ଜଳସେଚନ ବିଭାଗ ଜାଣି ଅଜଣା

34

କେନାଲ ବନ୍ଧ ଭାଙ୍ଗି ବିଲରେ ପାଣି
ମାହାଙ୍ଗା (ଆପ୍ର): ମାହାଙ୍ଗା ବ୍ଲକ୍ରେ କେନାଲ ଗୁଡିକର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇ ପଡୁଥିବା ବେଳେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଜଳସେଚନ ବିଭାଗର କୁମ୍ଭ କର୍ଣ୍ଣ ନିଦ୍ରା ଭାଙ୍ଗୁନାହିଁ । ଚାଷୀଙ୍କର ସମସ୍ୟାକୁ ଶୁଣିବାକୁ ପ୍ରଶାସନ ଅକ୍ଷମତା ପ୍ରକାଶ କରୁଛି । ଏପରି ସମସ୍ୟା ଦେଖିବାକୁ ମିଳିଛି ମାହାଙ୍ଗା ବ୍ଲକର ପଲ୍ଲୀସାହି ଦେଇ ପନ୍ଦରବାଟିଆକୁ ସଂଯୋଗ କରୁଥିବା କେନାଲଟିର । ଏହି କେନାଲର ଦୁଇଟି ସ୍ଥାନରେ ଘାଇ ହୋଇ ବିଲରେ ପାଣି ମାଡୁଥିବା ବେଳେ କେନାଲର ଶେଷ ମୁଣ୍ଡକୁ ପାଣି ଯାଉନାହିଁ । ହେଲେ ଏହି ଘାଇକୁ ପୋତିବା ପାଇଁ ଜଳସେଚନ ବିଭାଗର ଦାୟିତ୍ୱରେ ଥିବା କର୍ମଚାରୀ ମାନେ କୌଣସି ଆଗ୍ରହ ପ୍ରକାଶ କରୁନାହାଁନ୍ତି । ସେହିଭଳି ଅଚୁ୍ୟତପୁର ଜଳସେଚନ କାର୍ଯ୍ୟାଳୟ ଅଧିନରେ ଥିବା ୮ ନଂ କେନାଲର ବିଭିନ୍ନ ସ୍ଥାନରେ ଘଳିଆ ସୃଷ୍ଟି ହୋଇଥିବା ଓ ସେଗୁଡିକୁ ବାଲିବସ୍ତା ଦେଇ ବନ୍ଧା ହୋଇଥିବା ଦେଖାଯାଇଛି । ଠିକ୍ ସମୟରେ କେନାଲ ବନ୍ଧ ମରାମତି ଓ କେନାଲ ସଫେଇ କରାଯାଇ ନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । କେନାଲ ବନ୍ଧରେ ନିମ୍ନମାନର ଢଳେଇ ୱାଲ ନିର୍ମାଣ ଓ ନିମ୍ନମାନର କେନାଲ ସଫେଇ ଯୋଗୁ କେନାଲ ବନ୍ଧରେ ଘଳିଆ ସୃଷ୍ଟି ହୋଇଛି । ତେଣୁ ସରକାର ଲକ୍ଷାଧିକ ଟଙ୍କା କେନାଲ ସଫେଇ ପାଇଁ ଖର୍ଚ୍ଚ କରୁଥିଲା ବେଳେ ପ୍ରକୃତରେ ଚାଷୀଙ୍କର କୌଣସି ଉପକାରରେ ଲାଗୁ ନାହିଁ । ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କର ମଧୁଚନ୍ଦ୍ରିକା ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ମାହାଙ୍ଗା ବ୍ଲକରେ ସୃଷ୍ଟି ହୋଇଥିବା କେନାଲ ଗୁଡିକର ଅବସ୍ଥା ସଂକ୍ରାନ୍ତରେ ଉଚ୍ଚସ୍ତରୀୟ ତଦନ୍ତ କରି ଏଥିରେ ସଂପୃକ୍ତି ଥିବା କର୍ମଚାରୀ ଓ ଠିକାଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

ସେଆର କରନ୍ତୁ:



Powered by odothemes.com