badambadi-thare-incanuntar-re-ahata-khakan-(2)

ଦୁର୍ଦ୍ଦାନ୍ତ ଅପରାଧୀକୁ ଏନ୍କାଉଣ୍ଟର

38

ସିରିଜ୍ ବୋମାମାଡ଼ ନେଇ ପୁଲିସ ରକ୍ତମୁଖା
କଟକ,୧୭ା୧ଠ(ବୁ୍ୟରୋ): ବାଦାମବାଡ଼ି ଥାନା ଅଞ୍ଚଳରେ ସିରିଜ ବୋମାମାଡ଼ ଘଟଣାରେ ଏବେ ରକ୍ତମୁଖା ହୋଇଛି ପୁଲିସ । ଅନ୍ଧାରରରେ ବାଡି ବୁଲାଇ ନୟାନ୍ତ ହେବାପରେ ପରେ ବି ମିଳିପାରୁନି ଅପରାଧୀଙ୍କ ଟେର୍ । ଏଣୁ ଆଇନଶୃଙ୍ଗଳା ପରିସ୍ଥିତି ଜଟିଳ ହେଉଥିବା ବେଳେ ପୋଲିସ ଏନ୍କାଉଣ୍ଟର୍ କରିଚାଲିଛି । କିଛିଦିନ ତଳେ କାଳିନ୍ଦି ଖୁଣ୍ଟିଆ ନାମକ ଜଣେ ଅପରାଧୀକୁ ଏନ୍କାଉଣ୍ଟର କରାଯାଇଥିଲା । ଗତ ରାତିରେ ଆଉ ଏକ ଏନ୍କାଉଣ୍ଟର୍ କରିଛି ବାଦାମବାଡି ପୁଲିସ । ସିରିଜ ବୋମାମାଡ଼ ଘଟଣାରେ ସଂପୃକ୍ତ ବିଦ୍ୟାଧରପୁର ଅଞ୍ଚଳରେ ରହୁଥିବା ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ବାଲିସାହିର ଖୋକନ ଓରଫ ପିନାକୀ ବାରିକକୁ କଟକ କମିଶନ୍ରେଟ୍ ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ ଲିଙ୍କରୋଡ୍ସ୍ଥିତ ସନ୍ତୋଷ ପେଟୋ୍ରଲ ପମ୍ପ ପଛ ପଟେ ଏନ୍କାଉଣ୍ଟର କରିଛି । ସୋମବାର ବିଳମ୍ବିତ ରାତ୍ରିରେ ପିନାକୀ ଓ ତାର ଜଣେ ସହଯୋଗୀ ପେଟୋ୍ରଲ ପମ୍ପ ପଛପଟେ ଏକ ଅଟୋରେ ବସି ବୋମା ଭିଡୁଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ଚଢାଉ କରିଥିଲା । ବାଦାମବାଡ଼ି ଆଇଆଇସି ବିରଞ୍ଚô ପତିଙ୍କ ନେତୃତ୍ୱରେ ଏକ ଟିମ୍ ଚଢାଉ କରିବା ବେଳେ ଧୃତ ପିନାକୀ ପୁଲିସ ଉପରକୁ ଗୁଳିମାଡ କରିଥିଲା । ଏଥିରେ ଜଣେ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ପିନାକୀ ଗୁଳି ଚଳାଇ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲା ବେଳେ ଆଇଆଇସି ପତି ନିଜ ସର୍ଭିସ ରିଭଲ୍ଭର୍ରେ ପାଲଟା ଗୁଳି ଚଳାଇଥିଲେ । ତା’ ଡାହାଣ ଜଙ୍ଘରେ ଗୁଳି ବାଜିଥିଲା । ଗୁରୁତର ଅବସ୍ଥାରେ ଚିକିସôା ଲାଗି ଏସସିବି ମେଡିକାଲରେ ତାକୁ ଭର୍ତ୍ତି କରାଯାଇଛି । ସହଯୋଗୀ ଅଶ୍ୱିନୀ କୁମାର ଜେନାକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାସ୍ଥଳରୁ ଗୋଟିଏ ଦେଶୀ ବନ୍ଧୁକ, ୭.୬୫ ଏମ୍ଏମ୍ ଖାଲି କ୍ରାଟ୍ରିଜ୍, ୩ ରାଉଣ୍ଡ ଗୁଳି, ଗୋଟିଏ ବୋମା ଏବଂ ଗୋଟିଏ ଅଟୋରିକ୍ସା(ଓଡି-୦୫-କେ-୮୩୧୮) ଜବତ କରାଯାଇଛି ।ବାଦାମବାଡ଼ି ସିରିଜ ବୋମାମାଡ଼ ମାମଲାରେ ପିନାକୀ ଅନ୍ୟତମ ଅଭିଯୁକ୍ତ ବୋଲି ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି । ତା’ ନାମରେ ବିଭିନ୍ନ ଥାନାରେ ଅପହରଣ, ଦାଦାବଟି, ବୋମା ଓ ଗୁଳିମାଡ଼ ଭଳି ସଂଗୀନ ମାମଲା ରହିଛି । ଅଶ୍ୱିନୀ ୫ ହଜାର ଟଙ୍କା ପାଇଁ ୪ଟି ବୋମାଫିଙ୍ଗି ଥିବା ବେଳେ ଖୋକନ ୩ ବୋମା ଫିଙ୍ଗିଥିବା ପୁଲିସ ନିକଟରେ ବୟାନ ଦେଇଛି । ଅଶ୍ୱିନୀ ବିରୋଧରେ ବାଦାମବାଡି ଥାନାରେ ୮ ମାମଲା ରହିଛି ।
ଉଲ୍ଲେଖଯୋଗ୍ୟ, ବାଦାମବାଡ଼ିରେ ଦୁଇ ମାସ ମଧ୍ୟରେ ୭ଥର ସିରିଜ ବୋମାମାଡ଼ ହୋଇଛି । ଦଶମୀ ସଂଧ୍ୟାରେ ମେଲୋଡି ଚାଲିଥିବା ବେଳେ ବୋମାମାଡ଼ କରାଯିବାରୁ ଦୁଇଜଣ ଆହତ ହୋଇଥିଲେ । ଯାହା ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଥିଲା । ଏହି ଘଟଣାରେ ବାଦାମବଡ଼ି ପୁଲିସ ଏପର୍ଯ୍ୟନ୍ତ ୩ ଜଣଙ୍କୁ ଗିରଫ କରିଛି । ଏହାଛଡା ଶଙ୍କରପୁରର କାଳିନ୍ଦି ଖୁଣ୍ଟିଆକୁ ପୁଲିସ ଏନ୍କାଉଣ୍ଟର୍ କରି ଗିରଫ କରିଥିଲା । ଏହା ପରଠାରୁ ହିଁ ପୁଲିସ ରକ୍ତମୁଖା ହୋଇଥିବା ସହରରେ ଚର୍ଚ୍ଚା ଚାଲିଛି ।




Powered by odothemes.com