BJD-PRESS-MEET-(3)

ମୂଲ୍ୟ ନପୋଷାଇଲେ ଖୋଲାବଜାରରେ ବିକ

47

ଓଡିÿଶା ଚାଷୀଙ୍କୁ ପୁଣି ତାଚ୍ଛଲ୍ୟ
ଭୁବନେଶ୍ୱର,୨୨ ।୧୧ (ବୁ୍ୟରୋ): ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ଆଜି ବିଜୁ ଜନତା ଦଳ ପୁଣିଥରେ କେନ୍ଦ୍ରକୁ ଟାର୍ଗେଟ୍ କରିଛି । ଚାଷୀଙ୍କର ଦୁରାବସ୍ଥା ସମୟରେ କେନ୍ଦ୍ର ସରକାର ସହାୟକ ମୂଲ୍ୟ ବୃଦ୍ଧି ନକରିବା ଓଡ଼ିଶା ପ୍ରତି କେନ୍ଦ୍ରର ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି ବୋଲି ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ବିଧାୟକ ସଞ୍ଜୟ କୁମାର ଦାସବର୍ମା କହିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସେ ଅଭିଯୋଗ କରିଛନ୍ତି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବାକୁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ କମିଟି କେନ୍ଦ୍ର ନିକଟରେ ଦାବି ରଖିଥିଲେ । ଏନେଇ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ପତ୍ରମାଧ୍ୟମରେ ଜଣାଇ ଦିଆଯାଇଛି । ଧାନର ସହାୟକ ମୂଲ୍ୟ ବୃଦ୍ଧି ପାଇଁ ବିଜେଡି କୃଷକ ସାମ୍ମୁଖ୍ୟ ପୂର୍ବରୁ ରାଜ୍ୟବ୍ୟାପି ଅନେ୍ଦାଳନ ମଧ୍ୟ କରିଥିଲା । ଏଥିସହ ରାଷ୍ଟ୍ରପତିଙ୍କ ମଧ୍ୟ ଏନେଇ ଦାବିପତ୍ର ପ୍ରଦାନ କରାଯାଇଥିଲା । ରାଷ୍ଟ୍ରପତି ଏନେଇ ବିଚାର କରିବା ପାଇଁ କେନ୍ଦ୍ର ସରକାରଙ୍କ କୃଷି କୃଷକ ମନ୍ତ୍ରାଳୟକୁ ନିଦେ୍ର୍ଦଶ ଦେଇଥିଲେ । ମନ୍ତ୍ରାଳୟ ଏନେଇ ରାଷ୍ଟ୍ରପତିଙ୍କୁ ଯେଉଁ ପତ୍ର ଦେଇଛି ତାହା ଦୁର୍ଭାଗ୍ୟଜନକ ବୋଲି ବିଜେଡି କହିଛି । ୨୦୧୭-୧୮ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଧାରଣ କରାଯାଇଥିବା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଯଥେଷ୍ଟ ଅଛି । ଯେଉଁ ଚାଷୀଙ୍କୁ ମୂଲ୍ୟ ପୋଷାଉ ନାହିଁ ସେମାନେ ନିଜ ଅମର ଧାନକୁ ଖୋଲା ବଜାରରେ କିମ୍ବା ଯେଉଁଠି ଭଲ ମୂଲ୍ୟ ମିଳିବ ସେଠାରେ ବିକ୍ରି କରନ୍ତୁ ବୋଲି ପତ୍ରରେ ଦର୍ଶାଯାଇଛି । ଯାହାକି କେନ୍ଦ୍ର ସରକାରଙ୍କ ଓଡ଼ିଶା ବିମୁଖୀ ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି । ନିଜେ ପ୍ରଧାନମନ୍ତ୍ରୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣା ବୃଦ୍ଧି କରାଯିବ ବୋଲି ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହା କାର୍ଯ୍ୟକାରୀ ହୋଇପାରି ନାହିଁ । ସେହିପରି ସ୍ୱାମୀନାଥନ୍ ରିପୋର୍ଟ ଅନୁଯାୟୀ ଧାନ ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣା ବୃଦ୍ଧି କରିବାକୁ ଦେଇଥିବା ସୁପାରିଶକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ ବୋଲି ବିଜେଡି ଦାବି କରିଛି । ଯଦି କେନ୍ଦ୍ର ସରକାର ଚାଷୀଙ୍କ ଦାବିକୁ ଦୃଷ୍ଟିରେ ରଖି ସହାୟକ ମୂଲ୍ୟ ବୃଦ୍ଧି ନକରନ୍ତି ତେବେ ଆଗାମି ଦିନରେ ବିଜୁ ଜନତା ଦଳ ପୁଣିଥରେ ଆନେ୍ଦାଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ମୁଖପାତ୍ର ସସ୍ମିତ୍ ପାତ୍ର, କହିଛନ୍ତି ବିଜେପି ସରକାର ପ୍ରକୃତରେ ଚାଷୀଙ୍କ ହୀତରେ ନା ପୁଞ୍ଜିପତିଙ୍କ ହୀତରେ ତାହାର ଜବାବ୍ ଓଡ଼ିଶାର ବିଜେପି ନେତାମାନେ ଦିଅନ୍ତୁ । ଚାଷୀମାନେ ହନ୍ତସନ୍ତ ହେଉଥିବାବେଳେ ସହାୟକ ମୂଲ୍ୟ ବୃଦ୍ଧି କରାଯିବା ଉଚିତ କି ନାହିଁ ବୋଲି ବିଜେପି ସ୍ପଷ୍ଟ କରୁ ବୋଲି ସେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ତଥା ସରକାରୀ ଦଳ ଉପମୁଖ୍ୟ ସଚେତକ ରୋହୀତ ପୂଜାରୀ, ସମ୍ବାଦକ ବିଜୟ ନାୟକ ଉପସ୍ଥିତ ଥିଲେ ।




Powered by odothemes.com