lunidiha-rasta

ଦୁଇ ଲକ୍ଷ ଟଙ୍କାର ରାସ୍ତା ୨ ମାସ ଗଲାନି

53

କାମ ବେଳେ ଜେଇ ଉପସ୍ଥିତ ନଥିବା ଅଭିଯୋଗ
ସିଂହପୁର(ଆପ୍ର): ବିଂଝାରପୁର ବ୍ଲକର ରଣପୁର ପଞ୍ଚାୟତର ଲୁଣିଡିହ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ସାମ୍ନା ଦେଇ ଯାଇଥିବା ରାସ୍ତା ନିର୍ମାଣକୁ ଦୁଇ ମାସ ପୂରିନି । ରାସ୍ତା ଫାଟି ଅାଁ କଲାଣି । କିଛିଦିନ ତଳେ ସରପଞ୍ଚ ହାତପାଣ୍ଠି ବିନିଯୋଗରେ କଂକ୍ରିଟ ଢଳେଇ କରା ଯାଇଥିଲା । ଯାହାର ଅଟକଳ ନିର୍ମାଣମୂଲ୍ୟ ୨ଲକ୍ଷ ବୋଲି ଜଣା ଯାଇଛି । ୨ଲକ୍ଷ ଟଙ୍କାର ବିନିଯୋଗରେ ନିର୍ମାଣ ହୋଇଥିବା ରାସ୍ତା ନିର୍ମାଣ ବେଳେ ଉପଯୁକ୍ତ ବୈଷୟିକ ଦିଗ ପ୍ରତି ନଜର ଦିଆଯିବା ପରିବର୍ତେ ମୁନାଫା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ଚର୍ଚ୍ଚା ହେଉଛି । ନିର୍ମାଣରେ ବ୍ୟବହୃତ ସାମଗ୍ରୀ ଯଥା ସିମେଂଟ ଓ କଂକ୍ରିଟର ମାନକୁ ନେଇ ଉଠିଛି ପ୍ରଶ୍ନ । ଏହି କାମ ବେଳେ ମିକ୍ସଚର ମେସିନ, ଭାଇବ୍ରେଟର ଆଦି ବ୍ୟବହୃତ ହୋଇଥିଲା ନା ଲୋକେ ସିମେଂଟ ଓ ଗୋଡି ଗୋଳାଇ ଢାଳିଥିଲେ ସେ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ତେବେ ରାସ୍ତା କାମ ନିର୍ମାଣ ବେଳେ ସମ୍ପୃକ୍ତ ଜେଇ ଉପସ୍ଥିତ ନଥିବାରୁ ଏପରି କାମ ହୋଇଥିବା କୁହାଯାଉଛି । ଏହି ରାସ୍ତାଟି ଏକ ମୁଖ୍ୟ ରାସ୍ତାର ସଂଯୋଗୀକୃତ ରାସ୍ତା ହୋଇଥିବା ବେଳେ ବିଞ୍ଝାରପୁର, ବରୀ ଓ ଆଳି ବ୍ଲକର ଅସଂଖ୍ୟ ଲୋକଙ୍କ ଯାତାୟତ ରାସ୍ତା ହୋଇଥିବାରୁ ଏହାର ନିର୍ମାଣ ସମୟରେ ଜେଇ କାହିଁକି ଅନୁପସ୍ଥିତ ଥିଲେ ଏହାକୁ ନେଇ ସାଦାରଣରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସେଆର କରନ୍ତୁ:



Powered by odothemes.com