sisu

ସର୍ବଶିକ୍ଷା ଯୋଜନା ବାଟବଣା

27

କାନ୍ଧରେ ବହିବସ୍ତାନି ବଦଳରେ ଛାଞ୍ଚୁଣୀ ଭାର
ଆସିକା (ଆପ୍ର): ହାତରେ ବହିବସ୍ତାନି ଧରି ସ୍କୁଲକୁ ଯିବା ପରିବର୍ତ୍ତେ ପରିବାର ପ୍ରତିପୋଷଣ କରିବା ଲକ୍ଷ୍ୟରେ କାନ୍ଧରେ ଛାଞ୍ଚୁଣି ଭାର ଧରି ବିକ୍ରି କରିବା ପାଇଁ ଆସିକା ଏନ୍ଏସି ଅଞ୍ଚଳର ବିଭିନ୍ନ ସାହିବସ୍ତିରେ ବୁଲୁଥିବା କୋମଳମତି ବାଳକଙ୍କ ଦୃଶ୍ୟ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଥିଲା ବେଳେ ସରକାରଙ୍କ ସର୍ବଶିକ୍ଷା ଅଭିଯାନ ଯୋଜନା ଓ ମୁଁ ବି ପାଠ ପଢିବି କାର୍ଯ୍ୟକ୍ରମ ଏଭଳି ଶିଶୁଙ୍କ କ୍ଷେତ୍ରରେ ପରିହାସ ପାଲଟିଛି । ଆଦୌ ପାଠ ପଡିନଥିବା, ଅଧାରୁ ପଢ଼ା ଛାଡିଥିବା କିମ୍ବା ବିଦ୍ୟାଳୟରେ ନାମ ଲେଖାଇ ପାଠପଢା ଛାଡିଥିବା ପିଲାଙ୍କୁ ଚିହ୍ନଟ କରି ବିଦ୍ୟାଳୟ ଅଭିମୁଖେ ଆସିବା ଲାଗି ଯେପରି ଆକୃଷ୍ଟ ହୋଇପାରିବେ ସେଥିପାଇଁ ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରି ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ କେତେକ ପ୍ରଶାସନିକ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଓ ଉଦାସୀନ ମନୋବୃତ୍ତି ଯୋଗୁଁ ଅଧିକାଂଶ ଅଞ୍ଚଳରେ ସର୍ବଶିକ୍ଷା ଅଭିଯାନ ଯୋଜନା ବାଟବଣା ହେଉଥିବା ଅଭିଯୋଗ ହେଉଛି । ସୂଚନାଯୋଗ୍ୟ ଯେ, ଆସିକା ଏନ୍ଏସି ଅଧୀନସ୍ଥ କେତେକ ସାହିବସ୍ତିରେ ୨ଜଣ କୋମଳମତି ବାଳକ କାନ୍ଧରେ ଛାଞ୍ଚୁଣି ଭାର ଧରି ବିକ୍ରୀ କରିବା ପାଇଁ ବୁଲୁଥିବା ଦୃଶ୍ୟ ଏହାକୁ ପ୍ରମାଣିତ କରୁଛି । ବାଳକ ଦ୍ୱୟଙ୍କ ବୟସ ୮ ରୁ ୧୦ବର୍ଷ ହୋଇଥିଲା ବେଳେ ସେମାନେ ନିଜର ନାମ ଓ ଗ୍ରାମ ଠିକଣା ଅନିଛା ପ୍ରକାଶ କରି କହିଥିଲେ ମଧ୍ୟ ବାପା ମରିଯାଇଥିବା ଯୋଗୁଁ ସ୍କୁଲକୁ ଯିବାକୁ ବାରଣ କରି ଛାଞ୍ଚୁଣି ବିକ୍ରୀ କରିବା ପାଇଁ ମା ପଠାଇଛି ବୋଲି କୋହଭରା କଣ୍ଠରେ କହିଥିଲେ । ଏହି ଛାଞ୍ଚୁଣି ବିକ୍ରୀ ଅର୍ଥ ପେଟକୁ ଦାନା ଯୋଗାଉ ଥିବାରୁ ମା ଏପରି କାର୍ଯ୍ୟ କରିବାକୁ ବାଧ୍ୟ କରିଛି । ପାଠପଢିବାକୁ ସ୍କୁଲକୁ ଗଲେ ଘର କିପରି ଚଳିବ ବୋଲି ଆଶ୍ଚର୍ଯ୍ୟଜନକ ପାଲଟା ପ୍ରଶ୍ନ ଦୁଇ ପିଲାଙ୍କ ମନରେ ପରିବାର ଭରଣପୋଷଣ ଚିନ୍ତକୁ ପ୍ରମାଣ କରୁଛି । ଗୁଣାତ୍ମକ ଶିକ୍ଷାର ବିକାଶ ଲାଗି ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରୁଥିଲେ ମଧ୍ୟ ବିଦ୍ୟାଳୟକୁ ନଯାଇ ଦୁଇ ବାଳକ ଛାଞ୍ଚୁଣି ଭାର ଧରି ଗାଁ ଗାଁ ବୁଲି ବଞ୍ଚôବାର ରାହା ଖୋଜୁଥିବା ବେଳେ ଆଭ୍ୟନ୍ତରୀଣ ଅଞ୍ଚଳ ଗୁଡିକରେ ମୁଁ ବି ପଢିବି କାର୍ଯ୍ୟକ୍ରମ କିପରି ସଫଳତାର ସହ କାର୍ଯ୍ୟକାରୀ ହେଉଥିବ ତାହା ସହଜରେ ଅନୁମେୟ । ଶିକ୍ଷା ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଲାଗି ସରକାର କାର୍ଯ୍ୟକାରୀ କରୁଥିବା ଯୋଜନା ଗୁଡିକ ଯେପରି ଆସିକା ଅଞ୍ଚଳରେ କ୍ରୀୟାଶୀଳ ହୋଇପାରିବ ସେ ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବି ହେଉଛି ।




Powered by odothemes.com