ସାମ୍ବାଦିକ ଅରୁଣ ପଣ୍ଡାଙ୍କୁ ‘ନାରଦ ସମ୍ମାନ’

31

ଭୁବନେଶ୍ୱର,୬ା୫(ବୁ୍ୟରୋ): ଚଳିତ ବର୍ଷ ତ୍ରୟୋଦଶ ନାରଦ ସମ୍ମାନ ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡାଙ୍କୁ ପ୍ରଦାନ କରାଯାଇଛି । ସ୍ଥାନୀୟ ସୂଚନା ଭବନଠାରେ ବିଶ୍ୱ ସମ୍ବାଦ କେନ୍ଦ୍ର ଓଡ଼ିଶା ପକ୍ଷରୁ ରାଜ୍ୟସ୍ତରୀୟ ‘ତ୍ରୟୋଦଶ ନାରଦ ସମ୍ମାନ’ ଉତ୍ସବ ରେ ଶ୍ରୀ ପଣ୍ଡାଙ୍କୁ ଏହି ସମ୍ମାନରେ ସମ୍ମାନିୀତ କରାଯାଥିଲା । ସମାଜର ଉପେକ୍ଷିତ, ଅବହେଳିତ ଶ୍ରେଣୀର ଉନ୍ନତି କଳ୍ପେ ସତ୍ୟାନୁସନ୍ଧାନ ଭିତ୍ତିକ ସମ୍ବାଦ ପରିବେଷଣ, ପ୍ରବନ୍ଧ ଓ ଫିଚର ଲିଖନର ଆବେଗିକ ଶୈଳୀ, ସମାଜ ପ୍ରତି ଭାବାତ୍ମକ ଓ ବାଗାତ୍ମକ ଆବେଦନ, ବହୁ ବିଶିଷ୍ଟ ଓ ବିତର୍କିତ ବ୍ୟକ୍ତିଙ୍କ ସହ ବିଷଦ ସାକ୍ଷାତକାର, ବହୁ ଦେଶାତ୍ମବୋଧକ କବିତା ରଚନା ସାଙ୍ଗକୁ ଅନେକ ମୌଳିକ ପୁସ୍ତକ ରଚନା, ଯାବତୀୟ ପ୍ରତିକୂଳ ସ୍ଥିତି ମଧ୍ୟରେ ଭାରତୀୟ ସାଂସ୍କୃତିକ ରାଷ୍ଟ୍ରବାଦ ଏବଂ ଅବିଚଳିତ ନିଷ୍ଠାର ଏକ ଯଶସ୍ୱୀ ପ୍ରତିଭାର ପରିଚିତ ପ୍ରଦାନ କରିଥିବାରୁ ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭଲେଖକ ଅରୁଣ କୁମାର ପଣ୍ଡାଙ୍କୁ ‘ନାରଦ ସମ୍ମାନ-୨୦୧୫’ ପ୍ରଦାନ କରାଯାଇଥିଲା ।  ଏହି ଉତ୍ସବରେ ରାଜ୍ୟ ପ୍ରଶାସନିକ ନ୍ୟାୟଧିକରଣ, ଓଡ଼ିଶାର ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଲେଖକ ଓ ଗବେଷକ ହର ପ୍ରସାଦ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ତାଙ୍କ କୃତିକୁ ବଖାଣିବା ସହିତ ସାମ୍ବାଦିକ କ୍ଷେତ୍ରର ଗୁରୁତ୍ୱ ଉପରେ ମତପ୍ରକାଶ କରିଥିଲେ । ସେହିପରି ଭାରତୀୟ କିଷାନ ସଂଘର ରାଷ୍ଟ୍ରୀୟ ମନ୍ତ୍ରୀ ମୋହିନୀ ମୋହନ ମିଶ୍ର ମୁଖ୍ୟବକ୍ତା ରୂପେ ଯୋଗଦେଇଥିବା ବେଳେ ଅନୁଷ୍ଠାନର ସମ୍ପାଦକ ନିରଞ୍ଜନ ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ଅତିଥି ପରିଚୟ ପ୍ରଦାନ କରିଥିଲେ ସୁମନ୍ତ କୁମାର ପଣ୍ଡା । ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକ, ଭଗବାନ ନାୟକବର୍ମା, ରାଜାରାମ ଶତପଥି, ଗୋପାଳକୃଷ୍ଣ ମହାପାତ୍ର, ସ୍ୱର୍ଗତ ଗୋପାଳ ମିଶ୍ର, ସୁଧିର କୁମାର ଦାଶ, ବରେନ୍ଦ୍ରକୃଷ୍ଣ ଧଳ, ଭାଗିରଥି ମହାସୁଆର, ଭାସ୍କର ପରିଚ୍ଛା, ପ୍ରଭୂ କଲ୍ୟାଣ ମହାପାତ୍ର, ପ୍ରତାପ ମହାନ୍ତି ଓ ଜଗବନ୍ଧୁ ମିଶ୍ର ଏହି ନାରଦ ସମ୍ମାନରେ ସମ୍ମାନିତ କରାଯାଇଥିଲା ।




Powered by odothemes.com