୪୫ଠ ମୃତ

Untitled-1

ଇରାନ୍-ଇରାକ୍ରେ ଶକ୍ତିଶାଳୀ ଭୂକମ୍ପ
ସୁଲେମାନିଆ, ୧୩ା୧୧: ଇରାକ୍-ଇରାନ୍ ସୀମାନ୍ତ ଅଞ୍ଚଳରେ ବିନାଶକାରୀ ଭୂକମ୍ପ ଯୋଗୁଁ ମୃତକଙ୍କ ସଂଖ୍ୟା ୪୫୦ରେ ପହଞ୍ଚିଛି । ସେହିଭଳି ଆହତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇ ୭,୧୦୦ରେ ପହଞ୍ଚିଛି । ଇରାକ୍ ସରକାରଙ୍କ କାର୍ଯ୍ୟାଳୟ ସୂତ୍ରରୁ ମୃତକଙ୍କ ସଂଖ୍ୟା ୩୨୮ ଏବଂ ଆହତଙ୍କ ସଂଖ୍ୟା ୧୭୦୦ ବୋଲି ପ୍ରଚାର କରାଯାଇଥିଲା । ଭୂକମ୍ପର ତୀବ୍ରତା ୭.୩ ଥିଲା । ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭୂକମ୍ପ ପ୍ରଭାବିତ ଅଞ୍ଚଳକୁ ୩୦ଟି ରେଡ୍କ୍ରସ ଟିମ୍ ପଠାଯାଇଥିବାବେଳେ ମୃତାହତଙ୍କ ସଂଖ୍ୟା କ୍ରମଶଃ ବଢ଼ିବାରେ ଲାଗିଛି । ମିଡ଼ିଆ ରିପୋର୍ଟ ମୁତାବକ, ରବିବାର ବିଳମ୍ବିତ ରାତିରେ ଭୂକମ୍ପ ହେବାରୁ ଉତ୍ତର ଇରାକ୍ର ସୁଲେମାନିଆସ୍ଥିତ ବଡ କୋଠାଘର ସମେତ ସ୍ଥାନୀୟ ଲୋକେ ପ୍ରାଣ ବିକଳରେ ବାହାରକୁ ଦୌଡି ଖୋଲାସ୍ଥାନକୁ ଚାଲିଆସିଥିଲେ । ନିକଟବର୍ତ୍ତୀ ସହର ଦରବିନ୍ଦିଖାନ୍ରେ ବଡ ପାଚେରି ତଥା କଂକ୍ରିଟ୍ ଅଟ୍ଟାଳିକା ଗୋଟିଏ ସେକେଣ୍ଡରେ ଭାଙ୍ଗି ଚୁରମାର ହୋଇଯାଇଥିଲା । ଭାଙ୍ଗି ପଡିଥିବା ଅଟ୍ଟଳିକା ତଳେ ବହୁୂୁ ଲୋକେ ଚାପି ହୋଇ ରହିଯାଇଥିବା ସନେ୍ଦହ କରାଯାଉଛି । ତେବେ ଭୂକମ୍ପର ମାତ୍ରା ଏତେ ଅଧିକ ଥିଲା ଯେ ବହୁ ସ୍ଥାନରେ ଭୂସ୍ଖଳନ ହୋଇଯାଇଥିଲା । ରାସ୍ତାଘାଟ ଫାଟିଯିବା ଯୋଗୁଁ ସେଠାକୁ ଉଦ୍ଧାରକାରୀ ଦଳ ଯିବା ସମ୍ଭବ ପର ହୋଇନଥିଲା । ୟୁଏସ୍ ଜିଓଲୋଜିକାଲ ସର୍ଭେ ଅନୁଯାୟୀ ଇରାକର କସ୍ବେ ହଲବ୍ଚାରୁ ୩୦କିଲୋମିଟର ଓ ଦକ୍ଷିଣ ପଶ୍ଚିମରେ (୧୯ମାଇଲ) ଦୂରରେ ଥିଲା ଭୂକମ୍ପର କେନ୍ଦ୍ର । ଧୀରେ ଧୀରେ ଭୂକମ୍ପର ମାତ୍ରା ବଢ଼ିବା ଯୋଗୁଁ ଲୋକେ ବିକଳରେ ଏଣେ ତେଣେ ଦୌଡିବାକୁ ଲାଗିଥିଲେ । କସ୍ର-ଏ-ଶିରିନ୍ ଭୂକମ୍ପରେ ସବୁଠାରୁ କ୍ଷତିଗ୍ରସ୍ତ ସହର ବୋଲି ରିପୋର୍ଟରୁ ସ୍ପଷ୍ଟ ।ଅନ୍ୟପକ୍ଷରେ ଇରାକ୍ର ସ୍ଥାନୀୟ ସାଂସଦ ଫର୍ହାଦ ତଜାରୀଙ୍କ ପରିବାର ସଦସ୍ୟଙ୍କ ମଧ୍ୟରୁ ୧୫ଜଣଙ୍କର ମୃତୁ୍ୟ ଘଟିଥିବାବେଳେ ସହରର ମୁଖ୍ୟ ଡାକ୍ତରଖାନା ଭୁଶୁଡ଼ି ହୋଇଛି । ସେହିପରି ୭୦ ହଜାରରୁ ଊଦ୍ଧ୍ୱର୍ ଲୋକଙ୍କୁ ଜରୁରିକାଳୀନ ସହାୟତା କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ଏବେ ମଧ୍ୟ ଭଗ୍ନସ୍ତୂପ ତଳେ ବହୁ ମୃତାହତ ଫଶି ରହିଛନ୍ତି । ଏଘଟଣାକୁ ନେଇ ସାରା ବିଶ୍ୱ ଦୁଃଖ ପ୍ରକାଶ କରିବା ସହ ସହାୟତାର ହାତ ବଢ଼ାଇଛନ୍ତି ।