ବିଜେଡିର ଜନସମ୍ପର୍କ ପଦଯାତ୍ରା

15-10-1

କୁଆଖିଆ/ବରୀ (ଆପ୍ର) : ରସୁଲପୁର ବ୍ଲକରେ ସାମିଲ ହୋଇଥିବା ବରୀ ନିର୍ବାଚନମଣ୍ଡଳୀର ୧୦ଟି ପଞ୍ଚାୟତର ନେତା ଓ କର୍ମୀମାନଙ୍କୁ ନେଇ ରବିବାର ବରୀ ବିଧାୟକ ଦେବାଶିଷ ନାୟକ ଜନ ସମ୍ପର୍କ ପଦ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଜନସମ୍ପର୍କ ଯାତ୍ରା କୁଆଖିଆ ନିକଟ ମୂଳାପାଳ ଛକ ନିକଟରୁ ବାହାରି ଏକ ବିରାଟ ଶୋଭାଯାତ୍ରାରେ ରାଜେନ୍ଦ୍ରପୁର, ସାମନ୍ତରାପୁର, ମଙ୍ଗରାଜପୁର, ଅର୍ଥଙ୍ଗା, ବ୍ରହ୍ମବରଦା, ବନ୍ଧଡିହ, ଗୋଳକୁଣ୍ଡ ପ୍ରଭୃତି ପଞ୍ଚାୟତ ଦେଇ କଳାଖଣ୍ଡ ସ୍ଥିତ ସଭାସ୍ଥଳ ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ବରୀ ବିଧାୟକଙ୍କ ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ, ଜିଲ୍ଲା ବିଜେଡି ସମ୍ପାଦକ ପ୍ରଦୀପ ଦାସ, ବେଣୁଧର ଦାସ, ସରପଞ୍ଚ ସୁଶାନ୍ତ କୁମାର ବେହେରା, ଅଭିମନୁ୍ୟ ମହାଳିକ, ସରପଞ୍ଚ ରେଣୁ ସେଠୀ, ସମିତି ସଭ୍ୟ ଅଟଳ ବିହାରୀ ଦାସ, ଅମୂଲ୍ୟ ଦାସ, ଲକ୍ଷ୍ମୀଧର ମହାନ୍ତି, ଦିଲ୍ଲୀପ ସାହୁ, ସମିତି ସଭ୍ୟା ଉମାରାଣୀ ମହାଳିକ, ମହେଶ୍ୱତା ନାୟକ, ପୂର୍ବତନ ସରପଞ୍ଚ ମଦନ ମୋହନ ମଳିକ, ସନାତନ ବାରିକ, ଚିନ୍ତାମଣୀ ରାଉତ, ହେମନ୍ତ ଦାସ, ଦଶରଥ ପୃଷ୍ଟି, ଧୀରେନ୍ଦ୍ର ମଲ୍ଲିକ, ଯୁବନେତା ରାମଚନ୍ଦ୍ର ସାହୁ, କୈଳାସ ଚନ୍ଦ୍ର ସାହୁ, ବୁଲୁ ନାୟକ, ପ୍ରଭାତ ପୃଷ୍ଟି, ମାନସ ଦାସ, ବାବୁଲି ମଲ୍ଲିକଙ୍କ ସମେତ ୧୦ଟି ପଞ୍ଚାୟତର ବହୁ ଛାମୁଆ କର୍ମୀ ପଦଯାତ୍ରାରେ ସାମିଲ ଥିଲେ । ସେହିପରି ବରୀ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ବରୀ ବ୍ଲକ ଇଶାଣପୁର ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ସେକ୍ ସଫିକ୍ ଉଦ୍ଦିନଙ୍କ ସଭାପତିତ୍ୱରେ ବରୀ ବିଧାୟକ ଦେବାଶିଷ ନାୟକ, ବ୍ଲକ ଉପସଭାପତି କେଦାର ସାମଲ, ଯୁବନେତା ଉମେଶ ଦାସ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ ସାମଲ, ରଞ୍ଜନ ପଣ୍ଡା, ଜିଲ୍ଲା ସମ୍ପାଦକ ପ୍ରଦୀପ ଦାସ, ଗଣେଶ ମହାକୁଡ଼, ଅଶ୍ୱିନୀ ବିଶ୍ୱାଳ, ବିପିନ ଦାସ, କୃପାସିନ୍ଧୁ ଜେନା, ବିଜୟ ନାୟକ, ହରିହର ପଣ୍ଡା, ପୂର୍ବତନ ଅଧ୍ୟକ୍ଷା ଭାରତୀ ବେହେରା, ଅଯୋଧ୍ୟା ଜେନା, ବିଭୂତି ସାହୁ, ବିଚିତ୍ରାନନ୍ଦ ଜେନା ପ୍ରମୁଖ ଯୋଗଦେଇ ବିଜେଡି ସରକାରଙ୍କ ଜନହିତକର ଯୋଜନା ସମ୍ପର୍କରେ ବକ୍ତବ୍ୟ ଦେଇ ବିଜେପି ସରକାରଙ୍କୁ କଟୁ ସମାଲୋଚନା କରିଥିଲେ । ଏଥିରେ ପର୍ଯ୍ୟବେକ୍ଷକ ଭାବେ ଉର୍ମିଲତା ଦାସ, ଅମିତ୍ ମଲ୍ଲିକ, ହରିଶ୍ଚନ୍ଦ୍ର ରାଉତ, ଆମ ଗାଁ ଆମ ବିକାଶ ଓ ଜନସମ୍ପର୍କ ପଦଯାତ୍ରାର କନିଷ୍କ ବୌଦ୍ଧ ପ୍ରମୁଖ ଯୋଗ ଦେଇଥିଲେ । ପରେ ଇଶାଣପୁରଠାରୁ ବିଧାୟକ ଶ୍ରୀ ନାୟକଙ୍କ ନେତୃତ୍ୱରେ କଳାଖଣ୍ଡ ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବରୀ ନିର୍ବାଚନମଣ୍ଡଳୀ ରସୁଲପୁର ବ୍ଲକ ରାଜେନ୍ଦ୍ରପୁର ପଞ୍ଚାୟତ ମୂଳାପାଳ ଛକଠାରୁ କର୍ମୀମାନେ ଏକ ବାଇକ୍ ଶୋଭାଯାତ୍ରାରେ ବିଧାୟକ ଶ୍ରୀ ନାୟକଙ୍କୁ ପ୍ରଥମାଖଣ୍ଡି, ଅତଲାପୁର, ସାମନ୍ତରାପୁର, ଅର୍ଥଙ୍ଗା, ମଙ୍ଗରାଜ, ମହେଶ୍ୱରପୁର, ବ୍ରହ୍ମବରଦା, ବନ୍ଧଡିହ, ଗୋଳକୁଣ୍ଡ, ବାଲିଆ, ନହଣ ପ୍ରମୁଖ ପଞ୍ଚାୟତ ଦେଇ ଇଶାଣପୁରଠାରେ ପହଞ୍ଚିଥିଲେ । ପଦଯାତ୍ରାରେ ବରୀ ନିର୍ବାଚନମଣ୍ଡଳୀର ୪୭ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ୱାର୍ଡସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଓ ବହୁ କର୍ମୀ ସାମିଲ୍ ଥିଲେ ।