ପୁଲିସ୍ ଇନଫର୍ମର ସନେ୍ଦହରେ ଗାଁସାଥୀଙ୍କୁ ଅପହରଣ

kotagada

ପୁଣି ଉପସ୍ଥିତି ଜାହିର କଲେ ମାଓବାଦୀ, କୋଟଗଡ଼ରେ କୋକୁଆ ଭୟ
ଫୁଲବାଣୀ(ବୁ୍ୟରୋ): କନ୍ଧମାଳରେ ମାଓବାଦୀମାନେ କ୍ରମାଗତ ଭାବେ ନିଜର ଉପସ୍ଥିତି ଜାହିର କରି ଚାଲିଛନ୍ତି । ଗତ କିଛି ଦିନ ଧରି ଏହି ବ୍ଲକ୍ର ବିଭିନ୍ନ ସ୍ଥାନରେ ପୋଷ୍ଟର/ବ୍ୟାନର ମାରିବା ପରେ ଏବେ ଜଣେ ଗାଁ ସାଥୀ/ମେଟ୍ଙ୍କୁ ରାତିଅଧିଆଘରୁ ଉଠାଇ ନେବା ଫଳରେ ଏଠାରେ ମାଓବାଦୀ ସଙ୍ଗଠନ ସମ୍ପୂର୍ଣ୍ଣ ସକ୍ରିୟ ଥିବା ପ୍ରମାଣିତ ହୋଇଛି । ଏଣୁ ଏହି ଘଟଣାକୁ ନେଇ ଏବେ ସମ୍ପୃକ୍ତ ଅଞ୍ଚଳରେ କୋକୁଆ ଭୟ ଦେଖାଦେଇଛି । ସୂଚନାନୁସାରେ ରବିବାର ବିଳମ୍ବିତ ରାତିରେ କୋଟଗଡ଼ ବ୍ଲକ୍ ଦୁର୍ଗାପଙ୍ଗା ପଞ୍ଚାୟତ ଓଡ଼ିଆ ସାହିର ଗାଁ ସାଥୀ ବସନ୍ତ ଭାଟ୍ଟଙ୍କୁ ଅପହରଣ କରି ନେଇଛନ୍ତି । ଏ ନେଇ ଗାଁଲୋକେ ପାଟି ଖୋଲୁ ନଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ମାଓ ପୋଷ୍ଟର୍ ଓ ବ୍ୟାନରରୁ ଏହା ମାଓବାଦୀଙ୍କ କାଣ୍ଡ ବୋଲି ଆଲୋଚନା କରୁଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତବରଣ ଖେଳି ଯାଇଛି । ଅପହୃତଙ୍କ ଘର ଲୋକେ ଏତେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି । ରବିବାର ରାତିରେ ଖାଇପିଇ ବସନ୍ତଙ୍କ ପରିବାର ସଦସ୍ୟ ଶୋଇଥିଲେ । ରାତ୍ର ପ୍ରାୟ ୧୨ଟା ବେଳେ ୧୦ରୁ ୧୫ ଜଣ ମହିଳା ଓ ପୁରୁଷ ମାଓବାଦୀ ଆସି କବାଟ ବାଡ଼େଇ ଥିଲେ । ପରିବାର ଲୋକେ କବାଟ ଖୋଲିବାରୁ ସେମାନେ ବସନ୍ତଙ୍କୁ ଉଠାଇ ନେଇ ଯାଇଥିଲେ । ସକାଳ ପର୍ଯ୍ୟନ୍ତ ଏ ବିଷୟରେ କେହି ବି ଜାଣି ପାରି ନଥିଲେ । ତେବେ ସକାଳୁ ଆଖ ପାଖରେ ଅଞ୍ଚଳରେ ଥିବା ଗଛମାନଙ୍କରେ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଥିଲା । ଏହି ପୋଷ୍ଟରମାନଙ୍କରେ ଅକ୍ଟୋବର ୨୧ରେ ଓଡିଶା ବନ୍ଦ ଡାକରାକୁ ସଫଳ କରିବା ସହିତ ଛତିଶଗଡ଼ ଦ୍ୱାରା ମହାନଦୀ ଉପରେ ବ୍ୟାରେଜ୍ ନିର୍ମାଣକୁ ବିରୋଧ କରାଯାଇଥିବା ଦେଖାଯାଇଥିଲା । ସେହିଭଳି ମହାନଦୀ ପାଣିକୁ କମ୍ପାନୀମାନଙ୍କୁ ନ ଦେଇ ଚାଷୀଙ୍କୁ ଦେବା ପାଇଁ ମଧ୍ୟ ଏହି ପୋଷ୍ଟରରେ ଦାବି କରାଯାଇଛି । ପୋଷ୍ଟରରେ ସିପିଆଇ (ବାଂଶଧାରା ଘୁମୁସର ନାଗାବଳୀ ଡିଭିଜନ) ବୋଲି ଉଲ୍ଲେଖ ରହିଛି । ଏ ପର୍ଯ୍ୟନ୍ତ ବସନ୍ତଙ୍କ ସମ୍ବନ୍ଧରେ ପୁଲିସ କୌଣସି ଖବର ପାଇନାହିଁ । ଡିଏସ୍ପି ଚନ୍ଦ୍ର ଶେଖର ହୋତାଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି ଯେ କିଛି ମାଓବାଦୀ ଆସି ବସନ୍ତଙ୍କୁ ଅପହରଣ କରି ନେଇଛନ୍ତି । ସେମାନେ ପାଖ ଆଖରେ ଛାଡି ଯାଇଥିବା ପୁଲିସ ଖବର ପାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।