ଦୁର୍ନୀତି ପ୍ରତିବାଦରେ ଅନଶନ ଓ ଗଣଧାରଣା

PMI-BADAMOHANPUR-ANASANA-&-GANADHARANA

ପଟ୍ଟାମୁଣ୍ଡାଇ(ଆପ୍ର): ପଟ୍ଟାମୁଣ୍ଡାଇ ବ୍ଲକ୍ ବଡ଼ମୋହନପୁର ପଞ୍ଚାୟତରେ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ହିତାଧିକାରୀ ଚୟନରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା, ଦେଉଳିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିର ତଦନ୍ତ, ଶ୍ମଶାନ ଗୃହ ନିର୍ମାଣରେ ଠକେଇ ଓ ଜାଲିଆତିର ତଦନ୍ତ, ରାସନକାର୍ଡ ପ୍ରଦାନରେ ଅନିୟମିତତା, ଭିଏଲଡବ୍ଲୁ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଦି ଦାବି ନେଇ ବଡମୋହନପୁର ପଞ୍ଚାୟତବାସିନ୍ଦା ଅନଶନ ଓ ଗଣଧାରଣା ଦେଇଛନ୍ତି । ପଞ୍ଚାୟତର ଯୁବନେତା ରାମଚନ୍ଦ୍ର ରାଉତଙ୍କ ନେତୃତ୍ୱରେ ଏହି ଧାରଣା ଦିଆଯାଇଛି । ଖବର ପାଇ କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତି ତଥା ରାଜନଗର ନିର୍ବାଚନମଣ୍ଡଳୀ ବିଜେଡିନେତା ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ବିଡିଓ ସୁଧିର କୁମାର ସିଂହ, ଡବ୍ଲୁ୍ୟଓ ଚନ୍ଦ୍ରକାନ୍ତୀ ବେହୁରା ପ୍ରମୁଖ ଆନେ୍ଦାଳନସ୍ଥଳରେ ପହଞ୍ଚô ଅନଶନକାରୀଙ୍କ ସହ ଆଲୋଚନା କରିଥିଲେ । ହୋଇଥିବା ଅନିୟମିତତାର ବ୍ଲକସ୍ତରୀୟ ଅଫିସର୍ଙ୍କ ଦ୍ୱାରା ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ପ୍ରତିଶ୍ରୁତି ଦେବା ପରେ ଅନଶନ ସ୍ଥଗିତ ରଖାଯାଇଛି ।