8---lagana-barsa-re-jami-re-dhana-(2)

ଧାନଫସଲ ଛାରଖାର, ଆତଙ୍କିତ ଚାଷୀ

41

ଛତ୍ରପୁର (ଆପ୍ର): ଦୁଇଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷାଯୋଗୁ ଜିଲ୍ଲାର ଚାଷୀମାନେ ଆତଙ୍କିତ ରହିଛନ୍ତି । ସବୁ ବ୍ଲକରେ ଛୋଟ କିସମର ଧାନ କଟା ହୋଇ ଜମିରେ ପଡିରହିଥିବା ବେଳେ ଆଉକେତକ ଧାନ ପୂରା ପାଚିଯାଇଥିବାରୁ ଯଦି ପବନ ହୁଏ ତେବେ ଧାନ ତଳେ ପଡି ନଷ୍ଟ ହେବାର ଆଶଙ୍କା କରାଯାଉଛି । ଚଳିତ ବର୍ଷ ଧାନ ଫସଲ ଭଲ ହୋଇଥିବା ବେଳେ ବର୍ତ୍ତମାନ ଲଗାତାର ବର୍ଷା ଯୋଗୁଁ ଫସଲ କ୍ଷତି ହେବା ଆଶଙ୍କାରେ ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସଛନ୍ତିି । ଅଧିକାଂଶ ଜମିରେ ଛଟା ମୁଗ ଓ ବିରି ବୁଣା ହୋଇଥିବା ବେଳେ ଏବେ ତାହା ପଚି ନଷ୍ଟ ହୋଇଛି । ହେକ୍ଟର ପିଛା ୧୩ହଜାର ୮ଶହ ଟଙ୍କା ଜଳସେଚନ ଜମି ପାଇଁ ହୋଇଥିବା ବେଳେ ଅଣ ଜଳସେଚିତ ଜମି ନିମନ୍ତେ ୬ହଜାର ୫ଶହ ଟଙ୍କା ରଖାଯାଇଛି । ଯାହାକି କେବଳ ମୂଲ ମଜୁରୀ ଖର୍ଚ୍ଚ ପାଇଁ ସମାନ ହେବ । ହେକ୍ଟର ପିଛା ଧାନ ଚାଷ କରିବା ନିମନ୍ତେ ୨୫ରୁ ୩୦ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଚାଷୀ ଚାଷ ପ୍ରତି ଆଗ୍ରହ ହେବ କିପରି ବୋଲି ପ୍ରଶ୍ନ ଉଠୁଛି । ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ଏହାକୁ ଦୃଷ୍ଟିଦେଇ ତୁରନ୍ତ ଚାଷୀମାନଙ୍କୁ ସାହାଯ୍ୟ କରିବା ସହିତ ଫସଲ ହାନି ବିପତ୍ତିରୁ ରକ୍ଷା କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି । ସରକାର ରିଲିଫ କୋର୍ଡ ପରିବର୍ତ୍ତନ କରି ହେକ୍ଟର ପିଛା ୨୫ହଜାର ଟଙ୍କା କ୍ଷତିପୂରଣ ଦିଅନ୍ତୁ ବୋଲି ଋଷିକୂଲ୍ୟା ରୟତ ମହାସଭା ତରଫରୁ ଦାବି ହୋଇଛି ।

ସେଆର କରନ୍ତୁ:



Powered by odothemes.com