ରାଜଧାନୀରେ ବିନା ଟ୍ୟାକ୍ସରେ ଗଡ଼ୁଛି ସିଟି ବସ୍

ct-bus

ବିପିଟିଏସ୍ ଏମ୍ଡିଙ୍କୁ ଆର୍ଟିଓଙ୍କ ଚିଠି
ଭୁବନେଶ୍ୱର (ବୁ୍ୟରୋ): ରାଜଧାନୀରେ ବିନା ରୋଡ୍ ଟ୍ୟାକ୍ସରେ ଗଡୁଛି ସିଟି ବସ । ଦିନେ ନୁହେଁ କି ମାସେ ନୁହେଁ ଦୀର୍ଘ ୩ ବର୍ଷ ଧରି ବିପିଟିଏସ୍ ଟ୍ୟାକ୍ସ୍୍ ଫାଙ୍କି ଚାଲିଛି । ଏହା ଉପରେ ଆପତ୍ତି ଉଠାଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପରିବହନ ଅଧିକାରୀ ବା ଆର୍ଟିଓ । ଶହେ ନୁହେଁ କି ହଜାର ନୁହେଁ ୭୫ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ଟ୍ୟାକ୍ସ୍ ଫାଙ୍କି ସହରରେ ବେଧଡ଼କ୍ ସିଟି ବସ୍ ଗଡୁଥିବା ନଗର ଉନ୍ନୟନ ବିଭାଗକୁ ଆର୍ଟିଓ ତାଗିଦ କରିବା ସହ ତୁରନ୍ତ ଏହି ଅର୍ଥ ପୈ÷ଠ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଅର୍ଥ ପୈଠ କରିବାରେ ବିଫଳ ହେଲେ ଓଡ଼ିଶା ମୋଟର ଭେଇକିଲ୍ ଆକ୍ଟ ଆଣ୍ଡ ରୁଲ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଚେତାବାନୀ ମଧ୍ୟ ଦେଇଛନ୍ତି । ପ୍ରାପ୍ତ ତଥ୍ୟ ଅନୁସାରେ ନଗର ଉନ୍ନୟନ ବିଭାଗ ଅଧୀନରେ ରହିଥିବା ଭୁବନେଶ୍ୱର ପୁରୀ ପରିବହନ ନିଗମ ଗତ ୨୦୧୪ ସେପ୍ଟେମ୍ବର ପହିଲାରେ ୧୦ଟି ବସ କ୍ରୟ କରାଯାଇଥିଲା । ଯାହାର କ୍ରମିକ ସଂଖ୍ୟା ଓଡି ୩୩ ଏ-୮୯୫୦ ରୁ ଓଡି ୩୩ ଏନ- ୮୯୫୯ । ଉକ୍ତ ବସ ଗୁଡ଼ିକ କ୍ରୟ ବେଳେ ନମ୍ବର ପଞ୍ଜୀକରଣ ବାବଦକୁ କୌଣସି ଅର୍ଥ ଆଞ୍ଚଳିକ ପରିବହନ ନିଗମରେ ପୈଠ କରିନଥିଲା । ଏପରି କି ୨୦୧୪ ପର୍ଯ୍ୟନ୍ତ ପଞ୍ଜୀକରଣ ବାବଦକୁ ବକେୟା ଅର୍ଥ ପ୍ରଦାନ କରିବା ତ ଦୂରର କଥା ବିନା ରୋଡ୍ ଟ୍ୟାକ୍ସ ଓ ପରମିଟ୍ରେ ରାଜଧାନୀରେ ଗଡୁଛି । ସବୁଠାରୁ ବଡ଼କଥା ହେଉଛି ୩ ବର୍ଷ ଧରି ଏହି ବସ ଗୁଡ଼ିକ ରାଜଧାନୀରେ ଗଡୁଥିବା ସତ୍ୱେ ଏଥିପ୍ରତି କାହାର ନିଘା ନଥିଲା । ଏହି ଘଟଣା ପଦାକୁ ଆସିବା ପରେ ଏବେ ଆଞ୍ଚଳିକ ପରିବହନ ବିଭାଗର ନିଦ ଭାଙ୍ଗିଛି । ଏନେଇ ଭୁବନେଶ୍ୱର ଆର୍ଟିଓ ତୁରନ୍ତ ଉକ୍ତ ୧୦ ବସ ବାବଦକୁ ବକେୟା ଟ୍ୟାକ୍ସ ସହ ଜରିମାନା ବାବଦକୁ ୭୫ ଲକ୍ଷ ୭୪ ହଜାର ୧୩୦ ଟଙ୍କା ଦାଖଲ କରିବା ଲାଗି ନଗର ଉନ୍ନୟନ ବିଭାଗକୁ ନିଦେ୍ର୍ଦଶ ଦେଇଛନ୍ତି । ଆସନ୍ତା ୧୫ ଦିନ ମଧ୍ୟରେ ଏହି ଟଙ୍କା ପୈଠ କରିବାରେ ବିଫଳ ହେଲେ ସମସ୍ତ ଗାଡ଼ି ଉପରେ ମୋଟର ଭେଇକିଲ୍ ଆକ୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆର୍ଟିଓ ଚରମବାଣୀ ଶୁଣାଇଛନ୍ତି । ନଗର ଉନ୍ନୟନ ବିଭାଗ ଆର୍ଟିଓଙ୍କ ଏହି ନୋଟିସ୍ ପାଇବା ପରେ, ଏନେଇ ଗତ ୨୫ ଅକ୍ଟୋବର ୨୦୧୭ ରେ ବିଭାଗୀୟ ଅନୁସଚିବ ବେଲାଳସେନ ବେହେରା ବିପିଟିଏସ୍ର ପରିଚାଳନା ନିଦେ୍ର୍ଦଶକଙ୍କୁ ତୁରନ୍ତ ଅର୍ଥ ପୈଠ କରିବା ଲାଗି ନିଦେ୍ର୍ଦଶ ଦେଇଛନ୍ତି ।