cuttack-(3)

ମହିଳା, ଶିଶୁଙ୍କ ଅପରାଧର ତଦନ୍ତବେଳେ ଯନôବାନ ହୁଅ

45

କଟକ,(ବୁ୍ୟରୋ): ବୈଜ୍ଞାନିକ ପଦ୍ଧତି ପ୍ରୟୋଗ କରି ପୁଲିସକୁ ଅର୍ଥନୈତିକ ଅପରାଧ, ସାଇବର ଅପରାଧ ଓ ସଂଗଠିତ ଅପରାଧକୁ ପ୍ରତିହତ କରିବାକୁ ହେବ । ମହିଳା ଶିଶୁଙ୍କ ଉପରେ ସଂଗଠିତ ଅପରାଧର ତଦନ୍ତ ବେଳେ ଅଧିକାରୀମାନେ ବିଶେଷ ଯତ୍ନବାନ ହେବା ଉଚିତ୍ । ସାଇବର କ୍ରାଇମ୍ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ବିଭାଗର ଦକ୍ଷତା ବୃଦ୍ଧି ନିମନ୍ତେ ନିକଟରେ ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ୩ଟି ସାଇବର ଥାନା ପ୍ରତିଷ୍ଠା ପାଇଁ ଅନୁମୋଦନ ଦିଆଯାଇଛି ବୋଲି ସୋମବାର ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତାର ଉଦ୍ୟାପନୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ସେ ଏହି ଅବସରରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ସହ ରାଜ୍ୟ କ୍ରାଇମବ୍ରାଞ୍ଚ ଦ୍ୱାରା ସାଇବର ଅପରାଧ ଉପରେ ପ୍ରକାଶିତ ପୁସ୍ତକକୁ ଉନ୍ମୋଚନ କରିଥିଲେ । ମୁଖ୍ୟମନ୍ତ୍ରୀ ଉପସ୍ଥିତ ପୁଲିସ କର୍ମଚାରୀଙ୍କୁ ସୂଚନା ଦେଇ କହିଥିଲେ କି ଅପରାଧ ଅନୁସନ୍ଧାନ ପୁଲିସର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ । ଅର୍ଥନୈତିକ ଅପରାଧ ଶାଖା ଓ ଏସ୍ଟିଏଫ ଅର୍ଥନୈତିକ ଅପରାଧ ଓ ସଂଗଠିତ ଅପରାଧକୁ ଦମନ କରିବାରେ ସଫଳ ହୋଇଥିବା ବେଳେ ସାଇବର କ୍ରାଇମର ତଦନ୍ତରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହି ଉତ୍ସବରେ ଉପସ୍ଥିତ ରହି ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଥିଲେ ଯେ, ମହିଳା, ଶିଶୁ ଓ ଭିନ୍ନକ୍ଷମଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧ ରୋକିବା ପାଇଁ ପୁଲିସ ନିଷ୍ଠାର ସହ କାମ କରୁଛି । ଅପରେସନ ସ୍ମାଇଲ୍୧, ସ୍ମାଇଲ୍୨ ଓ ସ୍ମାଇଲ୍୩କୁ ଚଳିତବର୍ଷ ବଡ଼ ସଫଳତା ମିଳିଛି ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ । କ୍ରାଇମବ୍ରାଞ୍ଚ ଆଇଜି ଅସୀତ ପାଣିଗ୍ରାହୀ ବୃତ୍ତିଗତ ପ୍ରତିଯୋଗିତାର ଆବଶ୍ୟକତା ଉପରେ ଆଲୋକପାତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତିଯୋଗିତାରେ କଟକ ଜିଲ୍ଲା ସହରାଞ୍ଚଳ ପୁଲିସକୁ ବୈଜ୍ଞାନିକ ପ୍ରଣାଳୀରେ ଅନୁସନ୍ଧାନ ପାଇଁ ଶ୍ରେଷ୍ଠ ଦଳଭାବେ କ୍ଷେତ୍ରମୋହନ ବିଶ୍ୱାଳ ଟ୍ରଫି ସହ ଏସ୍ କେ୍ ଘୋଷ୍ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ବିଭାଗରେ ଢେଙ୍କାନାଳ ଜିଲ୍ଲାକୁ ରନର୍ସ ଟ୍ରଫି ପ୍ରଦାନ କରାଯାଇଥିଲା । ସେହିପରି କମ୍ପୁ୍ୟଟର ଦକ୍ଷତା ଓ ସଚେତନତା ପରୀକ୍ଷାରେ କନେଷ୍ଟବଳ ବିଶ୍ୱଜିତ କେଶରୀଙ୍କୁ ରାଜ୍ୟ ଅପରାଧ ନଥି ସଂସ୍ଥାର ନିଦେ୍ର୍ଦଶକଙ୍କ ପ୍ରଦତ୍ତ ଚାମ୍ପିୟନ ଟ୍ରଫି ପ୍ରଦାନ କରାଯାଇଛି । ଶ୍ରେଷ୍ଠ ପୁଲିସ ଶ୍ୱାନ ପ୍ରଶିକ୍ଷକ ଭାବେ ହାବିଲଦାର ରମେଶ ଚନ୍ଦ୍ର ନାୟକଙ୍କୁ ଗୋବର୍ଦ୍ଧନ ପଟ୍ଟନାୟକଙ୍କ ପ୍ରଦତ୍ତ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଥିଲା । ରାଜ୍ୟ ଅପରାଧ ଅନୁସନ୍ଧାନ ଶାଖାର ଇନ୍ସପେକ୍ଟର ନିବେଦିତା ଦାସଙ୍କୁ ବୈଜ୍ଞାନିକ ପ୍ରଣାଳୀରେ ଅନୁସନ୍ଧାନ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ କ୍ଷେତ୍ରମୋହନ ବିଶ୍ୱାଳଙ୍କ ପ୍ରଦତ୍ତ ଅର୍ଥ ପୁରସ୍କାର ସହ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ପ୍ରଦତ୍ତ ଅର୍ଥରାଶି ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । କ୍ରାଇମବ୍ରାଞ୍ଚ ଦ୍ୱାରା କିଛିି ଦିନ ତଳେ ଆରମ୍ଭ ହୋଇଥିବା ଅପରେସନ ସ୍ମାଇଲ-୩ ଅଭିଯାନର ସଫଳତା ପାଇଁ ୪ଜଣ ଅଧିକାରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଉଦଯାପନୀ ଉସôବରେ ପୁଲିସ ମହାନିଦେ୍ର୍ଦଶକ ଡା. ଶର୍ମା, ଅପରାଧ ଅନୁସନ୍ଧାନ ଶାଖା ଆଇଜି ଅସିତ ପାଣିଗ୍ରାହୀଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଓ ଅବସରପ୍ରାପ୍ତ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com