ନଦୀରେ ଲୀନ ହେବ ୧ଠ ଗ୍ରାମ

54643

ବାଲି ବୋହି ନେଉଛନ୍ତି ବଙ୍ଗଳା ମାଫିଆ
ଜଳେଶ୍ୱର (ଆପ୍ର): ଓଡ଼ିଶା ଓ ପଶ୍ଚିମବଙ୍ଗ ସୀମାକୁ ଳାଗି ରହିଛି ଜଳେଶ୍ୱର । ସୀମା ଦେଇ ବହି ଯାଇଛି ଜଳେଶ୍ୱରର ଜୀବନରେଖା ସୁବର୍ଣ୍ଣରେଖା । ଯାହାଉପରେ ନିର୍ଭର କରେ ଲୋକଙ୍କ ଜୀବନ ଜୀବିକା । ଏହା ନାଗପୁର, ବିହାର ପଶ୍ଚିମବଙ୍ଗ, ସର୍ବଶେଷରେ ଜଳେଶ୍ୱର ଦେଇ ପ୍ରବାହିତ ହୋଇ ବଙ୍ଗୋପସାଗରରେ ମିଶିଛି । ନଦୀ ପାଶ୍ୱର୍ରେ ଶହଶହ ହେକ୍ଟର ପାଳ ଜମି ଯୋଗୁଁ ପ୍ରଚୁର ପାରିମାଣରେ ପନିପରରିବା ଚାଷ ଇତ୍ୟାଦି ହୋଇଥାଏ । ଏଥିପାଇଁ ସୁବର୍ଣ୍ଣରେଖା ପାଲଟିଛି ଜୀବନଧାରା । ମାତ୍ର ବାଲେଶ୍ୱର ଜିଲ୍ଲା ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରାଯୋଗୁଁ ପଶ୍ଚିମବଂଗର କେତେକ ବାଲି ମାଫିଆ ଜଳେଶ୍ୱର ଅଂଚଳର କେତେକ ରାଜନେତା, ସ୍ଥାନୀୟ ପ୍ରଶାସନ ସହିତ ଭିତିରି ସଂପର୍କ ରଖି ରାଜନଗର, ଗୋପାଳପୁର, ମାକିଡିଆ, କୁଅଁରପୁର ତୋଟାପଡା, ବେହେରାସାହି, ମୁଣୁତୁଣିଆ, ଦକ୍ଷିଣପ୍ରହରାଜପୁର, ମାଳିପାଳ, ଗୁରୁଦାସପୁର ଦେଇ ପ୍ରବାହିତ ହେଉଥିବା ସୁବର୍ଣ୍ଣରେଖାର ଉତ୍ତର ପଟେ ଓଡିଶା ସୀମାରୁ ପ୍ରତ୍ୟେହ ହଜାରହଜାର ଟ୍ରକ ବାଲି ଉତ୍ତୋଳନ କରୁଛନ୍ତି । ଜଳେଶ୍ୱରର କିଛି କୁଜି ନେତା ଓ ପ୍ରଶାସନଅଧିକାରୀଙ୍କୁ ହାତଗୁଞ୍ଜା ଦେଇ ମେସିନ୍ ସାହାଯ୍ୟରେ ନଦୀ ଗର୍ଭରୁ ବାଲି ଉତ୍ତୋଳନ କରିବାଦ୍ୱାରା ଏ ସବୁ ଗ୍ରାମ ଗୁଡିକ ନଦୀ ଗର୍ଭରେ ଲୀନ ହେବାରେ ଲାଗିଛି । ବାରମ୍ବାର ଏ ବିଷୟରେ ଓଡିଶା ସରକାରଙ୍କଠାରେ ସ୍ଥାନୀୟ ଲୋକେ ଫେରାଦ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କିଛି ପ୍ରତିକାର ପାଇନାହାନ୍ତି ।ପ୍ରକାଶ ଥାଉକି, ଜିଲ୍ଲା ପ୍ରଶାସନ ଚଢାଉ କରିବା ପାଇଁ ଯିବା ସମୟରେ ପ୍ରଶାସନର କିଛି କର୍ମଚାରୀ ମାଫିଆମାନଙ୍କୁ ଖବର କରିଦେଉଛନ୍ତି । ଯାହାଦ୍ୱାରା ପ୍ରଶାସନକୁ ଖାଲି ହାତରେ ଫେରିବାକୁ ପଡୁଛି । ଉକ୍ତ ବାଲିକୁ ମାଫିଆମାନେ ବସ୍ତାରେ ଭର୍ତ୍ତି କରି ଟନ୍ ହିସାବରେ ସୁଦୂର କଲିକତା ପର୍ଯ୍ୟନ୍ତ ରପ୍ତାନୀ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ ଓଡିଶା ସରକାରଙ୍କୁ ଫୁଟି କଉଡିଟିଏ ମିଳୁନି । ଆହୁରି ମଧ୍ୟ ଏହାଦ୍ୱାରା ଅଫିସର୍ ଓ ରାଜନେତାମାନେ ପକେଟ ଗରମ କରୁଥିବା ବେଳେ ସ୍ଥାନୀୟ ଲେଶକେ ଭିଟାମିଟି ଏବଂ ଚାଷଜମି ହରାଇବାରେ ଲାଗିଛନ୍ତି । କାହିଁକି ପ୍ରଶାସନ ଏହାର ସ୍ଥାୟୀ ପ୍ରତିକାର କରୁନି ତାହା ବିସ୍ମୟ ସୃଷ୍ଟି କରିଛି । ତୁରନ୍ତ ସ୍ଥାୟୀ ପ୍ରତିକାର ପାଇଁ ଉଲମରା ସରପଞ୍ଚ ଯତିନ୍ ମହାନ୍ତି, ଆଇନ୍ଜୀବୀ ବିମଲ କୁମାର ସେନ୍ଙ୍କ ସମେତ ଅଞ୍ଚଳବାସୀ ଦୃଢ ଦାବି କରିଛନ୍ତି ।