k2

ଦୁର୍ଘଟଣାକୁ ଡାକୁଛି ଦୁହୁରିଆ ରାସ୍ତା

32

କେନ୍ଦ୍ରାପଡା(ଆପ୍ର): କେନ୍ଦ୍ରାପଡା ସହରରକୁ ସଂଯୋଗ କରୁଥିବା ମୁଖ୍ୟ ପ୍ରବେଶ ପଥ ଦୁହୁରିଆଠାରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ଏଠାରେ ୫ନଂ(କ) ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଏହି ରାସ୍ତାର ବିଭିନ୍ନ ସ୍ଥାନରେ ବଡବଡ ଖାଲଖମା ସୃଷ୍ଟି ହୋଇଥିବାରୁ ଦୁର୍ଘଟଣାର ଆଶଙ୍କା ଦେଖାଦେଇଛି । ଏହା ଜିଲ୍ଲାର ପ୍ରବେଶ ପଥ ହୋଇଥିବାରୁ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ ଏହି ରାସ୍ତା ଦେଇ ଯାତାୟାତ କରୁଥିଲେ ମଧ୍ୟ ଏହାକୁ କେହି ଗୁରୁତ୍ୱ ଦେଉନାହାନ୍ତି । ଏହି ରାସ୍ତାରେ ଅଣ୍ଟାଏ ଖାଲ ହୋଇ ବର୍ଷାପାଣି ଜମିରହିବା କାରଣରୁ ସହରରୁ ୫ନଂ(କ) ଜାତୀୟ ରାଜପଥକୁ ଯାଉଥିବା ଓ ସହର ମଧ୍ୟକୁ ଆସୁଥିବା ସମସ୍ତ ଯାନ ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି । ଏପରିକି ଯାତ୍ରୀବାହୀ ବସ୍‌, ଟ୍ରେକର୍ , ଅଟୋରିକ୍ସା ସହ ଭାରିଯାନ ଗୁଡିକ ଏହି ରାସ୍ତା ଦେଇ ଯାଉଥିବା ସମୟରେ ରାସ୍ତା କଡରେ ଥିବା ବିଦୁ୍ୟତ୍‌ ଖୁଣ୍ଟ ପାଖକୁ ଲାଗି ଯାଉଥିବା ଦେଖିବାକୁ ମିଳିଛି । ବିଭାଗୀୟ କର୍ତ୍ତୁପକ୍ଷ ଏହି ସମସ୍ୟା ପ୍ରତି ଗୁରୁତ୍ୱ ଦେଇ ତୁରନ୍ତ ଏହାର ମରାମତି କାର୍ଯ୍ୟ କରିବା ପାଇଁ ସାଧାରଣରେ ଦାବି ହୋଇଛି ।




Powered by odothemes.com