18-11-2017=2

ଶ୍ରମିକ କଲ୍ୟାଣ ପ୍ରାଥମିକତା: ନବୀନ

26

ହିନ୍ଦ୍ ମଜଦୁର ସଭାର ଚତୁର୍ଦ୍ଦଶ ରାଜ୍ୟ ସମ୍ମିଳନୀ
ଭୁବନେଶ୍ୱର, ୧୮ା୧୧(ବୁ୍ୟରୋ) : ସ୍ଥାନୀୟ ପ୍ରଦର୍ଶନୀ ପଡିଆରେ ହିନ୍ଦ୍ ମଜଦୁର ସଭାର ଚତୁର୍ଦ୍ଦଶ ରାଜ୍ୟ ସମ୍ମିଳନୀରେ ଆଜି ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଶ୍ରମିକମାନେ ହେଉଛନ୍ତି ଦେଶର ଶକ୍ତି । ଦେଶ ଗଠନରେ ସେମାନଙ୍କ ତ୍ୟାଗର ତୁଳନା ନାହିଁ । ତେଣୁ ଶ୍ରମିକମାନଙ୍କ ଅଧିକାରରର ସୁରକ୍ଷା ଓ କଲ୍ୟାଣ ତାଙ୍କର ପ୍ରଥମ ଦାୟିତ୍ୱ ବୋଲି ସେ କହିଛନ୍ତି । ଏହାଛଡା ଅଣସଂଗଠିତ କ୍ଷେତ୍ରରେ ଶ୍ରମିକମାନଙ୍କ ପାଇଁ ମଧ୍ୟ ରାଜ୍ୟ ସରକାର ଅନେକ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି । ଶ୍ରମିକମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ବିଜୁ ବାବୁ ଅନେକ ଐତିହାସିକ ପଦକ୍ଷେପ ନେଇଥିଲେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ବାବୁଙ୍କ ଆଦର୍ଶରେ ରାଜ୍ୟ ସରକାର ଅନେକ ଶ୍ରମିକ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । କେନ୍ଦୁପତ୍ର ତୋଳାଳିମାନଙ୍କୁ ବ୍ୟବସାୟରେ ଭାଗୀଦାର କରାଯାଇଛି । ସେମାନଙ୍କୁ ଲାଭାଂଶ ମଧ୍ୟ ଦିଆଯାଉଛି । ଲୋକନାୟକ ଜୟପ୍ରକାଶ ଓ ଅଶୋକ ମେହେଟ୍ଟାଙ୍କ ପରି ବିଶିଷ୍ଟ ସମାଜବାଦୀ ନେତାଙ୍କ ଆଦର୍ଶରେ ଅନୁପ୍ରାଣିତ ହିନ୍ଦ ମଜଦୁର ସଭା କୋଟି କୋଟି ଶ୍ରମିକମାନଙ୍କ ଆଶା ଓ ଭରସାର କେନ୍ଦ୍ର ବୋଲଇ ମୁଖ୍ୟମନ୍ତ୍ରୀ କହିଥିଲେ । ଏହି କାର୍ଯ୍ୟକ୍ରମରେ ତେଲେଙ୍ଗାନାର ଗୃହ ଓ ଶ୍ରମ ମନ୍ତ୍ରୀ ଏନ୍ ନରସିଂହ ରେଡ୍ଡୀ, ହିନ୍ଦୁ ମଜଦୁର ସଭାର ରାଷ୍ଟ୍ରୀୟ ସଂପାଦକ ହରଭଜନ ସିଂ ସିଦ୍ଧୁ, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମହିଳା ଓ ଶିଶୁବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ସାଂସଦ ନରେନ୍ଦ୍ର କୁମାର ସ୍ୱାଇଁ, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ହିନ୍ଦ ମଜଦୁର ସଭାର ସଭାପତି ବିଦ୍ୟାଧର ବାରିକ, ବିଶିଷ୍ଟ ଶ୍ରମିକ ନେତା ଯୋଗେନ୍ଦ୍ର ତ୍ରିପାଠୀ ଓ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମେତ ଅନ୍ୟ ଶ୍ରମିକ ନେତାମାନେ ଯୋଗ ଦେଇଥିଲେ ।




Powered by odothemes.com