ଦୁର୍ନୀତି ନିବାରଣ ପାଇଁ ନିର୍ବାଚନୀ ପ୍ରକିୟାରେ ସଂସ୍କାର ଅପରିହାର୍ଯ୍ୟ

27

ଭୁବନେଶ୍ୱର,୧୩ା୫(ବୁ୍ୟରୋ): ନିର୍ବାଚନରେ ଭାଗ ନେଉଥିବା ପ୍ରାର୍ଥୀ, ରାଜନୈତିକ ଦଳ ଭୋଟରଙ୍କୁ ଅର୍ଥ, ମଦ, ମାଂସ, ଭୋଜି ଓ ଅନେକ ଅନୁଦାନର ମିଥ୍ୟା ପ୍ରତିଶ୍ରୁତି ଦେବାର ପ୍ରତିଯୋଗିତା ଦେଶର ଭୋଟ ବ୍ୟବସ୍ଥାକୁ କଳୁଷିତ ଓ ଦୁର୍ନୀତିଗ୍ରସ୍ତ କରୁଛି । ସ୍ୱଳ୍ପ ସମୟ ପାଇଁ ଲୋକମାନେ ନିଜର ହିତାହିତ ଜ୍ଞାନ ହରାଇ କ୍ଷଣିକ ଲାଳସାର ଶିକାର ହେଉଛନ୍ତି । ଏପରି ସ୍ଥଳେ ସ୍ୱଚ୍ଛ ଗଣତାନ୍ତ୍ରିକ ସରକାର ଗଠନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଆହୁରି ମଧ୍ୟ ରାଜନୀତିରେ ପରିବାରବାଦ ଏହି ବ୍ୟବସ୍ଥାକୁ ଆହୁରି କଳଙ୍କିତ କରୁଛି । ସେହିପରି ବେତନଭୋଗୀ କର୍ମଚାରୀଙ୍କ ଭଳି ନେତାଙ୍କର ମଧ୍ୟ ଅବସର ସମୟସୀମା ନିର୍ଦ୍ଧାରଣ କରିବାକୁ ଅତିଥିମାନେ ମନ୍ତବ୍ୟ ଦେଇଛନ୍ତି । ପୂର୍ବାହ୍ନରେ ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ ଦ୍ୱାରା ରେଡ଼କ୍ରସ୍ ଭବନରେ ‘ଦୁର୍ନୀତି ନିର୍ବାରଣ ପାଇଁ ନିର୍ବାଚନ ସଂସ୍କାର ଜରୁରୀ’ ଶୀର୍ଷକ ଆଲୋଚନାଚକ୍ରର ହୋଇଯାଇଛି । ପୂର୍ବତନ ଜିଲ୍ଲା ଜର୍ଜ ଉମାଚରଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ଇଂ ଜଗବନ୍ଧୁ ଷଡ଼ଙ୍ଗୀ ମଞ୍ଚର ଆଭିମୁଖ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ । ବକ୍ତାଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ, ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ, ଉକ୍ରଳ ଭାରତ ସଭାପତି ଐର ଖାରବେଳ ସ୍ୱାଇଁ, ବିଜେପି ରାଜ୍ୟ ଉପସଭାପତି ପ୍ରତାପ ଷଡଙ୍ଗୀ ଓ ବରିଷ୍ଠ ସାମ୍ବାଦିକ ରବି ଦାସ ପ୍ରମୁଖ ଦୁର୍ନୀତି ନିବାରଣ ପାଇଁ ନିର୍ବାଚନ ପ୍ରକିୟାରେ ସଂସ୍କାର ଅପରିହାର୍ଯ୍ୟ ବୋଲି ମତ ଦେଇଥିଲେ ।
ସମସ୍ତ ବକ୍ତା ତଥା ଯୋଗ ଦେଇଥିବା ପ୍ରତିନିଧିମାନଙ୍କ ମତାମତକୁ ଭିତ୍ତିକରି ଏକ ସ୍ମାରକ ପତ୍ର (ସବ୍ କମିଟି ଜରିଆରେ) ପ୍ରସ୍ତୁତ କରି କେନ୍ଦ୍ର ଓ ରାଜ୍ୟ ସରକାର / ନିର୍ବାଚନ କମିଶନ / ଆଇନ୍ ବିଭାଗ ତଥା ପ୍ରଧାନମନ୍ତ୍ରୀଙ୍କୁ ପଠାଯିବା ପାଇଁ ସ୍ଥିର କରାଗଲା ।

ସେଆର କରନ୍ତୁ:



Powered by odothemes.com