4-kukudakhandi---Doctor

ଦିନ ଗୋଟାଏ ପରେ ସ୍ୱାସ୍ଥ୍ୟକେନ୍ଦ୍ର ବନ୍ଦ

76

କୁକୁଡ଼ାଖଣ୍ଡି (ଆପ୍ର): ଜଗଦଳପୁରରେ ଥିବା ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୪ ଘଣ୍ଟାରୁ ୨୦ ଘଣ୍ଟା ତାଲା ଝୁଲୁଛି । ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦ ନମ୍ବର ଜିଲ୍ଲା ପରିଷଦ ଜୋନ୍ ଅନ୍ତର୍ଗତ ପାଖାପାଖି ୮ଟି ପଞ୍ଚାୟତର ପ୍ରାୟ ୨୦ ହଜାର ଜନସାଧାରଣ ନିର୍ଭରଶୀଳ । ବ୍ରହ୍ମପୁର ଠାରୁ ମାତ୍ର ୫ କିଲୋମିଟର ଦୂରରେ ଥିବା ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ କାହାରି ଦୃଷ୍ଟି ପଡ଼ୁନି । ଡଃ ଦୁର୍ଗାମାଧବ ବିଶ୍ୱାଳ ପୂର୍ବରୁ ଡ଼ାକ୍ତରଖାନା ଦାୟିତ୍ୱରେ ଥିଲେ । ସେ ପାଖାପାଖି ୬ ମାସରୁ ଊଦ୍ଧ୍ୱର୍ ସମୟ ଧରି ଡାକ୍ତରଖାନା ଅନୁପସ୍ଥିତ ରହିବାରୁ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ପ୍ରଶାସନ ଡ଼ଃ ବିଶ୍ୱାଳଙ୍କୁ ବଦଳି କରିବା ସହ ୩ ମାସ ତଳେ ଜଣେ ନୂତନ ଡ଼ାକ୍ତରଙ୍କୁ ନିଯୁକ୍ତି ଦେଲେ । ପରେ ତାଙ୍କୁ ସଙ୍ଗେ ସଙ୍ଗେ କୁକୁଡ଼ାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଡେପୁଟେସନ୍ରେ ପଠାଇ ଦିଆଗଲା । ଅନ୍ୟପକ୍ଷରେ କମ୍ପାଉଣ୍ଡର ହେମନ୍ତ ପାତ୍ର ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟାରେ ଡ଼ାକ୍ତରଖାନାକୁ ଆସୁଥିବା ବେଳେ ଅପରାହ୍ନ ପ୍ରାୟ ୧୨ଟା ବେଳକୁ ଅନ୍ୟତ୍ର ଚାଲିଯାଆନ୍ତି । ସେହିପରି ଆୟୁଷ ଡାକ୍ତର ଏବଂ ଅନ୍ୟ କର୍ମଚାରୀଙ୍କ ମଧ୍ୟ ସମୟ ସୀମା ସାଢ଼େ ୯ଟାରୁ ସାଢ଼େ ୧୨ଟା । ଡାକ୍ତରଖାନା ପରିସରରେ ରହିବା ପାଇଁ କ୍ୱାର୍ଟର ଥିଲେ ମଧ୍ୟ ସବୁବେଳେ ତାଲା ପଡ଼ିଥାଏ । ଦିନ ଗୋଟାଏ ପରେ ଡ଼ାକ୍ତରଖାନାରେ ଚାବି ପକାଇ ସବୁ କର୍ମଚାରୀ ଚାଲିଯାଆନ୍ତି । ତେବେ କମ୍ପାଉଣ୍ଡର ହେମନ୍ତଙ୍କୁ ପଚାରିବାରୁ ରାଜ୍ୟରେ ପ୍ରାୟ ଡ଼ାକ୍ତରଖାନାର ଅବସ୍ଥା ଏହି ପ୍ରକାର । ତେଣୁ ଆମେ ଏହାଠାରୁ ଅଧିକ ସମୟ ରହିପାରିବୁନି । ଡ଼ାକ୍ତରଖାନା କର୍ତ୍ତୃପକ୍ଷଙ୍କ ଏପରି ଖାମଖିଆଲି ମନୋଭାବକୁ ସାଧାରଣରେ ନିନ୍ଦା କରାଯାଇଛି । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା.ଃ ସରୋଜ କୁମାର ମିଶ୍ରଙ୍କ କହିବା କଥା ଜାନୁଆରୀ ମାସ ସୁଦ୍ଧା ଡ଼ାକ୍ତର ପଦବୀ ପୂରଣ ହେବ । କୁକୁଡ଼ାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ସ୍ଥାୟୀ ଡ଼ାକ୍ତର ନଥିବାରୁ ତାଙ୍କୁ ଡ଼େପୁଟେସନ୍ରେ ପଠାଯାଇଛି । ମୁଁ ନିଜେ ଯାଇ ଡ଼ାକ୍ତରଖାନା ସ୍ଥିତି ଅନୁଧ୍ୟାନ କରିବି ।

ସେଆର କରନ୍ତୁ:



Powered by odothemes.com