school0001

ଛାତ୍ରଛାତ୍ରୀଙ୍କ ସୁରକ୍ଷା ସମ୍ପର୍କରେ ୩ ସପ୍ତାହରେ ତଥ୍ୟ ଦିଅ

46

ରାଜ୍ୟ ଓ କେନ୍ଦ୍ରକୁ ସୁପ୍ରିମ୍ କୋର୍ଟଙ୍କ ନୋଟିସ୍
ନୂଆଦିଲ୍ଲୀ, ୧୫ା୯: ସ୍କୁଲ୍ଗୁଡିକରେ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଲାଗି କ’ଣ ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ରାଜ୍ୟ ଓ କେନ୍ଦ୍ର ସରକାର ତଥ୍ୟ ପ୍ରଦାନ କରିବାକୁ ସୁପ୍ରିମ୍ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ୩ ସପ୍ତାହ ମଧ୍ୟରେ ସୁପ୍ରିମ୍ କୋର୍ଟ ଦେଇଥିବା ନୋଟିସ୍ର ଜବାବ୍ ଦେବାକୁ କୁହାଯାଇଛି । ସୂଚନାଯୋଗ୍ୟ, ଗଣଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ମାର୍ଗଦର୍ଶିକା ଜାରି କରାଯାଇଛି । ମାର୍ଗଦର୍ଶିକାରେ ସ୍କୁଲ୍ରେ ସିସିଟିଭି ଲାଗିବ ବୋଲି କୁହାଯାଇଛି । ତେବେ ରାଜ୍ୟର ସ୍କୁଲ୍ଗୁଡିକରେ ଥିବା ଭିତ୍ତିଭୂମି ଯାହା ସେଥିରେ ସିସିଟିଭି କିଭଳି ଲାଗିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୁପ୍ରିମ୍ କୋର୍ଟରେ ଆଗତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣୀ କରାଯାଇ ଏହି ନୋଟିସ୍ ପ୍ରଦାନ କରାଯାଇଛି । ସୁପ୍ରିମ୍ କୋର୍ଟର ଦୁଇ ଓକିଲ ଏହି ଜନସ୍ୱାର୍ଥ ସମ୍ବଳିତ ମାମଲା ଦାଏର କରିଥିଲେ । ଗୁରୁଗାମ୍ ରିୟନ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ର ଦ୍ୱିତୀୟ ଶ୍ରେଣୀ ଛାତ୍ରର ହତ୍ୟା ଘଟଣା ପରେ ଏହି ମାମଲାଟି ଦାଏର ହୋଇଥିଲା । ମୁଖ୍ୟ ବିଚାରପତି ଦିପକ ମିଶ୍ର, ଜଷ୍ଟିସ୍ ଅମିତାଭ ରାୟ, ଏଏମ୍ ଖାନୱିଲକର ମଙ୍ଗଳବାର ଏହି ମାମଲା ଶୁଣାଣି କରିବା ପାଇଁ ରାଜି ହୋଇଥିଲେ । ଆବେଦନକାରୀ ଏଥିପାଇଁ ସ୍କୁଲ୍କୁ ସମ୍ପୂର୍ଣ୍ଣ ଦାୟୀ କରିବା ସହ ଛାତ୍ରଛାତ୍ରୀମାନେ କିଭଳି ସ୍କୁଲ୍ ପରିସରରେ ସୁରକ୍ଷିତ ରହିପାରିବେ ସେଥିପାଇଁ ପଦକ୍ଷେପ ନେବାକୁ ଆବେଦନ କରିଥିଲେ । ସୋମବାର ଏହି ବେଞ୍ଚ କେନ୍ଦ୍ର ଓ ହରିଆଣା ପୁଲିସ୍, ସିବିଏସ୍ଇ ଓ ସିବିଆଇକୁ ମୃତ ଛାତ୍ରର ପିତାଙ୍କ ଆବେଦନ ଉପରେ ଶୁଣାଣୀ କରି ନୋଟିସ୍ କରିଥିଲେ । ଦ୍ୱିତୀୟ ଶ୍ରେଣୀ ଛାତ୍ରର ହତ୍ୟା ପରେ ସ୍କୁଲ୍ ପରିସରରେ ଛାତ୍ରଛାତ୍ରୀମାନେ କେତେ ସୁରକ୍ଷିତ ସେ ନେଇ ପ୍ରଶ୍ନ ଉଠିଛି । ସେହିଭଳି ଜଣେ ବସ୍ କଣ୍ଡକ୍ଟର ଦ୍ୱାରା ୭ ବର୍ଷର ଜଣେ ଛାତ୍ରକୁ ହତ୍ୟା କରାଯିବା ଓ ଛାତ୍ରଛାତ୍ରୀମାନେ ବ୍ୟବହାର କରୁଥିବା ଉକ୍ତ କଣ୍ଡକ୍ଟର ବ୍ୟବହାର କରିବା ନେଇ ପ୍ରଶ୍ନ ଉଠିଛି । ବୁଧବାର ସିବିଏସ୍ଇକୁ ସମସ୍ତ କର୍ମଚାରୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ସହ ସେମାନଙ୍କ ବିଷୟରେ ସବିଶେଷ ବିବରଣୀ ପ୍ରସ୍ତୁତ କରିବାକୁ କୁହାଯାଇଥିଲା । ବୋର୍ଡ ପକ୍ଷରୁ କୁହାଯାଇଥିଲା ଯେ ଛାତ୍ରଛାତ୍ରୀମାନଙ୍କୁ କ୍ୟାମ୍ପସ୍ ମଧ୍ୟରେ ସୁରକ୍ଷିତ ରଖିବା ଦାୟିତ୍ୱ ହେଉଛି ସମ୍ପୂର୍ଣ୍ଣ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କର । ସ୍କୁଲ୍ଗୁଡିକୁ କର୍ମଚାରୀଙ୍କ ସମ୍ପର୍କରେ ପୁଲିସ୍ ପକ୍ଷରୁ ତଥ୍ୟ ଆଣିବାକୁ କୁହାଯାଇଛି । ସେହିଭଳି ଘଟଣାକ୍ରମରେ ଆଜି ରିୟାନ ସ୍କୁଲ୍ ଛାତ୍ରହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ହରିଆଣା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସ୍କୁଲ୍ର ପରିଚାଳନା ଭାର ୩ ମାସ ପାଇଁ ଜିଲ୍ଲା ପ୍ରଶାସନକୁ ଦିଆଯାଇଛି । ସୂଚନାଯୋଗ୍ୟ, ରାଜ୍ୟରେ ବହୁ ପ୍ରାଥମିକ ବିଦ୍ୟାଳୟର ପାଚେରୀ ନାହିଁ ଓ ଯେଉଁଠି ବି ପାଚେରୀ ଅଛି ସେଥିରୁ ଅଧିକାଂଶ ଭାଙ୍ଗିରୁଜି ଯାଇଛି । ଗ୍ରାମାଞ୍ଚଳରେ ଥିବା ଅଧିକାଂଶ ପ୍ରାଥମିକ ବିଦ୍ୟାଳୟରେ ୨୪ ଘଣ୍ଟିଆ ବିଦୁ୍ୟତ୍ ଯୋଗାଣ ନଥିବାରୁ ସିସିଟିଭି କିଭଳି ·ଲିବ ଏବଂ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ଲାଗି ଜଗୁଆଳୀ ବ୍ୟବସ୍ଥା ନଥିବା ବେଳେ ଏହି ଦାମୀ ସିସିଟିଭିଗୁଡ଼ିକୁ କିଏ ଜଗିବ ତାହା ଅନ୍ୟ ଏକ ପ୍ରଶ୍ନବାଚୀ ।  ରାଜ୍ୟର ସହରାଞ୍ଚଳରେ ଥିବା ଅଧିକାଂଶ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଏମିତିକି କେତେକ ବେସରକାରୀ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ଏହି ମାର୍ଗଦର୍ଶିକା ଜାରି ପୂର୍ବରୁ ଶ୍ରେଣୀ କକ୍ଷରେ ଓ ବାହାରେ ସିସିଟିଭି କାମ କରୁଛି । ତେବେ ଯେଉଁ ବିଭାଗ ନୂଆ ମାର୍ଗଦର୍ଶିକା ଜାରି କରିଛି ସେହି ବିଭାଗ ଏହାର ଅନୁପାଳନ ପାଇଁ ତୁରନ୍ତ ଭିତ୍ତିଭୂମି ବ୍ୟବସ୍ଥା କରିବାକୁ ଶିକ୍ଷକ ଶିକ୍ଷୟିତ୍ରୀମାନେ କହୁଛନ୍ତି । ସରକାରଙ୍କ ତଥ୍ୟ ଅନୁଯାୟୀ ୩୩,୩୯୮ ପ୍ରାଥମିକ, ୧୭,୬୯୬ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି । ଏଥିମଧ୍ୟରୁ ୪୦୩୨ଟି ପ୍ରାଥମିକ ଓ ୫୮୮୬ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରତି ଶ୍ରେଣୀ ପାଇଁ ବଖରାଏ କରି ଶ୍ରେଣୀଗୃହ ରହିଛି । ଏଥିରୁ ସ୍ପଷ୍ଟ ପ୍ରତୀୟମାନ ଯେ ରାଜ୍ୟର ସଂଖ୍ୟାଧିକ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶ୍ରେଣୀଗୃହ ନାହିଁ । ସେହିପରି ମାତ୍ର ୧,୪୪୮ଟି ପ୍ରାଥମିକ ଓ ୫,୩୭୪ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରତି ଶ୍ରେଣୀ ପାଇଁ ଜଣେ କରି ଶିକ୍ଷକ ଅଛନ୍ତି । ଅଧିକାଂଶ ବିଦ୍ୟାଳୟରେ ପ୍ରତି ଶ୍ରେଣୀ ପାଇଁ ଶିକ୍ଷକ ନଥିବା ବେଳେ ସିସିଟିଭି ଜଗିବା ପାଇଁ ଶିକ୍ଷକ ଆସିବେ କେଉଁଠୁ । ସେହିଭଳି ୩୪୨ଟି ବିଦ୍ୟାଳୟର ନିଜସ୍ୱ ଘର ନଥିବା ବେଳେ ୧୦,୫୮୭ଟିର ରୋଷେଇ ଘର ନାହିଁ, ୩୯,୦୬୬ଟିର ନିଜସ୍ୱ ଖେଳପଡ଼ିଅ । ନାହିଁ ଓ ୧୭,୮୭୮ଟିରେ ପାଚେରୀ ନାହିଁ । ଓଡ଼ିଅ । ମାଧ୍ୟମ ସଂଖ୍ୟାଧିକ ହାଇସ୍କୁଲରେ ବି ଭିତ୍ତିଭୂମିର ଅଭାବ । ବହୁ ସ୍ଥାନରେ ଏହି ସ୍କୁଲଗୁଡ଼ିକ ପାଇଁ ବିଜୁଳି ସମସ୍ୟା ବି ରହିଛି । ବିଦ୍ୟାଳୟଗୁଡ଼ିକରେ ଫୋନ୍ କିମ୍ବା ନିରାପତ୍ତାରକ୍ଷୀ ବା ଜଗୁଅ ।ଳୀ ନାହାନ୍ତି । ଏ ପରିପ୍ରେକ୍ଷୀରେ ସରକାରଙ୍କ ନୂଆ ମାର୍ଗଦର୍ଶିକା ଅନୁଯାୟୀ କିଭଳି ସିସିଟିଭି ଲାଗିବ ଓ ବିଦ୍ୟାଳୟକୁ ଆସୁଥିବା ଅଭିଭାବକମାନଙ୍କୁ କିଏ ଅନୁମତି ପତ୍ର ଦେବ ସେ ବିଷୟରେ ଏବେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ।

ସେଆର କରନ୍ତୁ:



Powered by odothemes.com