ଆଜିଠୁ ୧୬ତମ ଅଞ୍ଜଳି ଆନ୍ତର୍ଜାତିକ ଶିଶୁ ମହୋତ୍ସବ

DSC_0083

ଦ୍ଭ ମିନାକ୍ଷୀ ମିଶ୍ର ପାଇବେ ଅଞ୍ଜଳି ଆୱାର୍ଡ ଦ୍ଭ ଜିରୋ ୱେଷ୍ଟ୍ ଫେଷ୍ଟିଭାଲ୍ର ବାର୍ତ୍ତା
ଭୁବନେଶ୍ୱର,(ବୁ୍ୟରୋ): ମଙ୍ଗଳବାର (ଶିଶୁ ଦିବସ)ଠାରୁ ‘ସ୍ୱାଭିମାନ’ ପକ୍ଷରୁ ପ୍ରତିବର୍ଷ ପରି ୫ ଦିନ ବ୍ୟାପୀ ରାଜଧାନୀର ଆଦିବାସୀ ପଡ଼ିଆରେ ଅନୁଷ୍ଠିତ ହେବ ୧୬ତମ ଅଞ୍ଜଳି ଆନ୍ତର୍ଜାତିକ ଶିଶୁ ମହୋତ୍ସବ । ତେବେ ଚଳିତବର୍ଷ ଭାରତରେ ପ୍ରଥମ ଥର ପାଇଁ ଏହି ମହୋତ୍ସବକୁ ଜିରୋ ୱେଷ୍ଟ୍ ଫେଷ୍ଟିଭାଲ୍ର ବାର୍ତ୍ତା ଦିଆଯାଇଛି । ଏଥିସହିତ ଏବର୍ଷ ପାଇଁ ଥିମ୍ ରଖାଯାଇଛି ‘ସୁପରହିରୋଜ୍’ । ସେହିପରି ଏହି ମହୋତ୍ସବରେ ୬୯ଠଠ ଅଂଶଗ୍ରହଣକାରୀ ଯୋଗ ଦେଉଥିବା ବେଳେ ରାଜ୍ୟ, ଦେଶ ତଥା ବିଦେଶରୁ ୫୪ଟି ଟିମ୍ ସାମିଲ୍ ହୋଇଛନ୍ତି । ଓଡ଼ିଶାର ୩ଠଟି ଜିଲ୍ଲା ଏବଂ ୮ଟି ଏନ୍ଜିଓ, ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ହରିୟାଣା, ମଧ୍ୟପ୍ରଦେଶ, ରାଜସ୍ଥାନ, ଆସାମ, ସିକ୍କ୍ିମ୍, ନାଗାଲାଣ୍ଡ, ତ୍ରିପୁରା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲ୍ନାଡ଼ୁ ଓ ପଡ୍ଡୁଚେରୀ ସମେତ ଅଷ୍ଟ୍ରେଲିଆ, ନେପାଳ ଓ ଆଫ୍ଗାନିସ୍ଥାନର ଟିମ୍ ଏଥିରେ ଭାଗନେବେ । ଏହାଛଡ଼ା ଭୁବନେଶ୍ୱର, କଟକ, କେନ୍ଦ୍ରାପଡ଼ା, ବାଲେଶ୍ୱର, ବ୍ରହ୍ମପୁର ଓ ଢ଼େଙ୍କାନାଳର ୨୫ଟି ପ୍ରମୁଖ ସ୍କୁଲ୍ର ଛାତ୍ରଛାତ୍ରୀ ମଧ୍ୟ ଯୋଗଦେବେ । ଅନ୍ୟପକ୍ଷରେ ବିଭିନ୍ନ କଲେଜର ୧ଠ୨ ସ୍ୱେଚ୍ଛାସେବୀ ମହୋତ୍ସବକୁ ପରିଚାଳନା କରିବେ । ଏହି ମହୋତ୍ସବକୁ ରାଜ୍ୟପାଳ ଡ. ଏସ୍ ସି ଜମିର୍ ଉଦ୍ଘାଟନ କରିବେ । ଏଥିସହିତ ଏଠାରେ ଆୟୋଜିତ ବିଜ୍ଞାନ ମଡେଲ୍ ପ୍ରଦର୍ଶନୀ ଓ ବାଲୁକା କଳାକୁ ମଧ୍ୟ ଡ. ଜମିର୍ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ‘ସ୍ୱାଭିମାନ’ ମୁଖ୍ୟ ନିର୍ବାହୀ ଡ. ଶ୍ରୁତି ମହାପାତ୍ର ସୂଚନା ଦେଇଛନ୍ତି ।ଏହି ମହୋତ୍ସବର ଉଦ୍ଘାଟନୀ ଦିବସରେ ଡ. ମହାପାତ୍ର, ସମସ୍ତ ଷ୍ଟାଫ୍, ସ୍ୱେଚ୍ଛାସେବୀ, ଅଂଶଗ୍ରହଣକାରୀ, ଅତିଥି, ସେଲିବ୍ରିଟି ଓ ବିଭିନ୍ନ ବର୍ଗର ଲୋକଙ୍କ ଏକ କାର୍ଣ୍ଣିଭାଲ୍ ଅନୁଷ୍ଠିତ ହେବ । ଭଞ୍ଜକଳା ମଣ୍ଡରେ ୭ମ ବାଇସ୍କୋପ୍ରେ ପିଲାମାନେ ୪ଟି ଚଳଚ୍ଚିତ୍ର ଦେଖିବେ । ସେହିପରି ଚଳିତବର୍ଷ ପ୍ରଥମ ଥର ପାଇଁ ଏହି ମହୋତ୍ସବରେ ଜିରୋ ୱେଷ୍ଟ୍ ଫେଷ୍ଟିଭାଲ୍ର ବାର୍ତ୍ତା ଦିଆଯାଇଛି । ଏଥିସହିତ କ୍ଲିନ୍ ଭୁବନେଶ୍ୱର କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଏଠାରେ ଇ-ୱେଷ୍ଟ୍ ସ୍କଲ୍ପଚର୍ ବ୍ୟବସ୍ଥା ହେଉଥିବା ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଅପରପକ୍ଷରେ ଚଳିତ ଥର ଏହି ଶିଶୁ ମହୋତ୍ସବରେ ଅନେକ ଆକର୍ଷଣୀୟ ଶୋ’ ଏବଂ ପ୍ରଦର୍ଶନୀ କରାଯାଉଛି । ପ୍ଲାନେଟୋରିୟମ୍ ପକ୍ଷରୁ ଟେଲିସ୍କୋପ୍ରେ ତାରା ଦେଖାଇବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଓଡ୍ରାଫ୍ ପକ୍ଷରୁ ଜଳ ସୁରକ୍ଷା କୌଶଳ, ପଦ୍ମଶ୍ରୀ ସୁୂଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ସୁଇମିଂ ପୁଲ୍ ଆଦି ଅନେକ କାର୍ଯ୍ୟକ୍ରମ ସ୍ଥାନିତ କରାଯାଇଥିବା ଡ. ମହାପାତ୍ର ସୂଚନା ଦେଇଥିଲେ ।