ଜେନେରିକ ଚିଠା: ଡାକ୍ତର ଅରାଜି

generic

ଭୁବନେଶ୍ୱର(ତଥ୍ୟ): ମେଡିକାଲ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ(ଏମ୍‌ସିଆଇ)ର ନିଦେ୍ର୍ଦଶନାମା ଓ ରାଜ୍ୟ ସରକାରଙ୍କ ତାଗିଦା ପରେ ବି ଅଧିକାଂଶ ଚିକିତ୍ସକ ରୋଗୀଙ୍କୁ ଲେଖୁଥିବା ଚିଠାରେ ଔଷଧର ଜେନେରିକ୍‌ ନାମ ଉଲ୍ଲେଖ କରୁନାହାନ୍ତି । ଏଥିଯୋଗୁ ରୋଗୀମାନେ ବାଧ୍ୟ ହୋଇ ଚଢ଼ା ଦରରେ ଔଷଧ କିଣୁଛନ୍ତି ।  ଏମ୍‌ସିଆଇ କର୍ତ୍ତୃପକ୍ଷ ରୋଗୀଙ୍କୁ ଲେଖା ଯାଉଥିବା ଚିଠାରେ ଔଷଧର ଜେନେରିକ୍‌ ନାମ ଲେଖିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଯେଉଁ ଡାକ୍ତରମାନେ ଏହାକୁ ନ ମାନିବେ ସେମାନେ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ ବୋଲି ଏମ୍‌ସିଆଇ କହିଛି । ରାଜ୍ୟ ସରକାର ମଧ୍ୟ ଅନୁରୂପ ନିଦେ୍ର୍ଦଶ ଦେଇଛନ୍ତି । ହେଲେ ସାଧାରଣ ରୋଗୀଟି ଡାକ୍ତରଖାନାକୁ ଗଲେ ଚିକିତ୍ସକମାନେ ସିଧାସଳଖ ଔଷଧ କମ୍ପାନୀ ଦ୍ୱାରା ପ୍ରଦତ୍ତ ନାମ ଲେଖି ଦେଉଛନ୍ତି । ରୋଗୀଟି ସିଧାସଳଖ ଔଷଧ ଦୋକାନକୁ ଯାଇ ସମ୍ପୃକ୍ତ କମ୍ପାନୀର ଔଷଧ କିଣିବାକୁ ବାଧ୍ୟ ହେଉଛି । ସେହିଭଳି ଜନଔଷଧୀ କେନ୍ଦ୍ରରେ ଉପଲବ୍ଧ ହେଉଥିବା ଔଷଧକୁ ଅଧିକାଂଶ ଡାକ୍ତର ଲେଖୁନଥିବାରୁ ରୋଗୀମାନେ ଶସ୍ତା ଔଷଧ ବି ପାଇପାରୁନାହାନ୍ତି । ଓଡ଼ିଶାରେ ବର୍ଷକୁ ହାରାହାରି ହଜାରେ କୋଟି ଟଙ୍କାର ଔଷଧ କାରବାର ହେଉଛି । ଗୋଟିଏ ପ୍ରକାରର ଜେନେରିକ୍‌ ନାମଥିବା ଔଷଧକୁ ବିଭିନ୍ନ କମ୍ପାନୀ ଭିନ୍ନ ଭିନ୍ନ ନାମରେ ବଜାରକୁ ଛାଡୁଛନ୍ତି । ଏହାର ଦର ବି ଅଲଗା ଅଲଗା ରହୁଛି । ଚିକିସôକମାନେ ଔଷଧର ଜେନେରିକ୍‌ ନାମ ଲେଖୁନଥିବାରୁ ରୋଗୀମାନଙ୍କ ନିକଟରେ ଅନ୍ୟ କମ୍ପାନୀର ଔଷଧ କିଣିବା ଲାଗି କୌଣସି ବିକଳ୍ପ ରହୁନାହିଁ । ଏପରିକି ଜେନେରିକ୍‌ ଲେଖାନଥିବାରୁ ରୋଗୀମାନେ ସେହି ଚିଠାକୁ ଦେଖାଇ ଶସ୍ତାରେ ମିଳୁଥିବା ଜନଔଷଧି ମଧ୍ୟ ଖରିଦ କରିପାରୁନାହାନ୍ତି । ରାଜ୍ୟ ସରକାର ବର୍ଷକୁ ହାରାହାରି ୨୫୦ କୋଟି ଟଙ୍କାର ଔଷଧ ବିଭିନ୍ନ କମ୍ପାନୀରୁ କିଣୁଛନ୍ତି । ରୋଗୀମାନେ ଯେଭଳି ଡାକ୍ତରଖାନାରୁ ସମସ୍ତ ଔଷଧ ମାଗଣାରେ ପାଇବେ ସେ ସଂକ୍ରାନ୍ତରେ ବାରମ୍ବାର କହୁଛନ୍ତି । ହେଲେ ଚିକିସôକମାନେ ଡାକ୍ତରଖାନାରେ ଉପଲବ୍ଧ ଔଷଧ ଲେଖିଲା ବେଳେ ମଧ୍ୟ ଜେନେରିକ୍‌ ନାମ ଉଲ୍ଲେଖ କରୁନାହାନ୍ତି । ଫଳରେ ଚିକିସôକ ଲେଖୁଥିବା ଔଷଧଟି ନଥିଲେ ଦାୟିତ୍ୱରେ ଥିବା ଫର୍ମାସିଷ୍ଟମାନେ ଉପଲବ୍ଧ ଥିବା ସମାନ ଧରଣର ଔଷଧ ଦେଇପାରୁନାହାନ୍ତି । ଚିକିସôକଙ୍କ ମତରେ ବର୍ତ୍ତମାନ ଅଧିକାଂଶ ଲୋକଙ୍କ ମଧ୍ୟରେ ମଧୁମେହ, ଉଚ୍ଚ ରକ୍ତଚାପ ଭଳି ରୋଗ ପରିଲକ୍ଷିତ ହେଉଥିବା ବେଳେ ଏହାର ଚିକିସôା ପାଇଁ ବିଭିନ୍ନ କମ୍ପାନୀ ଭିନ୍ନ ଭିନ୍ନ ନାଁରେ ବଜାରକୁ ଔଷଧମାନ ଛାଡୁଛନ୍ତି । ଚିଠାରେ ଜେନେରିକ ନାମ ଉଲ୍ଲେଖ କରୁନଥିବାରୁ ରୋଗୀମାନେ ବାଧ୍ୟହୋଇ ଦାମିକା ଔଷଧ ଖରିଦ କରୁଛନ୍ତି । ଏହାଫଳରେ କିଛି ଔଷଧ କମ୍ପାନୀ ଓ ସେମାନଙ୍କ ସମ୍ପର୍କରେ ଥିବା ଚିକିସôକମାନେ ଲାଭବାନ ହେଉଥିବା ବେଳେ ରୋଗୀମାନେ ଶୋଷଣର ଶିକାର ହେଉଛନ୍ତି । ପୂର୍ବରୁ ରାଜ୍ୟ ସରକାର ସରକାରୀ ଡାକ୍ତରଖାନା ଗୁଡିକରେ ରୋଗୀଙ୍କୁ ଲେଖା ଯାଉଥିବା ଚିଠାର ନକଲ ପାଇଁ ନିଦେ୍ର୍ଦଶ ଦେଇଥିବା ବେଳେ ତାହା ଠିକଣା ଭାବେ କାର୍ଯ୍ୟକାରୀ ହେଉନଥିବାରୁ ଏବେ ଚିକିସôକମାନେ ଔଷଧର ଜେନେରିକ ନାମ ଲେଖିବାକୁ ବି ମଙ୍ଗୁନାହାନ୍ତି । ସରକାର ମଧ୍ୟ ଏହା ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଜନଔଷଧି କେନ୍ଦ୍ରଗୁଡିକ ଫାଙ୍କା ପଡ଼ୁଛି କିନ୍ତୁ ଗରିବ ରୋଗୀ ଧାଡ଼ିରେ ରହି ଓøଷଧ ବ୍ୟବସାୟୀଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି ।