Antrajatika-Balika-Divas

ବାଲ୍ୟ ବିବାହ ବିରୋଧରେ ଶପଥ ନେଲେ ଶହଶହ ଛାତ୍ରୀ

29

ଫୁଲବାଣୀ(ବୁରୋ): କୁଡୁତୁଲି ବାଳିକା ଉଚ୍ଚ ବିଦ୍ୟାଳୟରେ ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି । ବାଲ୍ୟ ବିବାହ ନକରିବା ପାଇଁ ଏହି ଅବସରରେ ଛଅଶହରୁ ଊଦ୍ଧ୍ୱର୍ ଛାତ୍ରୀ ଶପଥ ଗ୍ରହଣ କରିଛନ୍ତି । ସ୍ୱାତୀ ଅନୁଷ୍ଠାନର ସମ୍ପାଦକ ଇଂ. ହରିଶଙ୍କର ରାଉତ ଆନୁଷ୍ଠାନିକ ଭାବେ ଉତ୍ସବ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ରୂପେ ବାଲିଗୁଡ଼ା ବିଧାୟକ ରାଜୀବ ପାତ୍ର ଯୋଗ ଦେଇ ୧୧ଜଣ ଶିଶୁ ଚମ୍ପିଆନ୍ଙ୍କୁ ପୁରସ୍କୃତ କରିବା ସହ ଏମାନେ ଗର୍ବ ଓ ଗୌରବ ବୋଲି କହିଥିଲେ । କନ୍ଧମାଳ ଜିଲ୍ଲାରେ ବାଲ୍ୟବିବାହ ବନ୍ଦ କରିବା ପାଇଁ ଉଦ୍ୟମରତ ସ୍ୱାତୀ ଓ ସେଭ୍ ଦି ଚିଲ୍ଡ୍ରେନ୍ ସଂସ୍ଥାକୁ ବିଧାୟକ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଶିଶୁ ଚମ୍ପିଆନଙ୍କ ଉଦ୍ୟମରେ କେତେକ ବାଲ୍ୟବିବାହ ବନ୍ଦ ହେବା ସହ ଅଧାରୁ ପାଠ ଛାଡ଼ିଥିବା ବାଳିକା ପୁନର୍ବାର ପାଠପଢ଼ୁଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କ.ନୂଆଗାଁ ବିଡିଓ ପରିକ୍ଷିତ ଜେନା, କ.ନୂଅାଁଗାଁ ବ୍ଲକ୍ ଅଧ୍ୟକ୍ଷ ଚକ୍ରଧର କହଁର, କଞ୍ଜାମେଣ୍ଡି ସରପଞ୍ଚ ସନିରା ପ୍ରଧାନ, ବିଇଓ ସ୍ନେହଲତା ଛୁରିଆ, ପ୍ରୋଗ୍ରାମ ଅଫିସର ଏସ୍. ଗାୟତ୍ରୀ, ସେଭ୍ ଦି ଚିଲ୍ଡ୍ରେନ୍ର ଜିଲ୍ଲା ଅଧିକାରୀ ମନୋଜ କୁମାର ମିଶ୍ର, ସ୍ୱାତୀ ଅନୁଷ୍ଠାନର ସୁସ୍ମିତା ଜେନା ପ୍ରମୁଖ ବାଳିକା ଦିବସ ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ସେଭ୍ ଚିଲ୍ଡ୍ରେନର କୋଅଡିନେଟର ସୌମି ହାଲ୍ଦାର ବାଲ୍ୟ ବିବାହ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଅନ୍ତତଃପକ୍ଷେ ୧୬ ବର୍ଷ ପର୍ଯ୍ୟନ୍ତ ବାଳିକାମାନଙ୍କୁ ଆବାସିକ ବିଦ୍ୟାଳୟରେ ପାଠ ପଢ଼ିବାର ସୁଯୋଗ ଦେବା ଉପରେ ଜୋର ଦେଇଥିଲେ । ଏହି ଅବସରରେ ବ୍ଲକ୍୍ ଶିକ୍ଷା ଅଧିକାରୀ ବାଳିକାମାନଙ୍କୁ ବାଲ୍ୟ ବିବାହ କରିବେ ନାହିଁ ଓ ବାଲ୍ୟ ବିବାହ ବନ୍ଦ କରିବା ପାଇଁ ଶପଥ ପାଠ କରାଇଥିଲେ । କାର୍ଯ୍ୟକ୍ରମକୁ ପ୍ରଧାନଶିକ୍ଷକ ସୁରେଶ ଚନ୍ଦ୍ର ପାଇଟଲ ପରିଚାଳନା କରିଥିବା ବେଳେ ସ୍ୱାତୀ ଅନୁଷ୍ଠାନର ପ୍ରଦୀପ ସ୍ୱାଇଁ, ଅଶୋକ କୁମାର ତି୍ରପାଠୀ, ଅଶ୍ୱିନୀ କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ ।




Powered by odothemes.com