ANGANWADI-BIKHOV-PHOTO

ଅଙ୍ଗନୱାଡି ଲେଡିଜ୍ ୱାର୍କର୍ସ ଆସୋସିଏସନର ବିକ୍ଷୋଭ

52

ଜଗତସିଂହପୁର,(ଆପ୍ର): ଜଗତସିଂହପୁର ଜିଲ୍ଲା ଅଲ ଓଡିଶା ଅଙ୍ଗନୱାର୍ଡ ଲେଡିଜ୍ ୱାର୍କରର୍ସ ଆସୋସିଏସନ ପକ୍ଷରୁ ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମୀ ପଡିଆଠାରୁ ଏକ ବିଶାଳ ରାଲିରେ ଶତାଧିକ ଅଙ୍ଗନୱଡି କର୍ମୀ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭ ପ୍ରଦର୍ଶନରେ ରାଜ୍ୟ ଅସଂଗଠିତ କ୍ଷେତ୍ର ପ୍ରମୁଖ ବସନ୍ତ କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଥିଲେ ଅଙ୍ଗୱଡି କର୍ମଚାରୀଙ୍କୁ ସରକାରୀ ମାନ୍ୟତା ପ୍ରଦାନ, ସମାନ କାମକୁ ସମାନ ଦରମା, ଶତ ପ୍ରତିଶତ ସୁପରଭାଇଜର ପଦବୀ ପଦୋନ୍ନତି, ମାସିକ ବେତନ ବୃଦ୍ଧି, ସାମାଜିକ ସୁରକ୍ଷା, ପୋ୍ରଭିଡେଣ୍ଟ, ଇଏସଆଇ ଦାବିର ସ୍ଥାୟୀ ସମାଧାନ ନିମନ୍ତେ ଚେତାବନୀ ଦେବା ସହ ଆଗାମୀ ଦିନରେ କର୍ମ·ରୀ ସେମାନଙ୍କର ସମସ୍ୟା ସମାଧାନ ନହେଲେ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦେଇଥିଲେ । ଅନ୍ୟତମ ଅତିଥି ରୂପେ ଭାରତୀୟ ମଜଦୁର ସଂଘର ଜିଲ୍ଲା ସଂପାଦକ ଅକ୍ଷୟ କୁମାର ଦାସ, ସହସଂପାଦକ ଅଭିନାଶ ଦାସ କର୍ମଚାରୀଙ୍କ ସମସ୍ୟା ଉପରେ ଉଦ୍ବୋଧନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବ୍ଲକର ନେତ୍ରୀ ମଣ୍ଡଳୀ ନିରୁପମା ନାୟକ, ସଂଯୁକ୍ତା ନାୟକ, ମନୋରମା ଦାସ, ଦିପ୍ତିମୟୀ ମହାନ୍ତି, କଳ୍ପନା ପଣ୍ଡା, ପ୍ରଭାସିନୀ ଦାସ, ପ୍ରତିମା ବେହେରା, ଅମ୍ବିକା ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ଓ ଶିଶୁ କଲ୍ୟାଣ କମିଶନ ଓଡିଶାଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରିଯାଇଥିଲା ।

ସେଆର କରନ୍ତୁ:



Powered by odothemes.com