ଅଗ୍ନି ନିର୍ବାପକ ନିୟମ ନମାନିଲେ ତାଲା

ଭୁବନେଶ୍ୱର, ୨୭ା୧୧(ବୁ୍ୟରୋ): ଅଗ୍ନି ନିର୍ବାପକ ନିୟମ କଡାକଡି ହେବ । ଓଡ଼ିଶା ଅଗ୍ନିନିରାପତ୍ତା ଓ ଅଗ୍ନିସୁରକ୍ଷା ନିୟମ ୨୦୧୭କୁ କାର୍ଯ୍ୟକାରୀ କରାଯିବ । ସପିଂ ମଲ୍, ସିନେମା ହଲ, ହସ୍ପିଟାଲ୍ ଓ ବହୁତଳ ପ୍ରାସାଦରେ ଅଗ୍ନି ନିର୍ବାପକ ବ୍ୟବସ୍ଥା କରିବାକୁ ବାଧ୍ୟ । ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆବଶ୍ୟକ ହେଲେ ସହାୟକ କର୍ମଚାରୀ ଭାବେ ଅଗ୍ନିଶମ ବିଭାଗରେ ହୋମଗାର୍ଡମାନଙ୍କୁ ସାମିଲ କରାଯିବ ଭୁବନେଶ୍ୱର ଅଗ୍ନିଶମ ଓ ବିପତ୍ତି ପ୍ରଶିକ୍ଷଣ ଏକାଡେମୀରେ ଆୟୋଜିତ ଏକ ଦିବସୀୟ ସମ୍ମିଳନୀରେ ଯୋଗଦେଇ ଅଗ୍ନିଶମ ଓ ହୋମଗାର୍ଡ ଡିଜି ବିଜୟ କୁମାର ଶର୍ମା ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ପ୍ରତିବର୍ଷ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟୁଛି । ଏହାକୁ ନିୟନ୍ତୟଣ କରିବାକୁ ବନ ବିଭାଗ ନିକଟରେ ସ୍ୱତନ୍ତ୍ର ଟିମ୍ ରହିଛି । ହେଲେ ନିଆଁକୁ ଆୟତ କରିବା ସେମାନଙ୍କ ପକ୍ଷେ ସମ୍ବବପର ହେଉନଥିବା ଦେଖାଯାଇଛି । ଜଙ୍ଗଲ ନିଆଁକୁ ଆୟତ କରିବା ପାଇଁ ଅଗ୍ନିଶମ ବିଭାଗ ସାମିଲ ହେବ ବୋଲି ବନ ବିଭାଗ ସହ ବିଚାର ବିମର୍ଶ ଚାଲିଥବବା ଶ୍ରୀ ଶର୍ମା କହିଛନ୍ତି । ଏଥିପାଇ ଅଗ୍ନିଶମ ବିଭାଗ ପାଇଁ ଆବଶ୍ୟକ କର୍ମଚାରୀ ଓ ଗାଡିମଟର ଯୋଗାଇଦେବାକୁ ସମ୍ମିଳନୀରେ ଉପସ୍ଥିତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କୁ ଅବଗତ କରାଯାଇଥିଲା । ତେବେ ଆବଶ୍ୟକ ସମସ୍ତ ସୁବିଧା ଯୋଗାଇଦେବାକୁ ଶ୍ରୀ ତ୍ରିପାଠି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ସମ୍ ହସ୍ପିଟାଲ ଓ ହୋଟେଲ ପାଲ୍ ହାଇଟ୍ସ୍ ମାଲିକ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିବା ପରେ ସରକାର ୨୦୧୭ ଅକ୍ଟୋବର ୪ ତାରିଖରେ ଅଗ୍ନିନିରାପତ୍ତା ଓ ଅଗ୍ନିସୁରକ୍ଷା ନିୟମ-୨୦୧୭ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରିଛନ୍ତି । ଯାହାକି ଏହି ଆଇନ୍ କେବଳ ଓଡ଼ିଶାରେ ହିଁ ପ୍ରଣୟନ ହୋଇପାରିଛି । ଏଥିସହ ନିୟମ ନମାନିଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସ୍ୱତନ୍ତ୍ର ନିୟମରେ ବ୍ୟବସ୍ଥା ରହିଛି । ଏହି ନିୟମକୁ ଏବେ ଅଗ୍ନିଶମ ବିଭାଗ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରଥମେ ଲୋକଙ୍କୁ ସଚେତନ କରାଯିବାକୁ ଯୋଜନା କରାଯାଇଛି । ଏହି ନୂଆ ନିୟମ ସମ୍ପର୍କରେ ଉପରୋକ୍ତ ଏକାଡେମୀରେ ଦିନିକିଆ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସମ୍ମିଳନୀକୁ ଅଗ୍ନିାମ,ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ଅନୁଷ୍ଠାନର ମହାନିଦେ୍ର୍ଦଶକ ଶ୍ରୀ ଶର୍ମା ଯୋଗଦେଇ ଉଦ୍ଘାଟିତ କରିଥିଲେ । ସମ୍ମିଳନୀକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଯୋଗଦେଇ ଉଦ୍ୟାପିତ କରିଥିଲେ । ଏହି ସମ୍ମିଳନୀରେ ରାଜ୍ୟର ପ୍ରାୟ ୬୦ ଜଣ ଅଗ୍ନିଶମ ଅଧିକାରୀ ଓ ଅଗ୍ନିଶମ ନିଦେ୍ର୍ଦଶାଳୟର ଅଧିକାରୀମାନେ ଯୋଗଦେଇଥିଲେ । ଅଗ୍ନିଶମ କାର୍ଯ୍ୟକାରିତା ଓ ନୂଆଁ ନିୟମ ସମ୍ପର୍କରେ ଶ୍ରୀ ଶର୍ମା ଅଧିକାରୀମାନଙ୍କୁ ଅବଗତ କରାଇଥିଲେ । ଶ୍ରୀ ଶର୍ମାଙ୍କ କହିବାଅନୁଯାୟୀ, ଅନ୍ୟ ରାଜ୍ୟ ତୁଳନାରେ କାର୍ଯ୍ୟ କରିବା ସହ ସାଧାରଣ ଲୋକଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ଓଡ଼ିଶା ଅଗ୍ନିଶମ ବିଭାଗରେ ପର୍ଯ୍ୟପ୍ତ ସୁବିଧା ରହିଛି । ଅଗ୍ନିଶମ କର୍ମଚାରୀମାନେ ମଧ୍ୟ କାର୍ଯ୍ୟ କରୁଛନ୍ତି । ହେଲେ ଲୋକଙ୍କ ଠାରୁ ଅପହଞ୍ଚ ରହିବା ପରି ଲାଗୁଛି । ବିଭାଗର କାର୍ଯ୍ୟକ୍ରମ ଓ ନିୟମ ସମ୍ପର୍କରେ ସାଧାରଣ ଲୋକ ଅବଗତ ରହିବା ଜରୁରୀ ରହିଛି । ଅଗ୍ନି ନିର୍ବାପକ ନିୟମ ଲାଗୁ କରିବା ସହ ଲୋକଙ୍କ ସୁରକ୍ଷାକୁ ସରଳୀକରଣ କରିବା ପାଇଁ ଉପରୋକ୍ତ ସମ୍ମିଳନୀ କରାଯାଇଛି ବୋଲି ଶ୍ରୀ ଶର୍ମା କହିଛନ୍ତି ।