Handidhua-High-School-3

ଅବ୍ୟବସ୍ଥାରେ ହାଣ୍ଡିଧୁଆ ଉଚ୍ଚ ବିଦ୍ୟାଳୟ

106

ତାଳଚେର,୧୬ା୧୦(ଆପ୍ର): ତାଳଚେରର ପୁରାତନ ହାଣ୍ଡିଧୂଆ ହାଇସ୍କୁଲର ବିଭିନ୍ନ ସମସ୍ୟା ଘେରରେ ବୁଡି ରହିଥିବା ଯୋଗୁଁ ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହାଇସ୍କୁଲରୁ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ପାଠ ପଢି ଉଚ୍ଚ ସୋପାନରେ ପହଞ୍ଚôଥିଲା ବେଳେ ଆଜି ଏହି ସ୍କୁଲର ଅବସ୍ଥା ଜରାଜୀର୍ଣ୍ଣ ହୋଇପଡ଼ିଛି । ଏହି ଶିକ୍ଷାନୁଷ୍ଠାନ ସରକାରୀ ଅବହେଳାର ଶିକାର ହୋଇ ସମସ୍ୟା ଘେରରେ ରହିଥିବା ଜଣାପଡ଼ିଛି । ୨୦୦୪ ମସିହାରେ ତକ୍ରାଳୀନ ସାଂସଦ ତଥା ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ସାଂସଦ ପାଣ୍ଠିରୁ ନିର୍ମିତ ହୋଇଥିବା ଗୃହ ଆଜି ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି । ତାଳଚେର ମୁ୍ୟନିସିପାଲିଟି ଜରିଆରେ ସାଂସଦଙ୍କର ଏହି ଅର୍ଥ ବିନିଯୋଗ କରାଯାଇ ସେତେବେଳେ ଏହି ଅଧାପନ୍ତରିଆ ଗୃହ ନିର୍ମାଣ କରାଯାଇଥିଲା । ଏ ସମ୍ପର୍କରେ ବିଦ୍ୟାଳୟ ପକ୍ଷରୁ ବାରମ୍ବାର ପୌରକର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ଅଭିଯୋଗ ହେଉଛି । ବିଦ୍ୟାଳୟର ଚର୍ତୁପାଶ୍ୱର୍ରେ ପାଚେରୀ ନିର୍ମାଣ କାର୍ଯ୍ୟକୁ କେତେକ ମୁଷ୍ଠିମେୟ ଲୋକଙ୍କ ବିରୋଧ ଯୋଗୁଁ ଏହା ସମ୍ପୂର୍ଣ୍ଣ ହୋଇପାରୁନାହିଁ । ଫଳରେ ବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥା ଅସୁରକ୍ଷିତ ହୋଇପଡିଥିଲା ବେଳେ ସ୍କୁଲ ପରିସରକୁ ଅବାଧରେ ଗାଈଗୋରୁ ପ୍ରବେଶ କରି ପରିବେଶକୁ ଅପରିଷ୍କାର କରିବା ସହ ଛାତ୍ରଛାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି । ବିଭିନ୍ନ ଅସାମାଜିକ ବ୍ୟକ୍ତି ବିଦ୍ୟାଳୟ ପରିସରକୁ ଅବାଧ ପ୍ରବେଶ କରି ମଦ୍ୟପାନ କରିବା ତଥା ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏସବୁ ସମସ୍ୟାର ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀ, ସ୍ଥାନୀୟ ବିଧାୟକ, ପ୍ରଶାସନ ଦୃଷ୍ଟି ଦେଇ ଏହି ପୁରାତନ ସ୍କୁଲକୁ ସୁବ୍ୟବସ୍ଥିତ କରିବା ପାଇଁ ବୁଦ୍ଧିଜୀବୀ ମହଲ ପକ୍ଷରୁ ଦାବି ହୋଇଛି ।




Powered by odothemes.com