Malkanagiri-Congress-tahasil-Gherao1

ହାତଗୁଞ୍ଜା ନଦେଲେ ମିଳୁନି ପ୍ରମାଣପତ୍ର

48

୨ ହଜାର କଂଗ୍ରେସ କର୍ମୀଙ୍କ ତହସିଲ ଘେରାଉ
ମାଲକାନଗିରି(ଆପ୍ର): ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ କଂଗ୍ରେସ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତର ବିଭିନ୍ନ ସମସ୍ୟାକୁ ନେଇ ଧାରଣା ଦିଆଯାଇଛି । ତହସିଲ କାର୍ଯ୍ୟାଳୟରେ ଅଧିକାଂଶ ସମୟରେ କର୍ମ·ରୀମାନେ ଅନୁପସ୍ଥିତ ରହୁଛନ୍ତି । ଯାହାଫଳରେ ସାଧାରଣ ଲୋକେ ମୌଳିକ ସେବାରୁ ବଞ୍ଚିତ ହେଉଛନ୍ତି । ବିଭିନ୍ନ ଗ୍ରାମର ଲୋକମାନେ ଆବାସିକ ପ୍ରମାଣପତ୍ର, ରୋଜଗାର ପ୍ରମାଣପତ୍ର, ଜାତି ପ୍ରମାଣପତ୍ର ପାଇଁ ଦୀର୍ଘ ଦିନ ଧରି ତହସିଲ କାର୍ଯ୍ୟାଳୟକୁ ଧାଇଁଧାଇଁ ନାକେଦମ ହେଉଛନ୍ତି ହେଲେ କିଛି ଫଳ ହେଉନି । ଯାହାଫଳରେ ବହୁ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ଆର୍ଆଇ ଏବଂ ଅନ୍ୟ କର୍ମ·ରୀଙ୍କୁ ହାତ ଗୁଞ୍ଜାଦେଇ କାମ କରିବାକୁ ପଡୁଛି । ଯେଉଁ ଗରିବ ନିରୀହ ଆଦିବାସୀ ହାତଗୁଞ୍ଜା ଦେଇ ପାରୁନାହାନ୍ତି ସେମାନେ ତହସିଲକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି । ଏହି ଅଭିଯୋଗକୁ ଦୃଷ୍ଟିରେ ରଖି ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ୱ ସମର୍ଥକଙ୍କ ସହ ତହସିଲ୍ ଅଫିସ୍ ଘେରାଉ କରାଯିବା ସହ ମାଥିଲି ତହସିଲଦାରଙ୍କ ବଦଳି ଦାବି କରାଯାଇଛି । ତହସିଲ ଅନିୟମିତତାର ଯଥେଷ୍ଟ ପ୍ରମାଣ ରହିଛି ଏବଂ ଗରିବ ଲୋକମାନଙ୍କ ପାଇଁ ଆନେ୍ଦାଳନ ଜାରି ରହିବ ବୋଲି କହିଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି । ଉକ୍ତ ଘେରାଉରେ ଶ୍ରୀ ବାହିନୀପତି, ପୂର୍ବତନ ସାଂସଦ ପ୍ରଦୀପ ମାଝି, ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର, ମାଲକାନଗିରି କଂଗ୍ରେସ ଲିଗାଲ ସେଲର ରାମ ପ୍ରସାଦ ପଟ୍ଟନାୟକ, ବରିଷ୍ଠ ନେତା ଶରତ ଚନ୍ଦ୍ର ବୁରୁଦା ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚେୟାରମ୍ୟାନ ଲକ୍ଷ୍ମୀପ୍ରିୟା ନାୟକ, ପୂର୍ବତନ ଚେୟାରମ୍ୟାନ ସ୍ମୃତିରଞ୍ଜନ, ଜିଲ୍ଲା ପରିଷଦ ସଭ୍ୟ ରାଜୁ କୋପେ, ସରପଞ୍ଚ ଗୌରୀ ବଟେ, ତ୍ରିନାଥ ଭୂମିଆ, ବାସୁ ନାୟକ, ଛାତ୍ର ସଭାପତି କିଶୋର ମଜୁମଦାର ପ୍ରମୁଖ ଆନେ୍ଦାଳନରେ ସାମିଲ ଥିଲେ ।

ସେଆର କରନ୍ତୁ:



Powered by odothemes.com