ସତ୍ତା ହରାଇଲାଣି ପ୍ରାଚୀ, ପ୍ରଶାସନର ନିଘା ନାହିଁ

river-prachi

କାକଟପୁର(ଆପ୍ର): ପୁରାଣ ବର୍ଣ୍ଣିତ ସୁନାବ୍ୟା ପ୍ରାଚୀ ନଦୀର ଜଳ ପ୍ରବାହ କ୍ରମଶଃ ହ୍ରାସ ହେବାରେ ଲଶଗିଛି । ଜଳ ପ୍ରବାହ କମିଯିବା ଦ୍ୱାରା ନଦୀ ବକ୍ଷ କଟକିଦଳ ପୂର୍ଣ୍ଣ ହୋଇ ନାଳୀରେ ପରିଣତ ହେଲାଣି । ବଲରା ବ୍ରିଜ୍ ଠାରୁ କୁଣ୍ଢେଇ ବିଜ୍ର ମଧ୍ୟରେ ଉଭୟ ପାଶ୍ୱର୍ ଜବର ଦଖଲକାରୀଙ୍କ କବଜାରେ । ନଦୀ ପାଶ୍ୱର୍ଠାରୁ ୫୦୦ମିଟର ମଧ୍ୟରେ କୌଣସି ନିର୍ମାଣ କାର୍ଯ୍ୟ କରାନଯିବାକୁ ନିଦେ୍ର୍ଦଶ ଥିଲେ ମଧ୍ୟ ଏହାକୁ ଅଣଦେଖା କରି ଜନବସତି ଗଢ଼ି ଉଠିଛି । ପୂର୍ତ୍ତ ରାସ୍ତା ଠାରୁ ପଠାରେ ନଦୀ ଗର୍ଭକୁ ଲମ୍ପଦେଲା ଭଳି କୋଠା ନିର୍ମାଣ ସଙ୍ଗେ ସଙ୍ଗେ ଲାଟିନ୍ ଓ ଘରର ଆବର୍ଜନା ପାଣିକୁ ନଦୀ ମଧ୍ୟକୁ ଛଡାଯାଉଛି । ବ୍ୟବସାୟ ପ୍ରତିଷ୍ଠାନ, ହୋଟେଲ୍, ଜଳଖିଆ ଦୋକାନ, ଢାବା ସେମାନଙ୍କ ଆବର୍ଜନା ପାଣି ପାଇପ୍ରେ ଓ ଖୋଲା ଡ୍ରେନ୍ ମାଧ୍ୟମରେ ପ୍ରାଚୀ ମଧ୍ୟକୁ ଛାଡୁଛନ୍ତି । ନିକଟରେ ଡ୍ରେନେଜ୍ ବିଭାଗ ତରଫରୁ ନଦୀ ଶଯ୍ୟା ଖନନ କରିବା ନାମରେ କୋଟି କୋଟି ଟଙ୍କା ନଦୀର ପାଶ୍ୱର୍ ଘାସ ଚ‚ାଯାଇ ହରିଲୁଟ୍ ହୋଇଥିବା ଅଭିଯୋଗ ହେଉଛି । ମାପଚୁପ କରି ନଦୀର ପ୍ରକୃତ ସ୍ୱରୁପ ଉଦ୍ଧାର ପରେ ଡ୍ରେନେଜ୍ ବିଭାଗ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଖନନ କରାଯାଇଥିଲେ ଜବରଦଖଲ ହଟାଯିବା ସହିତ ପ୍ରକୃତ ଉଦେ୍ଦଶ୍ୟ ପୂରଣ ହୋଇପାରନ୍ତା । ଅନ୍ୟପକ୍ଷରେ ଜବରଦଖଲ ଜାରି ରହିଲେ ଖୁବ୍ ବେଶିରେ ଆଉ ୪/୫ ବର୍ଷରେ ପ୍ରାଚୀ ଜନବସତିରେ ପରିଣତ ହୋଇ ବିଲୀନ ହେବା କିଛି ଅସମ୍ଭବ ନୁହେଁ ବୋଲି ସଚେତନନାରିକ ମହଲରେ ଆଲୋଚନା ହେଉଛି । ଏହାର ରକ୍ଷଣା ବେକ୍ଷଣ ପାଇଁ କାକଟପୁର ଅଂଚଳର ବୃଦ୍ଧି ଜୀବି ମାନେ ବାରମ୍ବାର ଆନେ୍ଦାଳନ, ଆଲୋଚନା ଚକ୍ର, ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ସରକାର ଚେଇଁ ଶୋଇଥିବା ଭଳି ଅଭିନୟ କରୁଛନ୍ତି । ବିଭାଗୀୟ ଅଧିକାରୀ, ପୁରୀ ଜିଲ୍ଲାପାଳ, ସ୍ଥାନୀୟ ବିଧାୟକ ଓ ମୁଖ୍ୟମନ୍ତ୍ରୀ ପୌରାଣିକ ପ୍ରାଚୀର ପୁନରୁଦ୍ଧାର ପାଇଁ ଜନ ସାଧାରଣ ନିବେଦନ କରିଛନ୍ତି ।