prasuti

ଭାରରେ ପ୍ରସୂତି ଆସିଲେ ୧୨ କିମି

37

ବୈପାରିଗୁଡ଼ା(ଆପ୍ର): ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ବୈପାରିଗୁଡ଼ା ବ୍ଲକରେ ଭାରରେ ବୁହା ହୋଇ ଆସୁଛି ପ୍ରସୂତି ମହିଳା । ଖବରରୁ ପ୍ରକାଶ ଯେ, ବୈପାରିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ରାମଗିରି ପଞ୍ଚାୟତର ହାତୀ ପାକନା ଗ୍ରାମ ରାମଗିରି ଅତିରିକ୍ତ ସ୍ୱାସ୍ଥ୍ୟ ୭କିମି ଦୂରତା । ଶୁକ୍ରବାର ରାତି ପ୍ରାୟ ୧୦ଟା ସମୟରେ ସମାରୁ ଗୋଲରୀଙ୍କ ସ୍ତ୍ରୀ ପଳାଇ ଗୋଲରୀଙ୍କୁ ଗର୍ଭ ବେଦନା ହେବାରୁ ୧୦୨ନଂ ଜନନୀ ଏକ୍ସପ୍ରେସକୁ ଫୋନ୍ କରିଥିଲେ । ଜନନୀ ଏକ୍ସପ୍ରେସ ନ ଆସିବାରୁ ଆଶା କର୍ମୀ ଅଟୋ ରିକ୍ସାରେ କିଛିବାଟ ନେବା ପରେ ଅଟୋକୁ ସେଠାରେ ରାସ୍ତା ଖରାପ ଯୋଗୁ ଛାଡ଼ିଦେଇଥିଲେ । ତେଣୁ ତାକୁ ସମ୍ପର୍କୀୟମାନେ ଭାରରେ ବୋହି ଆଣି ରାମଗିରି ଅତିରିକ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରସବ କରାଇବାକୁ ବାଧ୍ୟ ହୋଇଥିଲେ । ଏନେଇ ରାମଗିରି ଚିକିତ୍ସା ଅଧିକାରୀଙ୍କୁ ପଚାରିବାରୁ ରାମଗିରିଠାରେ ୧୦୨ କି ୧୦୮ ଗାଡିର ବ୍ୟବସ୍ଥା ନାହିଁ । ବୈପାରିଗୁଡା ବ୍ଲକ ପାଇଁ ଗୋଟିଏ ୧୦୨ ଓ ୧୦୮ ରହିଛି । ତେଣୁ ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ସମ୍ଭବ ହେଉନାହିଁ । ତେବେ ଏକ ପରିବା ଝୁଡିରେ ପ୍ରସୂତି ମାକୁ ଆଣିବା ସରକାରଙ୍କ ମାତୃତ୍ୱ ଯୋଜନାର ସଫଳତା ପ୍ରତି ପୁଣି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସେଆର କରନ୍ତୁ:



Powered by odothemes.com