light-ghotala-tadanta

ଷ୍ଟି୍ରଟ୍ ଲାଇଟ୍ ଘୋଟାଲାର ତଦନ୍ତ କଲେ ଜିଲ୍ଲାଧିକାରୀ

25

ପାଣିକୋଇଲି(ଆପ୍ର): କୋରାଇ ବ୍ଲକ୍ ଧନେଶ୍ୱର ପଞ୍ଚାୟତରେ ହୋଇଥିବା ଷ୍ଟ୍ରିଟ୍ ଲାଇଟ୍ ଘୋଟାଲାର ତଦନ୍ତ କରିଛନ୍ତି ଜିଲ୍ଲାଧିକାରୀ । ଜିଲ୍ଲା ପଞ୍ଚାୟତ ଅଧିକାରୀ ଅଶୋକ କୁମାର ସେଠୀ, ଧନେଶ୍ୱର ପଞ୍ଚାୟତର ଭିଏଲ୍ଡବ୍ଲୁ ଅରୁଣ କୁମାର ସାହୁ, କୋରାଇ ବ୍ଲକ୍ ପଞ୍ଚାୟତ ଅଧିକାରୀ ଦେବୀ ପ୍ରସାଦ ଜେନା ପ୍ରମୁଖ ଷ୍ଟି୍ରଟ୍ ଲାଇଟ୍ ଲାଗିଥିବା ପଞ୍ଚାୟତର ବିଭିନ୍ନ ସ୍ଥାନ ଯାଞ୍ଚ କରିଥିଲେ । ଧନେଶ୍ୱର ଗାଁର ମଙ୍ଗଳାମୁଳ, ଗୋପ ମହାନ୍ତିଙ୍କ ଘର ନିକଟ, ବାଢା ଗ୍ରାମର ରାଉତସାହୀ, କୂଅମୁଳ ଛକ ଆଦି ବିଭିନ୍ନ ସ୍ଥାନ ଅଧିକାରୀମାନେ ବୁଲି ଦେଖିଥିଲେ । କେତେକ ସ୍ଥାନରେ ଷ୍ଟି୍ରଟ୍ ଲାଇଟ୍ ଲାଗିନଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଲାଇଟ୍ ଥାଇ ମଧ୍ୟ ତାହା ଜଳୁନଥିବା ଅଧିକାରୀମାନେ ଦେଖିବାକୁ ପାଇଥିଲେ । ହେଲେ କାଗଜପତ୍ରରେ ଏ ସମସ୍ତ ସ୍ଥାନରେ ଷ୍ଟି୍ରଟ୍ ଲାଇଟ୍ ଲାଗିଥିବା ସହ ଠିକ୍ ଠାକ୍ ଜଳୁଥିବା ଦର୍ଶାଯାଇଛି । ତେବେ ଅଭିଯୋଗ ହୋଇଥିବା ସମସ୍ତ ସ୍ଥାନର ତଦନ୍ତ କରାଯାଇ ରିପୋର୍ଟ ପ୍ରଦାନ କରାଗଲେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି । ପ୍ରକାଶ ଯେ, ୨୦୧୫-୧୬ରେ ଚତୁର୍ଦ୍ଦଶ ଅର୍ଥ କମିଶନ ଓ ଚତୁର୍ଥ ଅର୍ଥ କମିଶନଙ୍କ ବ୍ୟୟ ମଞ୍ଜୁରୀରେ ଧନେଶ୍ୱର ପଞ୍ଚାୟତରେ ଷ୍ଟି୍ରଟ୍ ଲାଇଟ୍ କିଣା ଓ ସଂଯୋଗୀକରଣ ବାଦବକୁ ବ୍ୟାପକ ହେରଫେର୍ ହୋଇଥିବା ଜଣାପଡିଛି । ତଞ୍ଚକତା କରି ଲକ୍ଷାଧିକ ଟଙ୍କାର ଲାଇଟ୍ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଲଗାଯାଇଥିବା ଜଣେ ଠିକାଦାର କାଗଜପତ୍ରରେ ଦର୍ଶାଇ ଟଙ୍କା ହରିଲୁଟ୍ କରିଥିବା ଅଭିଯୋଗ ହୋଇଛି । ଏନେଇ ଗତ ଜନଶୁଣାଣିରେ ସତ୍ୟଶିବ ରାଉତ ଏବଂ ଅରୁଣ କୁମାର ବାରିକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ସେମାନଙ୍କ ଅଭିଯୋଗକୁ ଭିତ୍ତି କରି ଜିଲ୍ଲାଧିକାରୀଙ୍କ ସମେତ ଅଭିଯୋଗକାରୀଙ୍କ ଉପସ୍ଥିତିରେ ତଦନ୍ତ କରାଯାଇଥିଲା ।




Powered by odothemes.com