୪ ଜିଲ୍ଲାରେ ହୋଇଛି ଶତପ୍ରତିଶତ

aadhar

ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଆଧାର ଲିଙ୍କ୍
ଭୁବନେଶ୍ୱର, ୧୭ା୧୧(ବୁ୍ୟରୋ): ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଆଧାର ସଂଯୋଗକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି । ଆଧାର ସଂଯୋଗ ନହେଲେ ମଧ୍ୟାହ୍ନ ଭୋଜନ ମିଳିବନାହିଁ ବୋଲି ନିଦେ୍ର୍ଦଶନାମା ରହିଛି । ହେଲେ ଆଧାର ସଂଯୋଗୀକରଣ କାର୍ଯ୍ୟ ଧିମେଇଯାଇଥିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି । ଓପେପା ପକ୍ଷରୁ ଏହାକୁ ଅତ୍ୟନ୍ତ ଗୁରୁତର ସହ ନିଆଯାଇ ନଭେମ୍ବର ୩୦ ସୁଦ୍ଧା ଆଧାର ସଂଯୋଗୀକରଣ ଶେଷ କରିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖାଯାଇଛି । ୩୧୪ ବ୍ଲକ୍ରେ ଆଧାର ସଂଯୋଗ କରିବା ପାଇଁ ଓପେପା ପକ୍ଷରୁ ଗଣଶିକ୍ଷା ବିଭାଗ ସଚିବଙ୍କ ନିଦେ୍ର୍ଦଶକ୍ରମେ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା । ରାଜ୍ୟର ୩୧୩ ବ୍ଲକ୍ ମଧ୍ୟରୁ ମାତ୍ର ୪ଟି ବ୍ଲକ୍ରେ ଶତ ପ୍ରତିଶତ ଆଧାର ପଞ୍ଜିକରଣ ହୋଇଥିବା ଜଣାପଡିଛି । ଅନ୍ୟ ୩୧୦ ବ୍ଲକ୍ରେ ସ୍ଥିତି ଅତ୍ୟନ୍ତ ଦୟନୀୟ । ପ୍ରତିଦିନ ବିଭିନ୍ନ ସ୍କୁଲ୍ରେ ଆଧାର ପଞ୍ଜିକରଣ କମିବାରେ ଲାଗିଛି । ସ୍କୁଲ୍ଗୁଡିକରେ କ୍ୟାମ୍ପ୍ କରି ପିଲାଙ୍କ ଆଧାରକାର୍ଡ ସଂଯୋଗ କରିବାକୁ ଓପେପା ପକ୍ଷରୁ ଶିକ୍ଷା ଅଧିକାରୀମାନଙ୍କୁ ଚିଠି ଲେଖାଯାଇଛି । ସୂଚନା ଅନୁଯାୟୀ ଅନୁଗୁଳ, ଦେବଗଡ, କନ୍ଧମାଳ, ନୂଆପଡା, ରାୟଗଡା ଓ ପୁରୀ ଜିଲ୍ଲାରେ ଆଦୌ ଆଧାର ସଂଯୋଗ ହୋଇନାହିଁ । କେଉଁଠି ଆଧାର ପଞ୍ଜିକୃତ ପାଇଁ ଅପରେଟର ନାହାନ୍ତି ତ ଆଉ କେଉଁଠି କ୍ୟାମ୍ପ୍ରେ ଆବଶ୍ୟକୀୟ ପିଲା ଆଧାର କରିବାକୁ ଆସୁନାହାନ୍ତି । ଆଉ କେଉଁଠି ଆଧାର କାର୍ଡ ଲାଗି ଆବଶ୍ୟକୀୟ ସରଞ୍ଜାମ ଉପଲବ୍ଧ ହୋଇପାରୁନାହିଁ । ଆଉ କେତେକ ବ୍ଲକ୍ରେ ଆଧାର ସଂଯୋଗ ପାଇଁ ଦାୟିତ୍ୱ ନେଇଥିବା ଏଜେନ୍ସି ଶିକ୍ଷା ଅଧିକାରୀଙ୍କ କଥା ଶୁଣୁନାହାନ୍ତି । ମୟୂରଭଞ୍ଜ ଜିଲ୍ଲାର ଉଦଳା, ରାସଗୋବିନ୍ଦପୁର, ଜାମ୍ଦା ଓ ବହଲତା ବ୍ଲକ୍ ହିଁ କେବଳ ଶତ ପ୍ରତିଶତ ଆଧାର ସଂଯୋଗ ହୋଇପାରିଛି । ରାଜ୍ୟରେ ମୋଟ୍ ୬୮,୦୮୩ ପିଲାଙ୍କର ଆଧାର ନାହିଁ । ନବରଙ୍ଗପୁରରେ ସର୍ଭାଧିକ ୫୯,୫୮୫ ଜଣଙ୍କର ଆଧାର ନଥିବାବେଳେ କୋରାପୁଟ ଜିଲ୍ଲାରେ ୮,୪୯୮ ଜଣଙ୍କର ଆଧାର କାର୍ଡ ନାହିଁ । ସେହିଭଳି ଆଧାର ସଂଯୋଗ ଲାଗି ୩୪,୨୦୬ ଜଣ ସେମାନଙ୍କ ନାମ ପଞ୍ଜିକରଣ କରିଛନ୍ତି । ମାତ୍ର ସେମାନଙ୍କୁ କାର୍ଡ ମିଳିପାରିନାହିଁ । ଏଭଳି ସ୍ଥିତିରେ ଆଧାର ସଂଯୋଗ ନେଇ ଅନିଶ୍ଚିତତା ଦେଖାଦେଇଛି ।