PMI-BLOCK-ANASANA-PHOTO

ପଲ୍ଲୀସଭା ଅନିୟମିତତା ବିରୋଧରେ ଅନଶନ

31

ପଟ୍ଟାମୁଣ୍ଡାଇ (ଆପ୍ର): ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ଦୋଷିଆ ପଞ୍ଚାୟତରେ ପଲ୍ଲୀସଭା ଅନିୟମିତତାକୁ ନେଇ ୱାର୍ଡ ସଭ୍ୟସଭ୍ୟା ଆମରଣ ଅନଶନ କରିବାକୁ ନୋଟିସ୍ ଦେଇଥିଲେ । ଏ ଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିଲା । ଏନେଇ ବୁଧବାର ପୂର୍ବତନ ସରପଞ୍ଚ ଦୁର୍ଯେ୍ୟାଧନ ରାଉତ ଓ ଶ୍ୟାମସୁନ୍ଦରପୁର ସମବାୟ ସମିତି ସଭାପତି ଗୌରାଙ୍ଗ ସ୍ୱାଇଁଙ୍କ ନେତୃତ୍ୱରେ ୧ନଂ. ୱାର୍ଡସଭ୍ୟ ଗୋପାଳ ବେହେରା, ୨ନଂ ୱାର୍ଡ ସଭ୍ୟା ସସ୍ମିତା ମାହୁନ୍ତ, ୩ ନଂ. ୱାର୍ଡସଭ୍ୟା ପ୍ରତାପ ସାହୁ, ମୁରଲୀଧର ମଳିକ, ନକୁଳ ରାଉତ, ପ୍ରଶାନ୍ତ ସ୍ୱାଇଁ, ଶିବପ୍ରସାଦ ନାୟକ, ଖୁଲଣା ଓଝା, କିଶୋରଚନ୍ଦ୍ର ସାହୁ,ପୁଷ୍ପଲତା ବେହେରା ପ୍ରମୁଖ ବ୍ଲକ୍ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ । ଏହାକୁ ସମର୍ଥନ କରି ଜିଲ୍ଲା କଂଗ୍ରେସ ଉପସଭାପତି ମଳୟ ଦାସ, ନଗର କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ପ୍ରଧାନ, ଯୁବନେତା ଟୁନା ଦାଶ, ସର୍ବେଶ୍ୱର ସେଠୀ, ଅମୂଲ୍ୟ ପ୍ରଧାନ, ସନାତନ ବିଶ୍ୱାଳ ପ୍ରମୁଖ ସାମିଲ ହୋଇଥିଲେ । ଖବରପାଇ ରାଜନଗର ବିଧାୟକ ଅଂଶୁମାନ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଧାରଣାକାରୀଙ୍କ ସହ ଦାବି ସମ୍ପର୍କରେ ଆଲୋଚନା କରିବା ସହ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ପଦକ୍ଷେପ ନେବାକୁ ପରାର୍ମଶ ଦେଇଥିଲେ । ପଟ୍ଟାମୁଣ୍ଡାଇ ବିଡିଓ ସୁଧୀର କୁମାର ସିଂହ ଓ ବ୍ଲକ୍ ଉପାଧ୍ୟକ୍ଷ ସୁଶାନ୍ତ ଦାସ ଘଟଣାସ୍ଥଳକୁ ଯାଇ ଅନଶନକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବା ପରେ ଅନଶନ ପ୍ରତ୍ୟାହାର ହୋଇଥିଲା । ଏନେଇ ଦୋଷିଆ ସରପଞ୍ଚ ପ୍ରଭାତ ପ୍ରଧାନଙ୍କୁ ପଚାରିବାରୁ ସରକାରୀ ନୀତିନିୟମ ଅନୁଯାୟୀ ପଲ୍ଲୀସଭା ପାଇଁ ୱାର୍ଡ ମେମ୍ବରଙ୍କ ସହ ସମସ୍ତଙ୍କୁ ନୋଟିସ ଦିଆଯାଇ ବିଧି ମତେ ପଲ୍ଲୀସଭା କରାଯାଇଛି । ଏଥିରେ କୌଣସି ଅନିୟମିତତା ହୋଇନାହିଁ ବୋଲି ସେ କହିଛନ୍ତି ।




Powered by odothemes.com