News-2

ପାଠ ପଢିବା ବୟସରେ କାମ କରୁଛି ମୁକ୍ତା

38

ପଦ୍ମପୁର (ଆପ୍ର): ବାଂଶପାଳ ବ୍ଳକ ଫୁଲଝର ପଞ୍ଚାୟତ ରଙ୍ଗମାଟିଆ ଗ୍ରାମର ମୁକ୍ତା ମୁଣ୍ଡା, ବୟସ ୧୦ । ହେଲେ ଯେଉଁ ବୟସରେ ବହିବସ୍ତାନୀ ଧରି ସ୍କୁଲ ଯିବା କଥା ସେହି ବୟସରେ ମୁକ୍ତା ପରଦୁଆରେ ପାଇଟି କରିବାକୁ ଯାଉଛି । ରଘୁନାଥ ମୁଣ୍ଡାଙ୍କ ୨ ସନ୍ତାନ ମଧ୍ୟରୁ ମୁକ୍ତା ବଡ଼ । ଏତେ କମ୍ ବୟସରୁ ସେ ବାପା ମା’ଙ୍କୁ ସାହାଯ୍ୟ କରିବାକୁ ଯାଇ ଛୋଟ ଛୁଆଙ୍କ ଯତ୍ନ ନେବାଠୁ ଆରମ୍ଭ କରି ବିଲବାଡିରେ କାମ କରୁଛି । ଗରିବ ଏବଂ ବଡ଼ ପରିବାର ହୋଇଥିବାରୁ ପାଠରେ ଡୋରି ବାନ୍ଧି ଘରର ଦାୟିତ୍ୱ ନେବାକୁ ବାଧ୍ୟ ହୋଇଛି । ଗରିବ ଆଦିବାସୀ ଛୁଆଙ୍ଗ ପାଇଁ ସରକାର ଅନେକ ବ୍ୟବସ୍ଥା କରୁଥିଲେ ମଧ୍ୟ ଉପାନ୍ତ ଅଞ୍ଚଳର ଆଦିବାସୀ ଝିଅଙ୍କ ପାଇଁ କୌଣସି ସୁବିଧା ପହଞ୍ଚି ପାରୁନି । ଛୋଟବେଳରୁ ଅନେକ ଝିଅ ବିଲବାଡିରେ କାମକରିବାଠାରୁ ଆରମ୍ଭ କରି ଜଙ୍ଗଲରୁ କାଠବୁହା, ଛେଳି ଚରାଇବା, ଘରତିଆରି, ରାସ୍ତା ତିଆରିରେ ନିୟୋଜିତ ହେଉଛନ୍ତି । ଆହୁରି ମଧ୍ୟ ଅଳ୍ପ ବୟସରେ ବିବାହ କରି ପିଲା ଜନ୍ମ ଦେଇ ନିଜକୁ ବିପଦ ମୁହଁକୁ ଠେଲି ଦେଉଛନ୍ତି । ଏଭଳି ପରିସ୍ଥିତିରେ ଏହି ଅନୁସୂଚିତ ଜାତିର ପରିବାରଙ୍କ ବିଷୟରେ ଚିନ୍ତା କରିବାର ବେଳ ଆସିଥିବା ଆଲେଶଚନା ହେଉଛି ।




Powered by odothemes.com