7-11-2017=3

ମହାନଦୀ କୂଳରେ ଲାଗିବ ୨ କୋଟି ଗଛ

29

ସବୁଜ ମହାନଦୀ ମିଶନ
ଭୁବନେଶ୍ୱର (ବୁ୍ୟରୋ): ମହାନଦୀର ଭୂତଳ ଜଳର ସଂଗ୍ରହଣ ଓ ସଂଚାଳନକୁ ଦୃଷ୍ଟିରେ ରଖି ଏହାର ଦୁଇ କୂଳରେ ଏକ କିଲୋମିଟର ପରିଧି ମଧ୍ୟରେ ବ୍ୟାପକ ବୃକ୍ଷରୋପଣ କରାଯିବ । ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ୨୦୧୮-୧୯ ବର୍ଷରେ ମହାନଦୀର ଦୁଇ କୂଳରେ ୨ କୋଟି ଗଛ ଲଗାଇବା ପାଇଁ ନିଷ୍ପତ୍ତି ହୋଇଛି । ଏହା ସହିତ ଇବ୍ ଓ ତେଲ ନଦୀ କୂଳରେ ମଧ୍ୟ ଗଛ ଲଗାଯିବ । ମହାନଦୀ ସହିତ ରାଜ୍ୟର ସମସ୍ତ ବଡ଼ ନଦୀ କୂଳରେ ବ୍ୟାପକ ବୃକ୍ଷରୋପଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।ମହାନଦୀ କୂଳରେ ଥିବା ସରକାରୀ ଓ ବେସରକାରୀ ସ୍ଥାନରେ ଏହି ବୃକ୍ଷରୋପଣ କରାଯିବ । ମହାନଦୀ କୂଳରେ ଜଙ୍ଗଲ ଜମିକୁ ବାଦ୍ଦେଲେ ୭୫୭୬୦ ହେକ୍ଟର ସରକାରୀ ଓ ୪୭୪୭୦ ହେକ୍ଟର ବେସରକାରୀ ଜମି ରହିଛି । ଏହି ବୃକ୍ଷରୋପଣରେ ମୁଖ୍ୟତଃ ଆମ୍ବ, ପଣସ, ଜାମୁ ଆଦି ଗଛ ଲଗାଯିବ । ଏଥିପାଇଁ ପଞ୍ଚାୟତ ଓ ବ୍ଲକ୍ସ୍ତରରେ ନିର୍ବାଚିତ ପ୍ରତିନିଧିଙ୍କୁ ନେଇ କମିଟି କରାଯିବ । ବୈଠକରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜଶ୍ରୀ ରାଉତରାୟ, ଉନ୍ନୟନ କମିଶନର ଆର୍ ବାଲକ୍ରିଷ୍ଣନ୍, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସୁରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।




Powered by odothemes.com