AIDSO-pakhyaru-bikhyaba-(2)

ଏଆଇଡିଏସ୍ଓ ପକ୍ଷରୁ ପ୍ରତିବାଦ ଦିବସ

36

ଛାତ୍ରସଂସଦ ନିର୍ବାଚନରେ ଗୁଣ୍ଡାଗିରି
କଟକ,୧୮ା୯(ବୁ୍ୟରୋ): ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟର ଚଳିତ ବର୍ଷ ଛାତ୍ରସଂସଦ ନିର୍ବାଚନରେ ଏଆଇଡିଏସ୍ଓ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଥିବା ସଭାପତି ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଶାସକ ଦଳର ଗୁଣ୍ଡାଙ୍କୁ ତୁରନ୍ତ ଗିରଫ କରି କଠୋର ଶାସ୍ତି ଦେବା, ପୁଲିସ୍ ଓ କଲେଜ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଏଆଇଡିଏସ୍ଓର ସଭାପତି ପ୍ରାର୍ଥୀଙ୍କୁ ନାମାଙ୍କନ ପତ୍ର ଦାଖଲର ପାଇଁ ପୁନଃ ସୁଯୋଗ ଦେବା, ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ସୁରକ୍ଷା ଦେବା ଆଦି ଦାବିରେ ଆଜି ସାରା ଓଡ଼ିଶା ପ୍ରତିବାଦ ଦିବସ ପାଳନ କରାଯାଇଛି । ଏହି ଅବସରରେ ଏଆଇଡିଏସ୍ଓ କଟକ ଜିଲ୍ଲା କମିଟି ପକ୍ଷରୁ ଉପସଭାପତି ତରୁଣସେନ ନାୟକ, ସଂପାଦକ ବିନୋଦ ସେଠୀ, କୋଷାଧ୍ୟକ୍ଷ ଈଶା ଧର, ସଂପାଦକ ମଣ୍ଡଳୀ ସଦସ୍ୟ ଶିବାନୀ ସାହୁ, ଶୁଭସ୍ମିତା ସାହୁ, ରୋନାଲୀ ନାୟକ, ଅମରେନ୍ଦ୍ର ନାୟକ, ଖିତିଜା ଅଞ୍ଜୁ, ସଚ୍ଚିରଞ୍ଜନ ବେହେରା ଛାତ୍ରନେତା ଜ୍ୟୋସ୍ନରାଣୀ ଦାସ, ସୁଜାତା ସାହୁ, ସରୋଜ ମାନସିଂହ ପ୍ରମୁଖଙ୍କ ନେତୃତ୍ୱରେ ସ୍ଥାନୀୟ କଲେଜଛକ ଠାରେ ଏକ ପ୍ରତିବାଦ ସଭା ଅନିଷ୍ଠିତ ହୋଇଯାଇଛି । ସୂଚନାଯୋଗ୍ୟ, ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ହଜାର ହଜାର ସଖ୍ୟାରେ ଅଧ୍ୟାପକ ପଦବୀ ଖାଲି ପଡିଛି, ଉଭୟ ସ୍ନାତକ, ବିଭିନ୍ନ କୋର୍ସ ଗୁଡିକୁ ସେଲ୍ଫ-ଫାଇନାନ୍ସିଂ କରାଯାଉଛି, ଆକାଶଛୁଆଁ ଫିସ୍ ବୃଦ୍ଧି କରାଯାଉଛି, ସିବିସିଏସ୍-ସେମିଷ୍ଟର ପରୀକ୍ଷା ବ୍ୟବସ୍ଥା ପ୍ରଚଳନ କରାଯାଉଛି । ଏହି ସମସ୍ତ ଶିକ୍ଷା ବିରୋଧୀ ନୀତି ବିରୁଦ୍ଧରେ ଏକ ମାତ୍ର ଛାତ୍ର ସଂଗଠନ ଛାତ୍ର ଆନେ୍ଦାଳନକୁ ଶକ୍ତିଶାଳୀ କରୁଛି । ଏଣୁ ଏହି ଆନେ୍ଦାଳନକୁ ଧ୍ୱସଂ କରିବା ପାଇଁ ପ୍ରକୃତ ଛାତ୍ରନେତାଙ୍କୁ ନିର୍ବାଚନରୁ ଦୂରେଇ ରଖିବା ପାଇଁ ଯୋଜନା କରାଯାଉଛି ନଚେତ ଷଡ଼ଯନ୍ତ୍ର କରି ନିର୍ବାଚନକୁ ବାତିଲ କରିଦିଆଯାଉଛି । ଏହାଦ୍ୱାରା ମଧ୍ୟ ଛାତ୍ରଛାତ୍ରୀଙ୍କର ଗଣତାନ୍ତ୍ରିକ ଅଧିକାରକୁ ଛଡାଇ ନିଆଯାଉଛି । ଏଣୁ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନକୁ ଗଣତାନ୍ତ୍ରିକ ଉପାୟରେ ପରିଚାଳନା କରିବା ପାଇଁ ସରକାର ଯଦି କୋ÷÷ଣସି ପଦକ୍ଷେପ ନ ନିଅନ୍ତି, ତେବେ ଆଗାମୀ ଦିନରେ ଦୁର୍ବାର ଛାତ୍ର ଆନେ୍ଦାଳନ ସଂଗଠିତ କରାଯିବ ବୋଲି ସଂଗଠନ ଛାତ୍ରନେତାମାନେ ଚେତାବନୀ ଦେଇଛନ୍ତି ।




Powered by odothemes.com