ଓଡିଶାକୁ ୧ ନମ୍ବର କରିବା ମୋ ସ୍ୱପ୍ନ: ନବୀନ | ସର୍ବସାଧାରଣ ଖବରକାଗଜ
hotel-may-fair-re--mukhyamantri-naveen-patnaik-nku-INDIA-TODAY-concleve02017-puraskar-pradan-(2)

ଓଡିଶାକୁ ୧ ନମ୍ବର କରିବା ମୋ ସ୍ୱପ୍ନ: ନବୀନ

56

ଆମ କାର୍ଯ୍ୟ ସାଢ଼େ ୪ କୋଟି ଲୋକଙ୍କ ଦ୍ୱାରା ଆଦୃତ ହୋଇଛି
ଭୁବନେଶ୍ୱର, ୨୭ା୧୦(ବୁ୍ୟରୋ): ଓଡିଶାକୁ ପ୍ରତି କ୍ଷେତ୍ରରେ ସମଗ୍ର ଦେଶରେ ଏକ ନମ୍ବର ରାଜ୍ୟ କରିବା ହେଉଛି ମୋର ସ୍ୱପ୍ନ । ଆମେ କାର୍ଯ୍ୟରେ ବିଶ୍ୱାସ କରୁ ଏବଂ ଏହା ରାଜ୍ୟର ସାଢେ ୪ କୋଟି ଲୋକଙ୍କ ଦ୍ୱାରା ଆଦୃତ ହୋଇଥିବାର ପ୍ରତିଫଳନ ଦେଖିବାକୁ ମିଳୁଛି । ଲୋକମାନଙ୍କର ଜୀବନଧାରାରେ ଉନ୍ନତି ଆଣିବା ପାଇଁ ଆମ ସରକାର ଥ୍ରୀ-ଟି ଯଥା; ଟେକ୍ନୋଲୋଜି, ଟ୍ରାନ୍ସପେରେନ୍ସି ଓ ଟିମ୍ ୱାର୍କକୁ ଗୁରୁତ୍ୱ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ଇଣ୍ଡିଆ ଟୁ-ଡେ’ କନ୍କ୍ଲେଭ୍ ‘ଦି ଷ୍ଟେଟ୍ ଅଫ୍ ଦି ଷ୍ଟେଟ୍’ (ଏସ୍ଓଏସ୍)ରେ ଯୋଗଦେବା ଅବସରରେ କହିଛନ୍ତି । ଏସ୍ଓଏସ୍ରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଇଣ୍ଡିଆ ଟୁ-ଡେ ଦ୍ୱାରା ରାଜ୍ୟର ବିଭିନ୍ନ ଜିଲ୍ଲାରେ ହେଉଥିବା ବିକାଶ ସମ୍ପର୍କରେ ସ୍ୱାଧୀନଭାବେ ବିଶ୍ଳେଷଣ କରାଯାଉଥିବାରୁ ସେମାନଙ୍କୁ ଧନ୍ୟବାଦ୍ ଦେଉଛି । ବିଶ୍ଳେଷଣରୁ ଯାହା ନିର୍ଯ୍ୟାସ ବାହାରିବ ତାହା ଆମ ପାଇଁ ବେଶ୍ ସହାୟକ ହେବ । ରାଜ୍ୟବ୍ୟାପୀ ବିଭିନ୍ନ କ୍ଷେତ୍ରରେ ହେଉଥିବା ସକରାତ୍ମକ ବିକାଶ ଜିଲ୍ଲାଗୁଡିକ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଏକ ସୁସ୍ଥ ପ୍ରତିଯୋଗିତା ମନୋଭାବ ସୃଷ୍ଟି କରିବ ଓ ସେମାନେ ଭଲ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ ହେବେ । ୨୦୦୦ ମସିହାରୁ ଆମେ କ୍ଷମତାସୀନ ହୋଇଛୁ । କ୍ଷମତାକୁ ଆସିଲାବେଳେ ଓଡିଶା ଚାଉଳ କ୍ଷେତ୍ରରେ ଏକ ଅଭାବୀ ରାଜ୍ୟ ଥିଲା । ଏବେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଚାଉଳ କ୍ଷେତ୍ରରେ ଓଡିଶାର ଯୋଗଦାନ ସମଗ୍ର ଦେଶରେ ତୃତୀୟ ସ୍ଥାନରେ ରହିଛି । ଆମେ ହେଉଛୁ ଏକମାତ୍ର ରାଜ୍ୟ ଯେ କୃଷି କ୍ଷେତ୍ରରେ ବିକାଶ କରିଛୁ ଓ ଚାଷୀଙ୍କ ରୋଜଗାରକୁ ଗତ ୧୦ ବର୍ଷ ମଧ୍ୟରେ ଦ୍ୱିଗୁଣିତ କରିଛୁ । ପ୍ରାକୃତିକ ବିପର୍ଯ୍ୟୟକୁ ସଫଳତାର ସହ ପରିଚାଳନା କରିବାରେ ଆମେ ଏକ ବିଫଳ ରାଜ୍ୟଭାବେ ପୂର୍ବରୁ ଗଣାଯାଇଥିଲୁ । ମାତ୍ର ଏହାକୁ ସଫଳତାର ସହ ପରିଚାଳନା କରିବାରେ ଆମେ ବିଶ୍ୱରେ ଏକ ନୂଆ ପରିଚୟ ସୃଷ୍ଟି କରିଛୁ । ସଶକ୍ତିକରଣ କ୍ଷେତ୍ରରେ ଆମେ ଏକ ନୂଆ ଆଧ୍ୟାୟ ଯୋଡିଛୁ । ୮୦ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖାରୁ ଓପରକୁ ଉଠାଇବା ସହ ୫୦ ଲକ୍ଷ ମହିଳାଙ୍କୁ ମିଶନ ଶକ୍ତିରେ ସାମିଲ କରି ସେମାନଙ୍କୁ ସାମାଜିକ ଓ ଆର୍ଥôକ କ୍ଷେତ୍ରରେ ସଶକ୍ତ କରିଛୁ । ଆଦିବାସୀମାନଙ୍କୁ ଜମି ଅଧିକାର ଦେବାରେ ଓଡିଶାରେ ଦେଶରେ ଏକ ଅଗ୍ରଣୀ ରାଜ୍ୟ । ଆମର ଅଭିବୃଦ୍ଧି ହାର ଜାତୀୟ ହାରଠାରୁ ଅଧିକ ଥିଲାବେଳେ ସାମାଜିକ କ୍ଷେତ୍ରରେ ରାଜ୍ୟ କରୁଥିବା ଯୋଜନାଗୁଡିକ ଏକ ଦେଶବାସୀ ଏବେ ମଡେଲ୍ ପାଲଟିଛି । ପୁଞ୍ଜି ଆକର୍ଷଣ କରିବାରେ ସମଗ୍ର ଦେଶରେ ଆମେ ଏକ ଅଗ୍ରଣୀ ରାଜ୍ୟ ହୋଇଥିଲାବେଳେ ଆମ ରାଜଧାନୀ ଭୁବନେଶ୍ୱର ସ୍ମାର୍ଟସିଟି ତାଲିକାରେ ସର୍ବାଗ୍ରେ ରହିଛି । କେତେକ କ୍ଷେତ୍ରରେ ଓଡିଶା ଜାତୀୟ ବେଞ୍ଚମାର୍କଠାରୁ ଆଗରେ ରହିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।




Powered by odothemes.com