MALKANAGIRIRE-Ajana-Roga

୪ ଶିଶୁ ମୃତ, ୫ ଆକ୍ରାନ୍ତ

31

ଅଜଣା ରୋଗ ଆତଙ୍କ
ମାଲକାନାଗିରି (ଆପ୍ର): ମାଲକାନାଗିରି ଜିଲ୍ଲାରେ ଜାପାନୀ ଜ୍ୱରର ଭୟାବହତା ଲୋକଙ୍କ ମନରୁ ନଲିଭୁଣୁ ପୁଣି ଅଜଣା ଜ୍ୱରରେ ଶିଶୁ ମୃତୁ୍ୟ ଘଟଣା ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି । ସଦର ମହକୁମାର ଚାଲଣଗୁଡ଼ା ପଞ୍ଚାୟତ ସିଆଡ଼ିମାଳ ଗାଁର ୪ ଶିଶୁ ୫ ଦିନରେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ମୃତୁ୍ୟବରଣ କରିଛନ୍ତି । ଅନ୍ୟ ୫ ଶିଶୁ ଆକ୍ରାନ୍ତ ଥିବା ସୂଚନା ମିଳିଛି । ମୃତ ଶିଶୁମାନେ ହେଲେ ଇନ୍ଦୁ ମାଡ଼କାମୀ(୪ମାସ), ଲଉଲି ସୋଡ଼ି(୩ମାସ), କାହ୍ନା ପଡ଼ିଆମୀ(୪ମାସ) ଓ ମୁନା ମାଡ଼କାମୀ(୪ମାସ) । ଜଣକ ପରେ ଜଣେ ଶିଶୁ ଅଜଣା ରୋଗରେ ଆକ୍ରାନ୍ତ ହୋଇ ମୃତୁ୍ୟ କରୁଥିବା ନେଇ ଜିଲ୍ଲାରେ ଭୟର ବାତାବରଣ ସୃଷ୍ଟି କରିଛି । ସୂଚନା ଅନୁଯାୟୀ, ଗତବର୍ଷ ଠିକ୍ ଏହି ସମୟରେ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ଓ ଗାଁ ଗୁଡ଼ିକରେ ଜାପାନୀ ଏନ୍ସେଫାଲାଇଟିସ୍ ବା ମସ୍ତିଷ୍କ ଜ୍ୱର କରାଳ ରୂପ ନେଇ ୧୨୦ରୁ ଊଦ୍ଧ୍ୱର୍ କୋମଳମତି ଶିଶୁଙ୍କର ମୃତୁ୍ୟ ଘଟିଥିଲା । ଗତବର୍ଷ ପରି ଏବେ ସିଆଡ଼ିମାଳ ଗ୍ରାମରେ ଏପରି ଏକବର୍ଷର କମ୍ ବୟସ୍କ ଶିଶୁମାନଙ୍କୁ ଜ୍ୱର ହୋଇ ମୃତୁ୍ୟ ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଯାଇଛି । ଖବର ମୁତାବକ ଗତ ୨୯ ତାରିଖ ଦିନ ସିଆଡ଼ିମାଳ ଗ୍ରାମର ଦୁର୍ଗା ମାଡ଼କାମୀଙ୍କ ଝିଅ ଇନ୍ଦୁର ମୃତୁ୍ୟ ହେବାପରେ ୩୦ ତାରିଖ ଦିନ ଦେବାସୋଡ଼ିଙ୍କ ଝିଅ ଲଉଲିର ମୃତୁ୍ୟ ଘଟିଥିଲା । ୧ ତାରିଖ ଦିନ କ୍ରିଷ୍ଣା ପଡ଼ିଆମୀଙ୍କ ପୁଅ କାହ୍ନା ଅସୁସ୍ଥ ହେବା ସହ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଚିକିସôାଧୀନ ଅବସ୍ଥାରେ ସୋମବାର ଦିନ ମୃତୁ୍ୟବରଣ କରିଥିବା ଜଣାପଡ଼ିଛି । ଠିକ୍ ସେହିଦିନ ଉଙ୍ଗା ମାଡ଼କାମୀଙ୍କ ପୁଅ ମୁନା ଭୀଷଣ ଜ୍ୱରରେ ପୀଡ଼ିତ ହେବା ସହ ଗୁରୁତର ହୋଇପଡ଼ିଥିଲା । ଅବସ୍ଥା ଗୁରୁତର ହେବାରୁ ଡାକ୍ତରଖାନା ନେବା ବାଟରେ ତା’ର ମୃତୁ୍ୟ ହୋଇଥିଲା । ଘଟଣା ସମ୍ପର୍କରେ ଜାଣିବାପରେ ବିଧାୟକ ମାନସ ମାଡ଼କାମୀ ଗ୍ରାମକୁ ଯାଇ ମୃତକଙ୍କ ପରିବାର ଲୋକଙ୍କୁ ସାନ୍ତ୍ୱନା ଜଣାଇବା ସହ ଜିଲ୍ଲାପାଳ ଓ ସିଡିଏମ୍ଓଙ୍କୁ ଘଟଣା ସମ୍ପର୍କରେ କହିଥିଲେ । ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିଦେ୍ର୍ଦଶ କ୍ରମେ ସିଡିଏମଓ ଅମରେନ୍ଦ୍ର ମହାନ୍ତି ଡାକ୍ତରୀଦଳ ସହ ଗାଁ ରେ ପହଞ୍ଚôଛନ୍ତି । ପରିସ୍ଥିତିରେ ଅନୁଧ୍ୟାନ କରାଯିବା ସହ ଏକ ସ୍ୱାସ୍ଥ୍ୟ ଶିବିର ଖୋଲାଯାଇ ପୀଡିତ ଶିଶୁମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଥିବାବେଳେ ଅନ୍ୟ ୪ଜଣ ଶିଶୁଙ୍କୁ ଡାକ୍ତରଖାନା ଅଣାଯାଇ ଚିକିତ୍ସା କରିଯାଉଛି । ରୋଗର ଲକ୍ଷଣ ବିଷୟରେ ପ୍ରାଥମିକ ତଦନ୍ତରୁ ଅଧିକାଂଶ ଶିଶୁ ନିମୋନିଆ ଓ ବ୍ରୋଙ୍କାଇସରେ ଆକ୍ରାନ୍ତ ବୋଲି ଜଣାପଡ଼ିଛି । ତେବେ ଉପଯୁକ୍ତ ଚିକିତ୍ସା ନପାଇ ଅନ୍ଧବିଶ୍ୱାସ ଯୋଗୁ ଝଡାଫୁଙ୍କା କରିବାରୁ ରୋଗ ବଢିଯାଇଥିଲା । ଯାହାଫଳରେ ଡାକ୍ତରଖାନାରେ ଚିକିତ୍ସାବେଳେ ବଞ୍ଚାଇବା ଅସମ୍ଭବ ହୋଇ ପଡିଥିଲା । ତେବେ ଶିଶୁମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଉଛି ଏବଂ ଖୁବଶୀଘ୍ର ଶିଶୁମାନେ ସୁସ୍ଥ ହେବେ ବୋଲି ସିଡିଏମଓ ସୂଚନା ଦେଇଛନ୍ତି ।




Powered by odothemes.com