ମାତ୍ର ୩ହଜାର ଡାକ୍ତର କାର୍ଯ୍ୟ କରୁଛନ୍ତି । କିନ୍ତୁ ଡାକ୍ତର ଅଭାବ ସମୟରେ ସରକାର ଏଭଳି ଭାବେ ଡାକ୍ତରଙ୍କୁ ନିଲମ୍ବନ କରିବା କେତେ ଦୂର ଯୁକ୍ତିଯୁକ୍ତ । ଏହାର ବିରୋଧରେ ସଂଘ ରାଜ୍ୟ ବ୍ୟାପି ଆନେ୍ଦାଳନ କରିବ ବୋଲି ଚେତାବନୀ ଦେଇଛି । ୬ରୁ ତାଳଚେର ଓ ଜଗତସିଂହପୁରରେ ଡାକ୍ତରମାନେ କଳାବ୍ୟାଜ୍ ପରିଧାନ କରିବେ ଓ ୭ରୁ ରାଜ୍ୟବ୍ୟାପି ଡାକ୍ତରମାନେ କଳାବ୍ୟାଜ୍ ପିନ୍ଧିବେ । ଏହାଦ୍ୱାରା ରୋଗୀ ସେବା ବ୍ୟାହତ ହେବ ନାହିଁ ସଂଘ କହିଛି । ୧୩ ତାରିଖ ଭିତରେ ସରକାର କୌଣସି ସମାଧାନ ନକଲେ ସଂଘ ଚରମ ନିଷ୍ପତ୍ତି ନେବେ ବୋଲି ଚେତାବନୀ ଦେଇଛି । ମୁଖ୍ୟମନ୍ତ୍ରୀ ଘଟଣାରେ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରିବାକୁ ଓମ୍ସା ସଭାପତି ନିରାକାର ଭଟ୍ଟ ଦାବି କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com